ETV Bharat / state

ପୁଅର ଜନ୍ମଦିନ ନ ପାଳି କୋରୋନା ପାଇଁ ଅର୍ଥଦାନ କଲେ ବୌଦ୍ଧର ଦମ୍ପତ୍ତି - ପୁଅର ଜନ୍ମ ଦିନ ନ ପାଳି

ମହାମାରୀ କୋରୋନା ମୁକାବିଲା ଆଗେଇ ଆସୁଛନ୍ତି ସାଧାରଣ ଲୋକେ । ସରକାରଙ୍କ ସହ ହାତ ମିିଳାଇ କୋରୋନା ଲଢେଇରେ ନିଜକୁ କରିଛନ୍ତି ସାମିଲ । ଅଧିକ ପଢନ୍ତୁ...

ପୁଅର ଜନ୍ମ ଦିନ ନ ପାଳି, କୋରୋନା ପାଇଁ ଅର୍ଥ ଦାନ କଲେ ବୌଦ୍ଧର ଦମ୍ପତ୍ତି

author img

By

Published : Apr 28, 2020, 11:36 AM IST

ବୌଦ୍ଧ: ମହାମାରୀ ବିପତ୍ତି ସାମ୍ନା କରିବାକୁ ଏକଜୁଟ ହେଉଛନ୍ତି ସଭିଏଁ । ସରକାରଙ୍କ ସହ ସହଯୋଗର ହାତ ବଢାଉଛନ୍ତି ସାଧାରଣ ଲୋକେ । ବୌଦ୍ଧର ଜଣେ ଦମ୍ପତ୍ତି ନିଜର ଏକ ମାତ୍ର ପୁଅ ଜନ୍ମ ଦିନ ପାଳନ କରିବାକୁ ସଞ୍ଜୟ କରିଥିବା ଧନକୁ କୋଭିଡ ମୁକାବିଲା ପାଇଁ ଦାନ କରିଛନ୍ତି । ସେହିପରି ସ୍ବାସ୍ଥ୍ୟ ବିଭାଗର ଅବସର ପ୍ରାପ୍ତ ମହିଳା ନିଜର ପେନସନ ଟଙ୍କାଙ୍କୁ କୋରୋନା ଯୁଦ୍ଧ ପାଇଁ ପ୍ରଦାନ କରିଛନ୍ତି ।

ପୁଅର ଜନ୍ମ ଦିନ ନ ପାଳି, କୋରୋନା ପାଇଁ ଅର୍ଥ ଦାନ କଲେ ବୌଦ୍ଧର ଦମ୍ପତ୍ତି

ବୌଦ୍ଧ ସହରର ଲକ୍ଷ୍ମୀ ବଜାରରେ ରହୁଥିବା ରୂପଜଶ ଓ ସବିତା ସୋମବାର ଦିନ ନିଜର ଏକମାତ୍ର ପୁଅର ଜନ୍ମ ଥିଲା । ବର୍ଷ ସାରା ପୁଅ ଜନ୍ମ ଦିନକୁ ଭଲରେ ପଳିବେ ବୋଲି କୁମ୍ପିରୁ ଟଙ୍କା ସଞ୍ଜୟ କରିଆସୁଥିଲେ । ହେଲେ ଚଳିତ ବର୍ଷ ମହାମାରୀ କୋରୋନା ଏବେ ଯେ କେତେକଙ୍କ ଜୀବନକୁ ବାଜି ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ସହୃଦୟ ଦମ୍ପତ୍ତି ନିଜ ପୁଅ ସହିତ ଜିଲ୍ଲାପାଳଙ୍କ ନିକଟରେ କୋରୋନା ପାଇଁ ଅର୍ଥ ଦାନ କରିଛନ୍ତି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଶିଶୁକୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ । ସେହିପରି 20 ବର୍ଷ ପୂର୍ବରୁ ଅବସର ନେଇ ସାରିଥିବା ସ୍ବାସ୍ଥ୍ୟ ବିଭାଗର ଜଣେ ମହିଳା କର୍ମଚାରୀ ନିଜ ପେନସନ ଟଙ୍କା ଦାନ କରି ସମସ୍ତଙ୍କ ଆରୋଗ୍ୟ କାମନା କରିଥିଲେ ।

ଅନ୍ୟପଟେ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକରେ କିଡନୀ ରୋଗୀଙ୍କ ଚିନ୍ତା ବଢାଇଛି । ଲକଡାଉନ କାରଣ ଏବେ ଔଷଧ ଅଭାବ ଦେଖାଦେଇଛି । ଯାହାକୁ ନେଇ କିଛି ବୁଦ୍ଧିଜୀବୀ ଏ ସମ୍ପର୍କିତ ଜିଲ୍ଲାପାଳଙ୍କ ଠାରେ ଦାବି ଜଣାଇଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.