ETV Bharat / state

ବନ୍ୟା ପାଣି ଘେରରେ ବୌଦ୍ଧର ଅନେକ ନଦୀକୂଳିଆ ଅଞ୍ଚଳ - ବୌଦ୍ଧର ଅନେକ ଅଞ୍ଚଳ ଜଳମଗ୍ନ

ଲଘୁଚାପ ଜନିତ ବର୍ଷା ଯୋଗୁଁ ମହାନଦୀରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଫଳରେ ବୌଦ୍ଧର ଅନେକ ସ୍ଥାନ ଜଳମଗ୍ନ ହେବାସହ ଚାଷ ଜମି ନଷ୍ଟ ହୋଇଯାଇଛି । ଅଧିକ ପଢନ୍ତୁ

ବୌଦ୍ଧର ଅନେକ ଅଞ୍ଚଳ ଜଳମଗ୍ନ
ବୌଦ୍ଧର ଅନେକ ଅଞ୍ଚଳ ଜଳମଗ୍ନ
author img

By

Published : Aug 14, 2022, 4:37 PM IST

ବୌଦ୍ଧ: ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକ ଜଳସ୍ତର ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ଫଳରେ ରାଜ୍ୟରେ ଛୋଟ ଧରଣର ବନ୍ୟା ଆସିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଉପରମୁଣ୍ଡରେ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ବୌଦ୍ଧର ଅନେକ ସ୍ଥାନର ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଶହ ଶହ ଏକର ଚାଷ ଜମିରେ ବନ୍ୟା ପାଣି ଲହଡି ମାରୁଛି । ଉପର ମୁଣ୍ଡରେ ଲଗାଣ ବର୍ଷା ଓ ହୀରାକୁଦ ଜଳ ଭଣ୍ଡାରରୁ ଜଳ ନିଷ୍କାସନ ହେଉଥିବା ଯୋଗୁଁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ବୌଦ୍ଧର ଅନେକ ଅଞ୍ଚଳ ଜଳମଗ୍ନ

ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଠାରୁ ମାରଡା ପର୍ଯ୍ୟନ୍ତ ବିଭିନ୍ନ ନଦୀକୂଳିଆ ଗାଁରେ ବନ୍ୟା ପାଣି ପଶିଥିବାବେଳେ, ଚାଷ ମଧ୍ୟ ପ୍ରଭାବିତ ହୋଇଛି । ଜିଲ୍ଲାର ସାହୁପଡା, ତେନ୍ତୁଳି ପାଲି, ଝରାସାହି, ପାଣିଘରା, ଖଣ୍ଡିଧଳପୁର, ସାକୁସିଙ୍ଗା, କଙ୍କଲା, ତେନ୍ତୁଳି ପଦର ବନ୍ୟା ପାଣି ଘେରରେ ରହିଛି । ସେହିପରି ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗ୍ରାମ ଉଦଣ୍ଡୀ ନାଳରେ ବନ୍ୟା ପାଣି ଯୋଗୁଁ ତାହା ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି ।

ସହରର ଗାଇଗୋଠ ବସ୍ତିର ଅନେକ ଘରେ ବନ୍ୟା ପାଣି ପଶିଯିବାରୁ ଲୋକେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହୋଇଛନ୍ତି । ଏହାସହ ଶଗଡା ପଞ୍ଚାୟତ ବେନାମୁଣ୍ଡା ଗ୍ରାମର ଏକ କେନ୍ଦୁପତ୍ର ଫଡି ଘର ଭୁଷୁଡି ପଡିବାରୁ ପାଞ୍ଚଟି ଗାଇଗୋରୁଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଅନ୍ୟପଟେ ଜିଲ୍ଲାରେ ବନ୍ୟା ପରିସ୍ଥିତି ନେଇ ପ୍ରଶାସନ ସଜାଗ ରହିଥିବା ନେଇ କହିଛନ୍ତି ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ । ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାର ଉପରିସ୍ଥ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.