ETV Bharat / state

ପାନୀୟ ଜଳର ଉତ୍କଟ ସଙ୍କଟକୁ ନେଇ ଜିଲ୍ଲାପାଳଙ୍କୁ ଫେରାଦ ଗ୍ରାମବାସୀ

ବୌଦ୍ଧ ଜିଲ୍ଲାରେ ପାରଦ ୪୫ ଡିଗ୍ରୀ ଉପରେ ରହୁଥିବାବେଳେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆଉ ଏଭଳି ସମୟରେ ବିଭିନ୍ନ ପଞ୍ଚାୟତରେ ପାନୀୟଜଳର ଉତ୍କଟ ସଙ୍କଟ ଦେଖାଦେଇଛି । ଅଧିକ ପଢନ୍ତୁ

author img

By

Published : Apr 28, 2022, 9:19 PM IST

ପାନୀୟ ଜଳର ଉତ୍କଟ ସଙ୍କଟକୁ ନେଇ ଜିଲ୍ଲାପାଳଙ୍କୁ ଫେରାଦ ଗ୍ରାମବାସୀ
ପାନୀୟ ଜଳର ଉତ୍କଟ ସଙ୍କଟକୁ ନେଇ ଜିଲ୍ଲାପାଳଙ୍କୁ ଫେରାଦ ଗ୍ରାମବାସୀ

ବୌଦ୍ଧ: ଜିଲ୍ଲାରେ ପାରଦ ୪୫ ଡିଗ୍ରୀ ଉପରେ ରହୁଥିବାବେଳେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆଉ ଏଭଳି ସମୟରେ ବିଭିନ୍ନ ପଞ୍ଚାୟତରେ ପାନୀୟଜଳର ଉତ୍କଟ ସଙ୍କଟ ଦେଖାଦେଇଛି ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ବସୁଧା ଯୋଜନା ସମ୍ପୂର୍ଣ୍ଣ ଫେଲ ମାରିଥିବାବେଳେ ଅନେକ ସ୍ଥାନରେ ନଳକୂପର ପାଣି ବ୍ୟବହାର ଉପଯୋଗୀ ହୋଇ ପାରୁନାହିଁ ।

ଜିଲ୍ଲାର ଉପାନ୍ତ ଅଞ୍ଚଳ କଥା ଛାଡନ୍ତୁ ଖୋଦ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା କାଲେଶ୍ବର, ବଡ ବାଗବର, ମାଉଳିସିଙ୍ଗା ଭଳି ସରସରା ପଞ୍ଚାୟତର ତିନି ଖଣ୍ଡ ଗ୍ରାମର ଗ୍ରାମବାସୀଙ୍କୁ ପ୍ରତ୍ୟେକ ଦିନ ପାନୀୟ ଜଳ ସଂଗ୍ରହ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ଆସିବାକୁ ପଡୁଛି ।

ତେଣୁ ଆଜି(ଗୁରୁବାର) ଉକ୍ତ ତିନି ଗ୍ରାମର ଶତାଧିକ ଅଧିବାସୀ ସରସରା ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଘେରାଉ କରିବା ସହିତ ତୁରନ୍ତ ଏହାର ପ୍ରତିକାର ପାଇଁ ଜିଲ୍ଲାପାଳଙ୍କ ଠାରେ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.