ETV Bharat / state

ବର୍ଷାରେ ବେହାଲ ବୌଦ୍ଧ: ବିଦ୍ୟୁତ ତାର ପଡି ୬ ଗୋରୁ ମୃତ

author img

By

Published : Jun 20, 2022, 9:05 PM IST

ବୌଦ୍ଧରେ ପ୍ରବଳ ବର୍ଷା ପ୍ରଭାବରେ ପାଣିରେ ଉବୁଟୁବୁ ତଳିଆ ଅଞ୍ଚଳ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅନେକ ବିଭାଗ ଭିତରେ ମଧ୍ୟ ପଶିଲା ପାଣି । ସେପଟେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୬ ଗୋରୁ ମୃତ । ଅଧିକ ପଢ଼ନ୍ତୁ

ବର୍ଷାରେ ବେହାଲ ବୌଦ୍ଧ: ବିଦ୍ୟୁତ ତାର ପଡି ୬ ଗୋରୁ ମୃତ
ବର୍ଷାରେ ବେହାଲ ବୌଦ୍ଧ: ବିଦ୍ୟୁତ ତାର ପଡି ୬ ଗୋରୁ ମୃତ

ବୌଦ୍ଧ: ବର୍ଷାରେ ବେହାଲ ହେଲାଣି ଜିଲ୍ଲାର ଅନେକ ସ୍ଥାନ । କେତେକ ସ୍ଥାନରେ ସଟ ସର୍କିଟ ହୋଇ କ୍ଷତି ହୋଇଥିବା ବେଳେ ବର୍ଷା ଯୋଗୁଁ ତଳିଆ ଅଞ୍ଚଳ ବର୍ଷା ପାଣିରେ ଉବୁଟୁବୁ । ସେପଟେ ବଘିଆପଡା ପଞ୍ଚାୟତର ପାଲଝାର କୃଷି ଫାର୍ମରେ ଉପୁଡି ଯାଇଥିବା ବିଦ୍ୟୁତ ଖମ୍ବର ତାର ସଂସ୍ପର୍ଶରେ ଆସି ୬ଟି ଗୋରୁ ମୃତ । ତେବେ ସେହି ଫାର୍ମର ଅନ୍ୟ ଦୁଇ କର୍ମଚାରୀ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବା ସୂଚନା ମିଳିଛି ।

ରବିବାର ଅପରାହ୍ନ ଭଳି ସୋମବାର ଅପରାହ୍ନରେ ମଧ୍ୟ ପ୍ରବଳ ଘୂର୍ଣ୍ଣିଝଡ ସହିତ ବଜ୍ରପାତ ଯୋଗୁଁ ବୌଦ୍ଧ ଜିଲ୍ଲାରେ ଜନ ଜୀବନ ଅସ୍ତବ୍ୟସ୍ତ । ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳ ବର୍ଷା ପାଣିରେ ବୁଡ଼ି ରହିଥିବା ଦେଖିବାକୁ ମିଳିଛି । ଜିଲ୍ଲା ସଦର ମହକୁମାର ବସଷ୍ଟାଣ୍ଡ, ରଘୁନାଥ ମନ୍ଦିର ଓ କେତେକ ବସ୍ତି ସହିତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରେ ବର୍ଷା ପାଣି ପଶିଯାଇଛି । ଏପରିକି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅନେକ ବିଭାଗ ଭିତରେ ମଧ୍ୟ ବର୍ଷା ପାଣି ପଶି ଯିବାରୁ କର୍ମଚାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.