ETV Bharat / state

ଘର ଲୋକଙ୍କୁ କୋରୋନା ଭୟ, ଆକ୍ରାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ସ୍ବେଚ୍ଛାସେବୀ

ଏକ ଅଭାବନୀୟ ଘଟଣା କ୍ରମରେ ପୂର୍ବରୁ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ପରେ ସତ୍କାର ପାଇଁ ପରିବାର ଲୋକ ନଆସିବାରୁ ସ୍ବେଚ୍ଛାସେବୀ ମାନେ ସତ୍କାର କାର୍ଯ୍ୟ କରିଛନ୍ତି । ଘଟଣା ସମ୍ପର୍କରେ ବୌଦ୍ଧ ଜିଲ୍ଲାପାଳ ବିଶଦ ସୂଚନା ଦେଇଛନ୍ତି ।

author img

By

Published : Sep 1, 2020, 7:50 AM IST

ଆସିଲେନି ଘର ଲୋକେ, କୋରୋନା ଆକ୍ରାନ୍ତଙ୍କ ସତ୍କାର କାର୍ଯ୍ୟ କଲେ ସ୍ବେଚ୍ଛାସେବୀ

ବୌଦ୍ଧ: ମହାମାରୀ ସମୟରେ ରୋଗ ଦାଉ ସହ ବଢିଯାଇଛି ସାମାଜିକ ବାଛନ୍ଦ। ଭାଇରସ ଭୟରେ ପର କରି ଦେଉଛନ୍ତି ଘର ଲୋକେ। ପାଖରେ ରହିବା ତ ଦୂରର କଥା ଏମିତିକି ମୃତଦେହ ନେବାକୁ ଅରାଜି ପ୍ରକାଶ କରୁଛନ୍ତି। ତେବେ ଏପରି ସ୍ପର୍ଶକାତର ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବା ବେଳେ ବୌଦ୍ଧରେ ସମାନ ଏକ ଘଟଣା ଘଟିଛି।

ଏକ ଅଭାବନୀୟ ଘଟଣା କ୍ରମରେ ପୂର୍ବରୁ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ପରେ ସତ୍କାର ପାଇଁ ପରିବାର ଲୋକ ନଆସିବାରୁ ସ୍ବେଚ୍ଛାସେବୀ ମାନେ ସତ୍କାର କାର୍ଯ୍ୟ କରିଛନ୍ତି । ଘଟଣା ସମ୍ପର୍କରେ ବୌଦ୍ଧ ଜିଲ୍ଲାପାଳ ବିଶଦ ସୂଚନା ଦେଇଛନ୍ତି ।

ଆସିଲେନି ଘର ଲୋକେ, କୋରୋନା ଆକ୍ରାନ୍ତଙ୍କ ସତ୍କାର କାର୍ଯ୍ୟ କଲେ ସ୍ବେଚ୍ଛାସେବୀ
ଆସିଲେନି ଘର ଲୋକେ, କୋରୋନା ଆକ୍ରାନ୍ତଙ୍କ ସତ୍କାର କାର୍ଯ୍ୟ କଲେ ସ୍ବେଚ୍ଛାସେବୀ

ତେବେ ଜିଲ୍ଲାରେ ଆଜି ପୁଣି 9 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୦୯ରେ ପହଞ୍ଚିଛି । ତେବେ ଆଜି ପ୍ରଥମ ଥର ପାଇଁ ବୌଦ୍ଧ ରାଜଘାଟ ଠାରେ କୌଣସି କୋରୋନା ରୋଗୀଙ୍କ ମୃତଦେହ ସତ୍କାର କରାଯାଇଛି ।

ଉକ୍ତ ସ୍ବେଚ୍ଛାସେବୀ ସଙ୍ଗଠନ ପ୍ରଥମେ ଏକ ଅଜଣା ନବଜାତ ଶିଶୁର ଶରୀରକୁ ସ୍ଥାନୀୟ ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ସଂଗଠନ ସତ୍କାର କରିଥିବା ବେଳେ ଦ୍ବିତୀୟରେ ଜଣେ କୋରୋନା ରୋଗୀଙ୍କ ଶେଷକୃତ୍ୟ କରିଥିବା ସୂଚନା ମିଳିଛି ।

ମୃତ ବ୍ୟକ୍ତିଙ୍କ କୌଣସି ସମ୍ପର୍କୀୟ ଭୟରେ ନଆସିବାରୁ ସ୍ବେଚ୍ଛାସେବୀ ମାନେ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ସମ୍ପାଦନ କରିଥିଲେ । ତେବେ ମୃତକ ଜଣକ ପୂର୍ବରୁ ପଜିଟିଭ ଥିଲେ ଓ ସମ୍ବଲପୁରରେ ଚିକିତ୍ସିତ ହେବାପରେ ସୁସ୍ଥ ଥିଲେ । ବର୍ତ୍ତମାନ ଅନ୍ୟ କୌଣସି କାରଣରୁ ତାଙ୍କ ମୃତ୍ୟୁ ହୋଇଥିବା ବୌଦ୍ଧ ଜିଲ୍ଲାପାଳ ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି ଗୋଟିଏ ଦିନ ପୂର୍ବରୁ ବୀରନରସିଂପୁରର ଜଣେ ସୁରକ୍ଷା କର୍ମଚାରୀ ଭୁବନେଶ୍ୱରରେ କୋରୋନାରେ ମୃତ୍ୟୁ ହୋଇଥିଲା । ସେପଟେ ଶବବାହକ ଗାଡିର ଡ୍ରାଇଭର ନିଜ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.