ETV Bharat / state

ବୌଦ୍ଧରେ ତରଭୁଜ ଅଭାବୀ ବିକ୍ରି, ଚିନ୍ତାରେ ଚାଷୀ

author img

By

Published : Apr 20, 2022, 1:29 PM IST

ଜିଲ୍ଲାରେ ତରଭୁଜର ଅଭାବୀ ବିକ୍ରି । ତରଭୁଜକୁ ନେଇ ବୌଦ୍ଧ ଜିଲ୍ଲାର ଏକ ସ୍ବତନ୍ତ୍ର ପରିଚୟ ରହିଥିବା ବେଳେ ଉଚିତ ବଜାର ନମିଳି ନଥିବାରୁ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ଅଧିକ ପଢ଼ନ୍ତୁ

watermelon selling problem in boudh
ତରଭୁଜର ଅଭାବୀ ବିକ୍ରି, ଚିନ୍ତାରେ ଚାଷୀ

ବୌଦ୍ଧ: ଜିଲ୍ଲାରେ ତରଭୁଜର ଅଭାବୀ ବିକ୍ରି । ତରଭୁଜକୁ ନେଇ ବୌଦ୍ଧ ଜିଲ୍ଲାର ଏକ ସ୍ବତନ୍ତ୍ର ପରିଚୟ ରହିଥିବା ବେଳେ ଉଚିତ ବଜାର ନମିଳି ନଥିବାରୁ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ସାରା ରାଜ୍ୟରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନରେ ବୌଦ୍ଧ ତରଭୁଜର ବେଶ ଚାହିଦା ରହିଛି । ମାତ୍ର ପାଣିପାଗ ଅନିୟମିତତା ସାଙ୍ଗକୁ ଜଳସେଚନର ଅସୁବିଧା ହେତୁ ତରଭୁଜ ଚାଷରେ ସମସ୍ୟା ସୃଷ୍ଟି ହୋଇଛି ।

ତରଭୁଜର ଅଭାବୀ ବିକ୍ରି, ଚିନ୍ତାରେ ଚାଷୀ

ଉପଯୁକ୍ତ ପରିବେଶ ସାଙ୍ଗକୁ ଉର୍ବର ମାଟି ଯୋଗୁଁ ଜିଲ୍ଲାର ତରଭୁଜ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଜିଲ୍ଲାର ହରଭଙ୍ଗା,କଣ୍ଟାମାଳ ଓ ବୌଦ୍ଧ ବ୍ଲକର ବିଭିନ୍ନ ସ୍ଥାନରେ ପ୍ରଚୁର ପରିମାଣରେ ତରଭୁଜ ଅମଳ ହୁଏ । ଏହା ଏକ ଲାଭଦାୟକ ଚାଷ ହୋଇଥିବାରୁ ଦୀର୍ଘ ବର୍ଷ ହେଲା ଚାଷୀମାନେ ତରଭୁଜ ଉପରେ ନିର୍ଭର କରନ୍ତି । ହେଲେ ଚଳିତ ବର୍ଷ ପାଣିପାଗରେ ଅନିୟମିତତା ସାଙ୍ଗକୁ ଜଳସେଚନର ଅସୁବିଧା ଚାଷୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ପୂର୍ବ ଅପେକ୍ଷା ତରଭୁଜ ଉତ୍ପାଦନରେ ଯଥେଷ୍ଟ ହ୍ରାସ ପାଇଛି । ଅନ୍ୟପଟେ ଜିଲ୍ଲାରେ ଶୀତଳଭଣ୍ଡାର ନଥିବା ହେତୁ ବାଧ୍ୟ ହୋଇ ଚାଷୀ ଅଦରଦରରେ ତରଭୁଜ ବିକ୍ରି କରୁଛନ୍ତି । ଫଳରେ ଅନେକ ସ୍ଥାନରେ ଚାଷୀ ତରଭୁଜର ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ବୌଦ୍ଧର ତରଭୁଜ ରାଜ୍ୟ ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ଯଥେଷ୍ଟ ଚାହିଦା ରହିଛି । ତେଣୁ ଅଭାବୀ ବିକ୍ରିକୁ ରୋକିବା ପାଇଁ ଓରମାସର ସହାୟତା ନିଆଯିବ ବୋଲି ବୌଦ୍ଧ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.