ETV Bharat / state

ବଜ୍ରାଘାତ ନେଲା ସ୍ତ୍ରୀ ଜୀବନ, ସ୍ବାମୀ ଗୁରୁତର

author img

By ETV Bharat Odisha Team

Published : Sep 3, 2023, 7:19 AM IST

ବଜ୍ରପାତରେ ସ୍ବାମୀ ଗୁରୁତର ଓ ସ୍ତ୍ରୀଙ୍କ ମୃତ । ସଠିକ୍ ସମୟରେ ଆମ୍ବୁଲାନ୍ସ ସେବା ନମିଳିବାରୁ ଗ୍ରାମବାସୀ ଗୁରୁତର ମହିଳାଙ୍କୁ ଏକ ଅଟୋ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ଅଧିକ ପଢନ୍ତୁ

ବଜ୍ରାଘାତ ନେଲା ସ୍ତ୍ରୀ ଜୀବନ, ସ୍ବାମୀ ଗୁରୁତର
ବଜ୍ରାଘାତ ନେଲା ସ୍ତ୍ରୀ ଜୀବନ, ସ୍ବାମୀ ଗୁରୁତର
ବଜ୍ରାଘାତ ନେଲା ସ୍ତ୍ରୀ ଜୀବନ, ସ୍ବାମୀ ଗୁରୁତର

ବୌଦ୍ଧ: ବଜ୍ରପାତରେ ସ୍ବାମୀ ଗୁରୁତର ଓ ସ୍ତ୍ରୀଙ୍କ ମୃତ ହୋଇଥିବା ସୂଚନା ମିଳିଛି । ବୌଦ୍ଧ ଜିଲ୍ଲା ସଦର ବ୍ଲକ ମୁଣ୍ଡିପଦର ପଞ୍ଚାୟତ ଅନ୍ତର୍ଗତ ରାଉତବାହାଲ ଗ୍ରାମ ର ଦୁଇ ସ୍ବାମୀ ସ୍ତ୍ରୀ ନିଜ ଜମିରେ ଚାଷ କାର୍ଯ୍ୟରେ ବ୍ୟସ୍ତ ଥିବା ସମୟରେ ବଜ୍ରପାତ ହୋଇଥିଲା । ବଜ୍ରପାତ ପରେ ଦୁଇ ସ୍ବାମୀ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ଆମ୍ବୁଲାନ୍ସକୁ ଫୋନ କରିଥିଲେ । ସଠିକ୍ ସମୟରେ ଆମ୍ବୁଲାନ୍ସ ସେବା ନମିଳିବାରୁ ଗ୍ରାମବାସୀ ଗୁରୁତର ମହିଳାଙ୍କୁ ଏକ ଅଟୋ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ ଗତକାଲି (ଶନିବାର) ଅପରାହ୍ନରେ ବୌଦ୍ଧ ଜିଲ୍ଲା ପ୍ରବଳ ବର୍ଷା ସହ ଘଡଘଡି ମାରିଥିଲା । ଏହାଦ୍ବାରା ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରାଉତବାହାଲ ଗ୍ରାମର ଦୁଇ ସ୍ବାମୀ ସ୍ତ୍ରୀ ନିଜ ଜମିରେ ଚାଷ କାର୍ଯ୍ୟରେ ବ୍ୟସ୍ତ ଥିବା ସମୟରେ ବଜ୍ରପାତ ହୋଇଥିଲା । ଉଭୟ ସ୍ବାମୀ ସ୍ତ୍ରୀ ବଜ୍ରପାତରେ ଗୁରୁତର ଆହତ ହୋଇଥିଲେ । ସୂଚନା ପାଇ ରାଉତବାହାଲ ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରି ଘରକୁ ଆଣି ଆମ୍ବୁଲାନ୍ସକୁ ଫୋନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ..ବିଲକୁ ଯାଇଥିଲେମାରିଲା ବିଜୁଳି, ଆଖି ବୁଜିଲେ ଯୁବକ

ତେବେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ନ ଆସିବାରୁ ତଥା ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଗ୍ରାମବାସୀ ମାନେ ଏକ ଅଟୋ ଯୋଗେ ବଉଦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତରମାନେ ବଜ୍ରପାତରେ ଗୁରୁତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ଅତ୍ୟନ୍ତ ଗରିବ ପରିବାରର ଏହି ହିତାଧିକାରୀଙ୍କୁ ସହକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏହି ମୃତଙ୍କ ଗରିବ ପରିବାରକୁ ସହକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଗତ କିଛି ଦିନ ଧରି ବୌଦ୍ଧ ଜିଲ୍ଲାରେ ପ୍ରବଳ ଗରମ ଓ ଗୁଳୁଗୁଳି ଲାଗି ରହିଥିଲା । ତେବେ ଗତକାଲି ହଠାତ୍ ପାଣିପାଗରେ ପରିବର୍ତ୍ତନ ଆସି ବୌଦ୍ଧ ଜିଲ୍ଲା ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା । ଅତ୍ୟନ୍ତ ଗରିବ ପରିବାରର ଏହି ହିତାଧିକାରୀଙ୍କୁ ସହକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପରେ ମୃତଦେହକୁ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି ।

ଇଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.