ETV Bharat / state

ଫେବୃଆରୀ ମାସରୁ ଖରାର ପ୍ରକୋପ, ଜଳସଙ୍କଟ ନେଇ ଚିନ୍ତାରେ ଲୋକେ - ଜଳସଙ୍କଟ

ଫେବୃଆରୀ ମାସ ଶେଷ ନହେଉଣୁ ବୌଦ୍ଧ ଜିଲ୍ଲାରେ ପ୍ରଚଣ୍ଡ ଖରା । ପ୍ରକୋପରେ ବର୍ତ୍ତମାନ ଠାରୁ ଜଳସଙ୍କଟ ଚିନ୍ତା ଘାରିଲାଣି । ଶୀଘ୍ର ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି । ଅଧିକ ପଢନ୍ତୁ

Water Problem Issue In Boudh District
Water Problem Issue In Boudh District
author img

By

Published : Feb 25, 2023, 9:26 AM IST

Water Problem Issue In Boudh District

ବୌଦ୍ଧ: ଫେବୃଆରୀ ମାସ ଶେଷ ନହେଉଣୁ ରାଜ୍ୟରେ ପ୍ରଚଣ୍ଡ ଖରା ଅନୁଭୂତ ହେଲାଣି । ଏହାର ପ୍ରଭାବରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅପରାହ୍ନ ବର୍ତ୍ତମାନ ଠାରୁ ଜଳସଙ୍କଟ ଦେଖାଦେଇଛି । ଏଠାରେ ସରକାର ଅନେକ ମେଗା ପାନୀୟଜଳ ପ୍ରକଳ୍ପ କରିଥିଲେ ସୁଦ୍ଧା କେଉଁଠି କାର୍ଯ୍ୟ ଅଧପନ୍ତରିଆ ହୋଇପଡିଛି ତ ଆଉ କେଉଁଠି କାର୍ଯ୍ୟ ସଂପୂର୍ଣ୍ଣ ହେବାର ନା ଧରୁନି ଫଳରେ ପାନୀୟ ଜଳ ପାଇଁ ନାନାଦି ଅସୁବିଧା ଭୋଗୁଛନ୍ତି ଲୋକେ ।

ଫେବୃଆରୀ ମାସ ଶେଷରୁ ତେଲନଦୀ, ବାଘନଦୀ, ସାଲୁଙ୍କୀ ଓ ମହାନଦୀ ଭଳି ଅନେକ ନଦୀନାଳରେ ଭରପୁର ବୌଦ୍ଧ ଜିଲ୍ଲାରେ ଉଭୟ ପାନୀୟଜଳ ଓ ଜଳସେଚନକୁ ନେଇ ଦେଖାଗଲାଣି ସମସ୍ୟା । ବିଶେଷ ଭାବରେ ଉପାନ୍ତ ପଞ୍ଚାୟତର ଦୁର୍ଗମ ଅଞ୍ଚଳରେ ପାନୀୟଜଳ ଯୋଗାଣ ହୋଇପାରୁନଥିବା ବେଳେ ବର୍ଷ ବର୍ଷ ଧରି ନଦୀନାଳର ଶୁଖିଲା ଶଯ୍ୟାରେ ଚୂଆ ଖୋଳି ପିଇବା ପାଇଁ ପାଣି ସଂଗ୍ରହ କରୁଛନ୍ତି ଲୋକେ।

