ETV Bharat / state

ଚାଷୀଙ୍କ କାମରେ ଆସୁନି ୱେଟ ବ୍ରିଜ

author img

By

Published : Mar 21, 2022, 1:51 PM IST

ଚାଷୀଙ୍କ କାମରେ ଆସୁନି ବୌଦ୍ଧ ଜିଲ୍ଲାରେ ଆରଏମସି ଅଧିନରେ ତିଆରି ହୋଇଥିବା ଓ୍ବେଟ ବ୍ରିଜ ବା ଧର୍ମ କଣ୍ଟା । ଅଧିକ ପଢନ୍ତୁ

ଚାଷୀଙ୍କ କାମରେ ଆସୁନି ଓ୍ବେଟ ବ୍ରିଜ
ଚାଷୀଙ୍କ କାମରେ ଆସୁନି ଓ୍ବେଟ ବ୍ରିଜ

ବୌଦ୍ଧ: ଚାଷୀଙ୍କ କାମରେ ଆସୁନି ଲକ୍ଷ ଲକ୍ଷ ଟଙ୍କାରେ ତିଆରି ହୋଇଥିବା ଓ୍ବେଟ ବ୍ରିଜ ବା ଧର୍ମ କଣ୍ଟା । ଜିଲ୍ଲାର ତିନୋଟି ବ୍ଲକ ଅନ୍ତର୍ଗତ ୬ଟି ମାର୍କେଟ ୟାର୍ଡ ମଧ୍ୟରେ ନିର୍ମାଣ ହୋଇଛି ଓ୍ବେଟ ବ୍ରିଜ । କିନ୍ତୁ ବର୍ତ୍ତମାନ ତାହା ଚାଷୀଙ୍କ କାମରେ ଆସିପାରୁନାହିଁ । ଆରଏମସି ଅଧିନରେ ୨୦୦୯ ସସିହାରେ ବୀରନରସିଂପୁର ମାର୍କେଟ ୟାର୍ଡ ମଧ୍ୟରେ ଓ୍ବେଟ ବ୍ରିଜଟି ପ୍ରତିଷ୍ଠା ହୋଇଥିଲା । କିନ୍ତୁ ଏସବୁର ସୁପରିଚାଳନା ଠିକରେ ହୋଇପାରୁ ନଥିବା କାରଣରୁ ଏହା ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ପାଲଟିଯାଇଥିବା ଅଭିଯୋଗ ହୋଇଛି ।

ଚାଷୀଙ୍କ କାମରେ ଆସୁନି ଓ୍ବେଟ ବ୍ରିଜ

ସେହିପରି ଆରଏମସିର ମାପ ଯନ୍ତ୍ର ଗୁଡିକ ଠିକରେ ପରିଚାଳନା କରାଯାଉ ନଥିବା ମଧ୍ୟ ଅଭିଯୋଗ ହୋଇଛି । ଏହାଛଡା ଏଠାରେ ଥିବା ବିହନ ଗୋଦାମ ଗୃହ ବ୍ୟବହାର ହେଉନଥିବାରୁ ତାହା ବର୍ତ୍ତମାନ ଭୂତକୋଠୀ ପାଲଟିଛି । ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.