ETV Bharat / state

ଗରାରେ ଦୂଷିତ ପାଣି ନେଇ ଜିଲ୍ଲାପାଳଙ୍କୁ ସମସ୍ୟା ଜଣାଇଲେ ମହିଳା - ବୌଦ୍ଧ ଉପାନ୍ତ ଅଞ୍ଚଳର ଜଳ ସମସ୍ୟା

ବିଭିନ୍ନ ସ୍ଥାନରେ ଦୂଷିତ ତଥା ନର୍ଦ୍ଦମା ମିଶ୍ରିତ ପାଣି ବ୍ୟବହାର କରାଯାଉଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିନବ ଉପାୟରେ ଅଭିଯୋଗ କରିଛନ୍ତି ବୌଦ୍ଧ ଜିଲ୍ଲାର କଣ୍ଟାମାଳବାସୀ । ଅଧିକ ପଢନ୍ତୁ

ଗରାରେ ଦୂଷିତ ପାଣିନେଇ ଜିଲ୍ଲାପାଳଙ୍କୁ ସମସ୍ୟା ଜଣାଇଲେ ମହିଳା

author img

By

Published : Dec 13, 2022, 7:13 AM IST

ଗରାରେ ଦୂଷିତ ପାଣିନେଇ ଜିଲ୍ଲାପାଳଙ୍କୁ ସମସ୍ୟା ଜଣାଇଲେ ମହିଳା

ବୌଦ୍ଧ: ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଫେଲ ମାରିଛି ପାନୀୟ ଜଳ ଯୋଗାଣ ଓ ପାଇଖାନା ଯୋଜନା । ବିଭିନ୍ନ ସ୍ଥାନରେ ଦୂଷିତ ତଥା ନର୍ଦ୍ଦମା ମିଶ୍ରିତ ପାଣି ବ୍ୟବହାର କରାଯାଉଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିନବ ଉପାୟରେ ଅଭିଯୋଗ କରିଛନ୍ତି ଲୋକେ । ଗରାରେ ଦୂଷିତ ପାଣି ନେଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଁଞ୍ଚିଥିଲେ କଣ୍ଟାମାଳବାସୀ ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଗ୍ରାମ୍ୟ ଜଳ ଯୋଗାଣ ଓ ପାଇଖାନା ଯୋଜନା ଫେଲ ମାରିଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି । ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ଉପାନ୍ତ ପଞ୍ଚାୟତରେ କୋଟିକୋଟି ଟଙ୍କାର ପାନୀୟଜଳ ପ୍ରକଳ୍ପ ବନ୍ଦ ପଡିଛି । ଯାହା ଫଳରେ ଲୋକେ ଦୂଷିତ ତଥା ଅପରିଷ୍କାର ପାନୀୟଜଳ ବ୍ୟବହାର ପାଇଁ ବାଧ୍ୟ ହେଉଛନ୍ତି । ସୋମବାର ବୌଦ୍ଧ ଜିଲ୍ଲାପାଳ କଣ୍ଟାମାଳରେ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ପହଞ୍ଚିଥିଲେ । କଣ୍ଟାମାଳ ସହରର ଅଧିବାସୀମାନେ ଗରାରେ ଦୂଷିତ ପାଣି ନେଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ଅଞ୍ଚଳର ଅସୁବିଧା ବାବଦରେ କହିଥିଲେ ।

ଗୋଟିଏ ପଟରେ ପାଇପ ଯୋଗେ ପାନୀୟଜଳ ଯୋଗାଣ ବନ୍ଦ ଥିବାବେଳେ ନର୍ଦ୍ଦମା ପାଣି ପୋଖରୀରେ ମିଶୁଥିବା ଯୋଗୁଁ ତାହା ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ । ତେବେ ସମସ୍ୟାର ସମାଧାନ ନେଇ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.