ETV Bharat / state

ଜଳଛାୟା ବିଭାଗରେ ଦୁର୍ନୀତି ଅଭିଯୋଗ, ବିକ୍ଷୋଭ କଲେ ଚାଷୀ - ଜଳଛାୟା ପ୍ରକଳ୍ପକୁ ନେଇ ବିକ୍ଷୋଭ

ଜଳଛାୟା ପ୍ରକଳ୍ପରେ ବ୍ୟାପକ ଅନିୟମିତତା ତଥା ଦୁର୍ନୀତି ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଚାଷୀ । ଏନେଇ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଦୁର୍ନୀତିର ତଦନ୍ତ ପାଇଁ ଦାବି କରିଛନ୍ତି । ଅଧିକ ପଢନ୍ତୁ

ଜଳଛାୟା ବିଭାଗରେ ଦୁର୍ନୀତି ଅଭିଯୋଗ
ଜଳଛାୟା ବିଭାଗରେ ଦୁର୍ନୀତି ଅଭିଯୋଗ
author img

By ETV Bharat Odisha Team

Published : Sep 28, 2023, 2:54 PM IST

ଜଳଛାୟା ବିଭାଗରେ ଦୁର୍ନୀତି ଅଭିଯୋଗ

ବୌଦ୍ଧ: ଜିଲ୍ଲା ଜଳଛାୟା ପ୍ରକଳ୍ପରେ ଦୁର୍ନୀତି ଅଭିଯୋଗରେ ବିବାଦ ପିଛା ଛାଡିବାର ନା ଧରୁନି । ବାରମ୍ବାର ବିଭାଗର କାର୍ଯ୍ୟକାରିତାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ଫଳରେ ବର୍ତ୍ତମାନ ଜଳଛାୟାର ଅନ୍ୟନାମ ଛାୟା ଦୁର୍ନୀତି ବୋଲି ଚର୍ଚ୍ଚା ହେଉଛି । ବାରମ୍ବାର ଜଳଛାୟା ବିଭାଗର ଅନିୟମିତତା ନେଇ ଅଭିଯୋଗ ହେଉଥିବା ବେଳେ ବର୍ତ୍ତମାନ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଅର୍ଥ ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।

ସୂଚନା ମୁତାବକ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ସାନମନମୁଣ୍ଡା ଗ୍ରାମର ଗରିବ ଚାଷୀଙ୍କ ପାଇଁ ଉଦ୍ଧିଷ୍ଟ ସରକାରୀ ସହାୟତା ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ୮ ହଜାର ଟଙ୍କା ପାଇଁ ଚାଷୀଙ୍କ ଠାରୁ ୩୫୦୦ ଟଙ୍କାରୁ ଚାରି ହଜାର ଟଙ୍କା ଲେଖାଏଁ ଲାଞ୍ଚ ଜଣେ ଛାୟା ଠିକାଦାରଙ୍କ ଜରିଆରେ ଜଳଛାୟା ବିଭାଗର ଅଧିକାରୀ ନେଉଛନ୍ତି । ଆଉ ଯେଉଁ ଚାଷୀ ଉକ୍ତ ଅର୍ଥ ଦେଇ ନ ପାରିଲା ତାକୁ ସରକାରୀ ସହାୟତା ମିଳିପାରିନାହିଁ । ଯାହାକୁ ନେଇ ଚାଷୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ - ଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟ ଘେରିଲେ ଉତ୍ୟକ୍ତ ଚାଷୀ

ଏହା ମଧ୍ୟ ପଢନ୍ତୁ - ୫୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜଳଛାୟା ପ୍ରକଳ୍ପ ସହାୟକ

ପୂର୍ବରୁ କ୍ଷେତ ହୁଡା ଓ କ୍ଷେତ ପୋଖରୀ ଯୋଜନା ସହିତ ଚାରା ଉଦ୍ୟାନ, ପୋଖରୀ ଖନନରେ ଜଳଛାୟା ବିଭାଗରେ ବ୍ୟାପକ ଦୁର୍ନୀତି ତଥା ଅନିୟମିତତା ନେଇ ଅଭିଯୋଗ ହୋଇଥିଲା । ଏନେଇ ଭିଜିଲାନ୍ସ ମଧ୍ୟ ତଦନ୍ତ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ଉକ୍ତ ତଦନ୍ତ ମଧ୍ୟ ଦିଗହରା ହୋଇରହିଛି । ବର୍ତ୍ତମାନ ପୁଣି ଥରେ ଚାଷୀଙ୍କ ସହାୟତା ରାଶି ପାଇଁ ଅର୍ଥ ସଂଗ୍ରହ ଭଳି ସଙ୍ଗୀନ ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ ହୋଇଥିବା ବେଳେ ଏହାର ବିଧିବଦ୍ଧ ତଦନ୍ତ ପାଇଁ ଚାଷୀମାନେ ଦାବି କରିଛନ୍ତି । ଏନେଇ ଗତକାଲି(ବୁଧବାର) ବୌଦ୍ଧ ଠାରେ ସାନମନମୁଣ୍ଡା ଅଞ୍ଚଳର ୭ଟି ଗ୍ରାମର ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଜଳଛାୟା ବିଭାଗର ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ତଥା ଏହି ଦୁର୍ନୀତିର ତଦନ୍ତ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.