ETV Bharat / state

ହରଭଙ୍ଗା ବ୍ଲକରେ ଉତ୍କଟ ପାନୀୟଜଳ ସମସ୍ୟା, ଦୂଷିତ ପାଣି ପିଉଛନ୍ତି ଲୋକେ - ବୌଦ୍ଧରେ ପାନୀୟ ଜଳ ସମସ୍ୟା

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଅଧିକାଂଶ ପଞ୍ଚାୟତ ମହାନଦୀ କୂଳରେ ଥିଲେ ମଧ୍ୟ ପାନୀୟଜଳର ଉତ୍କଟ ସମସ୍ୟା ରହିଛି ବିଭିନ୍ନ ଗ୍ରାମରେ ଓଭର ହେଡ ଟାଙ୍କି ଥିଲେ ମଧ୍ୟ ତାହା ଅଚଳ ହୋଇ ପଡିରହିଛି । ଯାହା ଫଳରେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଅଧିକ ପଢନ୍ତୁ

ହରଭଙ୍ଗା ବ୍ଲକରେ ଉତ୍କଟ ପାନୀୟଜଳ ଯୋଗାଣ ବ୍ୟବସ୍ଥା

author img

By

Published : Nov 10, 2022, 1:53 PM IST

ବୌଦ୍ଧ: ଘର ଘରକୁ ପାନୀୟ ଜଳ ଯୋଗାଣ ପାଇଁ ସରକାରଙ୍କ ମାଳମାଳ ଯୋଜନା । କିନ୍ତୁ ନଦୀରେ ଭରପୂର ଥିବା ବୌଦ୍ଧରେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ମହାନଦୀ କୂଳରେ ଅବସ୍ଥିତ ବ୍ଲକର ଅନେକ ପଞ୍ଚାୟତରେ ପାନୀୟଜଳର ଉତ୍କଟ ସମସ୍ୟା ଦୀର୍ଘ ବର୍ଷ ହେଲା ଲାଗିରହିଛି । ପରିସ୍ଥିତି ଏପରି ଯେ ପଞ୍ଚାୟତରୁ ଶତାଧିକ ପରିବାର ପ୍ରତ୍ୟେକ ଦିନ ସହରକୁ ପାନୀୟଜଳ ସଂଗ୍ରହ ପାଇଁ ଆସିବାକୁ ପଡୁଛି ।

ହରଭଙ୍ଗା ବ୍ଲକରେ ଉତ୍କଟ ପାନୀୟଜଳ ଯୋଗାଣ ବ୍ୟବସ୍ଥା

ଏହା ମଧ୍ୟ ପଢନ୍ତୁ: Delhi Liquor Scam: ଆନ୍ଧ୍ର ଓ ତେଲେଙ୍ଗାନାରୁ ୨ ବ୍ୟବସାୟୀଙ୍କୁ ବାନ୍ଧିଲା ଇଡି

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଅଧିକାଂଶ ପଞ୍ଚାୟତ ମହାନଦୀ କୂଳରେ ଥିଲେ ମଧ୍ୟ ପାନୀୟଜଳର ଉତ୍କଟ ସମସ୍ୟା ରହିଛି । ବୌଦ୍ଧ ପୌରାଞ୍ଚଳକୁ ଲାଗିଥିବା ସରସରା ପଞ୍ଚାୟତ ଠାରୁ କୁଶଙ୍ଗ ପଞ୍ଚାୟତ ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମରେ ଓଭର ହେଡ ଟାଙ୍କି ଥିଲେ ମଧ୍ୟ ତାହା ଅଚଳ ହୋଇ ପଡିରହିଛି । ପରିସ୍ଥିତି ଏପରି ଯେ ବୌଦ୍ଧ ସହରକୁ ସଂଲଗ୍ନ ସରସରା ପଞ୍ଚାୟତର ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ମାଉଳିସିଙ୍ଗା ଗ୍ରାମରେ ମଧ୍ୟ ପାନୀୟଜଳର ସମସ୍ୟା ରହିଛି ।

ଏହା ମଧ୍ୟ ପଢନ୍ତୁ: ବ୍ଲାକମେଲର ଅର୍ଚ୍ଚନା‌ ନାଗ ମାମଲା, ୮ଟି ସ୍ଥାନରେ ଇଡିର ତନାଘନା

ତେବେ ଆଶ୍ଚର୍ଯ୍ୟର କଥା ମାଉଳିସିଙ୍ଗା ଗ୍ରାମ ଠାରୁ ମାତ୍ର କିଛି ମିଟର ଦୂରରେ ଭୂତଳଜଳ ପ୍ରକଳ୍ପ ପ୍ରତିଷ୍ଠା ହୋଇ ବୁଟୁପାଲିକୁ ଜଳଯୋଗାଣ ହେଉଛି । ହରଭଙ୍ଗା ବ୍ଲକରେ ପାନୀୟଜଳ ସମସ୍ୟାର ସମାଧାନ ପାଇଁ ପାଣିଘରା ଠାରେ ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଛି । କିନ୍ତୁ କେବେ ଉକ୍ତ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ସେନେଇ କୌଣସି ସୂଚନା ନାହିଁ । ସେପଟେ ବୁଟୁପାଲିର ୧୨ ନମ୍ବର ଓ୍ବାର୍ଡର ଜନୈକ ଯୁବକଙ୍କ ପାଣି ଟ୍ୟାପରୁ କୃମି ଭଳି ଜଳଚର ଜୀବ ବାହାରୁଥିବା ଅଭିଯୋଗ ପରେ ବୁଟୁପାଲି ଅଞ୍ଚଳର ଅଧିବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

ଏନେଇ ସ୍ଥାନୀୟ ବାସିନ୍ଦା କହିଛନ୍ତି, "ଆମେ ଆଜି ପର୍ଯ୍ୟନ୍ତ ପାଣି ପାଉନାହୁଁ । ଗତକାଲି ଆମର ବୁଟୁପାଲିର ୧୨ ନମ୍ବର ଓ୍ବାର୍ଡରେ ପାଣି ଟ୍ୟାପରୁ କୃମି ଭଳି ଜଳଚର ଜୀବ ବାହାରୁଛି । ପାଣି ପାଇଁ ବହୁତ ସମସ୍ୟା ଭୋଗୁଛୁ । ଟାଙ୍କି ଅଛି କିନ୍ତୁ ପାଣି ମିଳୁନି । ଅଭିଯୋଗ କରିବା ପରେ ମଧ୍ୟ କୌଣସି ସମସ୍ୟାର ସାମାଧାନ ହୋଇପାରୁନାହିଁ । ମେଗା ପ୍ରକଳ୍ପ କାମ କେବେ ସରିବ ତାହାକୁ ନେଇ ଆମେ ଦ୍ବନ୍ଦରେ । ଦୂରରୁ ଯେଉଁ ପାଣି ଆଣୁଥିଲୁ ସେଥିରୁ ପୁଣି ପୋକ ବାହାରୁଛି । ଫଳରେ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ଲାଗୁଛି ।"

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.