ETV Bharat / state

ଅଦିନିଆ ବର୍ଷା ରେ ପଚିସଢି ଗଲା ମହୁଲ, ଚିନ୍ତାରେ ମହୁଲ ଗୋଟାଳୀ

author img

By

Published : Mar 19, 2023, 10:58 PM IST

ଅଦିନିଆ ଝଡ ବର୍ଷା ମହୁଲ ଗୋଟାଳୀଙ୍କ ପାଇଁ ଆଣିଲା ଦୁଃଖ । ପଶ୍ଚିମା ଝଡ ପ୍ରଭାବରେ ଝଡିଗଲା ମହୁଲୀ ଫୁଲ । ଅଧିକ ପଢ଼ନ୍ତୁ

ଅଦିନିଆ ଝଡ ବର୍ଷା ମହୁଲ ଗୋଟାଳୀଙ୍କ ପାଇଁ ଆଣିଲା ଦୁଃଖ

ବୌଦ୍ଧ: ରାଜ୍ୟରେ ପଶ୍ଚିମା ଝଡ ପ୍ରଭାବ । ବିଭିନ୍ନ ସ୍ଥାନରେ ଗତ ତିନି ଦିନ ହେଲା ଝଡ ତୋଫାନ ସହିତ ବର୍ଷା ଜାରି ରହିଛି । ପାଗରେ ପରିବର୍ତ୍ତନ କାରଣରୁ ରାଜ୍ୟରେ ବିଭିନ୍ନ ଫସଲ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହି ଝଡବର୍ଷା ଯୋଗୁଁ ପନିପରିବା ଚାଷ ଉପରେ ସେତେଟା ପ୍ରଭାବ ପକାଇ ନଥିଲେ ମଧ୍ୟ ଆମ୍ବ, ମହୁଲ, କେନ୍ଦୁ, ଫଳ ଉପରେ ନିର୍ଭରଶୀଳ ପରିବାର ପାଇଁ ଦୁଃଖ ଆଣିଦେଇଛି । ଅଧିକାଂଶ ସ୍ଥାନରେ ଆମ୍ବ କଷି ସବୁ ଝଡି ପଡିଥିବା ବେଳେ ମହୁଲ ଗୋଟାଳୀଙ୍କ ଦୁଃଖ ବେଶ ବଢାଇ ଦେଇଛି ।

ଅଦିନିଆ ଝଡ ତୋଫାନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଅନୁଭୂତ ହୋଇଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ ତିନି ଦିନ ଧରି ପଶ୍ଚିମା ଝଡ ପ୍ରଭାବରେ ବର୍ଷା ହୋଇଛି ।ତେବେ ଏହି ଝଡତୋଫାନ ତଥା ବର୍ଷା ଯୋଗୁଁ ପନିପରିବା ଚାଷ ସେତେଟା କ୍ଷତି ହୋଇନଥିବା ବେଳେ ମହୁଲ ଗୋଟାଇ ପ୍ରତିପୋଷଣ ହେଉଥିବା ପରିବାର ଙ୍କ ପାଇଁ ଦୁଃଖ ଆଣିଦେଇଛି । ମହୁଲ ସହିତ ଆମ୍ବ କଷି ସବୁ ଝଡି ପଡିଥିବା ବେଳେ ଚଳିତ ବର୍ଷ ଆମ୍ବ ଉପରେ ନିର୍ଭରଶୀଳ ପରିବାର ଓ ବ୍ୟବସାୟୀ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ଉପାନ୍ତ ତଥା ଜଙ୍ଗଲ ଅଞ୍ଚଳରେ ପ୍ରବଳ ମହୁଲ ଗଛ ରହିଛି । ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସ ଆରମ୍ଭ ରୁ ଏହି ମହୁଲ ଗଛ ତଳୁ ମହୁଲ ସଂଗ୍ରହ କରି ସ୍ଥାନୀୟ ଗରିବ ପରିବାର ମାନେ ନିକଟସ୍ଥ ମହୁଲ ସଂଗ୍ରହ କେନ୍ଦ୍ର ରେ ଦେଇ କିଛି ଅର୍ଥ ଉପାର୍ଜନ କରିଥାନ୍ତି । ଗୋଟିଏ ଗୋଟିଏ ପରିବାର ଏହି ମହୁଲ ସଂଗ୍ରହ କରି ଦଶରୁ କୋଡିଏ ହଜାର ଟଙ୍କା ପର୍ଯ୍ୟନ୍ତ ବର୍ଷକରେ ଏହି ମହୁଲରୁ ଅର୍ଥ ଉପାର୍ଜନ କରି ପରିବାର ଚଳାଇଥାନ୍ତି । ବିଶେଷ ଭାବରେ ଏହି ମହୁଲକୁ ରନ୍ଧା ମଦରେ ବ୍ୟବହାର କରାଯାଉଥିବା ବେଳେ ଏହାର ଅନ୍ୟ ବ୍ୟବହାର ମଧ୍ୟ ରହିଛି । ତେବେ ଚଳିତ ବର୍ଷ ମହୁଲ ସଂଗ୍ରହ ଆରମ୍ଭରୁ ଝଡତୋଫାନ ତଥା ବର୍ଷା ଯୋଗୁଁ ଏହା ଉପରେ ଗଭୀର ପ୍ରଭାବ ପଡିଛି ।

କାରଣ ବର୍ଷା ଯୋଗୁଁ ଗୋଟିଏ ପଟରେ ମହୁଲ ଝଡା ବନ୍ଦ ହେବା ଆଶଙ୍କା ଥିବା ବେଳେ ପୂର୍ବରୁ ସଂଗ୍ରହ ହୋଇଥିବା ମହୁଲ ସବୁ ବର୍ତ୍ତମାନ ପଚିସଢି ଯାଉଥିବା ସୂଚନା ମିଳିଛି । ଫଳରେ ଏହି ମହୁଲ ଉପରେ ନିର୍ଭରଶୀଳ ପରିବାର ବର୍ତ୍ତମାନ ଚିନ୍ତାରେ ପଡିଯାଇଛନ୍ତି । ଅନେକ ସ୍ଥାନରେ ଏହି ମହୁଲ କୁଢକୁଢ ହୋଇ ନଷ୍ଟ ହୋଇଯାଇଥିବା ପରିଲକ୍ଷିତ ହୋଇଛି । ତେଣୁ ଏନେଇ ସରକାର ଏଭଳି ପରିବାରଙ୍କୁ ସହାୟତାର ହାତ ବଢାଇବାକୁ ମହୁଲ ଗୋଟାଳୀ ପରିବାର ଗୁହାରି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.