ETV Bharat / state

କୋରୋନାରେ ପ୍ରାଣ ହରାଇଥିବା ପରିବାରକୁ ସହାୟତାର ହାତ ବଢାଇଲା ସ୍ବେଚ୍ଛାସେବୀ ସଂଗଠନ - କୋରୋନା ଭାଇରସ ମୁଖ୍ୟ ଖବର

ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସମୟରେ କୋରୋନାରେ ପ୍ରାଣ ହରାଇଥିବା ପରିବାରକୁ ସହାୟତାର ହାତ ବଢାଇଛନ୍ତି ସ୍ବେଚ୍ଛାସେବୀ ସଂଗଠନ । ଅଧିକ ପଢନ୍ତୁ...

volunteer organization provide help to covid19 demise family in boudh
କୋରୋନାରେ ପ୍ରାଣ ହରାଇଥିବା ପରିବାରକୁ ସହାୟତାର ହାତ ବଢାଇଲା ସ୍ବେଚ୍ଛାସେବୀ ସଂଗଠନ
author img

By

Published : May 19, 2021, 4:21 PM IST

ବୌଦ୍ଧ: ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ବିବାହ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ଯୋଗୁଁ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମଣ । ଏଭଳି ସମୟରେ ବିଭିନ୍ନ ସ୍ବେଚ୍ଛାସେବୀ ସହାୟତାର ହାତ ବଢାଇଛନ୍ତି ।

କୋରୋନାରେ ପ୍ରାଣ ହରାଇଥିବା ପରିବାରକୁ ସହାୟତାର ହାତ ବଢାଇଲା ସ୍ବେଚ୍ଛାସେବୀ ସଂଗଠନ

ଜିଲ୍ଲାରେ ସାଂଘାତିକ ହେବାରେ ଲାଗିଛି କୋରୋନା ସଂକ୍ରମଣର ଦ୍ବିତୀୟ ଲହରୀ । ଏଥର କିନ୍ତୁ ଜିଲ୍ଲାରେ ମୃତ୍ୟୁ ହାର ବୃଦ୍ଧି ପାଇଥିବାରୁ ଗଭୀର ଉଦବେଗ ପ୍ରକାଶ ପାଇଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବୁଧବାର ପୁଣି 213 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାର ଶଗଡା ପଞ୍ଚାୟତରୁ ସର୍ବାଧିକ 42 ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଟିକରପଡା ପଞ୍ଚାୟତରୁ କିନ୍ତୁ କୋରୋନା ପ୍ରବେଶ କରିପାରିନାହିଁ । ଜିଲ୍ଲାର ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ସଂକ୍ରମିତ ଅଞ୍ଚଳରେ ପହଞ୍ଚି ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇ ଦେଉଛନ୍ତି । ଜିଲ୍ଲା ରେଡକ୍ରସ ସୋସାଇଟି, ସରସରା ଏଲକେବିକେ, ଓ୍ବାସିଡିଏ ବାଉଁଶୁଣୀ ଭଳି ବିଭିନ୍ନ ସଂଗଠନ ଜିଲ୍ଲାର ବିଭିନ୍ନ ସ୍ଥାନରେ ପହଞ୍ଚି ସହାୟତା ଯୋଗାଇ ଦେଉଛନ୍ତି ।

ଗତବର୍ଷ କୋରୋନାରେ ମୃତ୍ୟୁବରଣ କରିଥିବା ସୁନା ଉର୍ମାଙ୍କ ଘରେ ପହଞ୍ଚିଥିଲା । ବୌଦ୍ଧ ବ୍ଲକ ବଘିଆପଡା ପଞ୍ଚାୟତ ଅନ୍ତର୍ଗତ ଜାମୁପାଲି ଗ୍ରାମରେ ଗତବର୍ଷ କୋରୋନାରେ ପରିବାର ସୁନାଙ୍କ ମୃତ୍ୟୁ ହୋଇଯାଇଥିବାରୁ ତାଙ୍କ ବିଧବା ପତ୍ନୀ ମୂଲ ଲାଗି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଥିଲେ । ତେବେ ଗତ କିଛି ଦିନ ହେଲା କାମ ଧନ୍ଦା ନପାଇ ପରିବାର ଭୋକ ଉପାସରେ ଥିବା ଖବର ପାଇ ଓ୍ବାସିଡିଏର ସ୍ବେଚ୍ଛାସେବୀମାନେ ତାଙ୍କ ଘରେ ପହଞ୍ଚି ମାସକର ରାସନ ସାମଗ୍ରୀ ଯୋଗାଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.