ସୂଚନା ଥାଉ କି, କଣ୍ଟାମାଳ ବ୍ଲକର ତେଲନଦୀ ଉତ୍ସରୁ ଲୋକାପଡା ଠାରେ ମେଗା ପାନୀୟଜଳ ପ୍ରକଳ୍ପ ଓ ବୌଦ୍ଧ ବ୍ଲକର ମହାନଦୀର ଜଗତୀ ନିକଟରେ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଚାଲିଥିଲେ ସୁଦ୍ଧା ତାହା ସଂପୂର୍ଣ୍ଣ ହେବାର ନା ଧରୁନି । ସେହିପରି ହରଭଙ୍ଗା ବ୍ଲକର ପାଣିଘରା ଠାରେ ମଧ୍ୟ ଏଭଳି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆଗେଇ ପାରିନାହିଁ । ଏହାଛଡା ଜିଲ୍ଲାର ସମସ୍ତ 69ଗୋଟି ପଞ୍ଚାୟତରେ ନିର୍ମିତ ଓଭରହେଡ ପାନୀୟଜଳ ପ୍ରକଳ୍ପ ମଧ୍ୟରୁ ଅଧିକାଂଶ ବିଭିନ୍ନ କାରଣରୁ ବନ୍ଦ ପଡିଛି । ତେଣୁ ଜିଲ୍ଲାର ଅନେକ ସ୍ଥାନରେ ପାନୀୟଜଳକୁ ନେଇ ସବୁବେଳେ ସମସ୍ୟା ଲାଗିରହୁଛି ।

ତେବେ ଜିଲ୍ଲାରେ ବାଘ ସେଚ ପ୍ରକଳ୍ପ ଓ ସାଲୁଙ୍କୀ ସେଚ ପ୍ରକଳ୍ପ ସହିତ ଅନେକ ସ୍ଥାନରେ କ୍ଷୁଦ୍ର ଜଳସେଚନ ଓ ଉଠା ଜଳସେଚନ ବ୍ୟବସ୍ଥା ରହିଥିଲେ ମଧ୍ୟ ଅଧିକାଂଶ ପ୍ରକଳ୍ପ କେବଳ ଠିକାଦାରଙ୍କୁ ପୋଷିବା ପାଇଁ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି । କ୍ଷୁଦ୍ର ଜଳସେଚନ ବିଭାଗର ଅଳ୍ପ କେତୋଟି ପ୍ରକଳ୍ପକୁ ଛାଡିଦେଲେ ଅଧିକାଂଶ ସ୍ଥାନରେ ଏସବୁ ପ୍ରକଳ୍ପ ଭାଙ୍ଗି ଭୁଶୁଡି ମଧ୍ୟ ଗଲାଣି।

ଏଥିସହ ଜିଲ୍ଲାର ଲକ୍ଷ୍ମୀ ପଥର, ସତୀଘାଟ ଓ ଖଡଙ୍ଗ ନଦୀବନ୍ଧ ପାଇଁ ପ୍ରସ୍ତାବ ରହିଥିବା ବେଳେ ବିଭିନ୍ନ ଜଳଉତ୍ସରେ ପାଣି ଶୁଖିଗଲାଣି । ଏହାଛଡା ଜିଲ୍ଲାର ତେଲନଦୀ ଓ ମହାନଦୀର ଜଳ ଉତ୍ସରୁ ଜଳସେଚନ ପାଇଁ ପାର୍ବତୀ ଗିରି ବୃହତ ଉଠାଜଳସେଚନ ମାଧ୍ୟମରେ ଲକ୍ଷ୍ୟ ରଖାଯାଇଥିବା ବେଳେ କେବଳ କଣ୍ଟାମାଳ ବ୍ଲକରେ ଏହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିଛି । ସେହିପରି ଅଁଳାପାଲି ଓ ହରଭଙ୍ଗା ବ୍ଲକର ତିରଡ ସ୍କିମ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇପାରି ନାହିଁ ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉଭୟ ତେଲନଦୀ ଓ ମହାନଦୀରେ ଜଳସ୍ତର ହ୍ରାସ ପାଉଥିବା ବେଳେ ଏସବୁ ପ୍ରକଳ୍ପର ଭାଗ୍ୟ ଭବିଷ୍ୟତ କଣ ହେବ ସେନେଇ ପରିବେଶପ୍ରେମୀ ଚିନ୍ତା ପ୍ରକାଶ କରିଛନ୍ତି । ଏବଂ ଏନେଇ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗର ଅପାରଗତାକୁ ବିଭିନ୍ନ ମହଲରେ ଦାୟୀ କରାଯାଉଛି । ଏହାରି ମଧ୍ୟରେ ନିର୍ମାଣ ଚାଲିଥିବା ଦେଉଳୀ ଓ ଖଇରମାଳ ମେଗା ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ।

ଇଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.