ETV Bharat / state

ବୌଦ୍ଧରେ ସରକାରୀ ଯୋଜନାରୁ ଅନେକ ବଞ୍ଚିତ ଅଭିଯୋଗ, ଧାରଣାରେ ହିତାଧିକାରୀ - ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବୌଦ୍ଧ ଜିଲ୍ଲାରେ ଅସହାୟଙ୍କୁ ମିଳୁନି ସରକାରୀ ସହଯୋଗ । ଏନେଇ ହିତାଧିକାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ପ୍ରତିବାଦ କରିଛନ୍ତି । ଅଧିକ ପଢନ୍ତୁ

ଅସହାୟଙ୍କୁ ମିଳୁନି ସରକାରୀ ସହଯୋଗ
ଅସହାୟଙ୍କୁ ମିଳୁନି ସରକାରୀ ସହଯୋଗ
author img

By

Published : Nov 24, 2022, 12:53 PM IST

ବୌଦ୍ଧ: ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି ସାମାଜିକ ସୁରକ୍ଷାର ବିକଳ ଚିତ୍ର । ଅନେକ ଗରିବ ହିତାଧିକାରୀ ସରକାରୀ ଯୋଜନାରୁ ବାଦ ପଡୁଥିବା ଅଭିଯୋଗ ହୋଇଛି । ଏନେଇ ହିତାଧିକାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ପ୍ରତିବାଦ କରିଛନ୍ତି । ଜିଲ୍ଲାରେ ସାମାଜିକ ସୁରକ୍ଷାକୁ ନେଇ ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି ହେଉଛି । ବର୍ତ୍ତମାନ ସମୟରେ ଅନଲାଇନ ସେବା ଓ ଅନ୍ୟାନ୍ୟ କାରଣରୁ ବର୍ଷ ବର୍ଷ ଧରି ବହୁ ହିତାଧିକାରୀ ଏଭଳି କଲ୍ୟାଣକାରୀ ଯୋଜନାରୁ ବଞ୍ଚିତ ରହୁଥିବା ଅଭିଯୋଗ ହୋଇଆସୁଛି ।

ଅସହାୟଙ୍କୁ ମିଳୁନି ସରକାରୀ ସହଯୋଗ

ବୌଦ୍ଧ ଜିଲ୍ଲାର ୬୯ଟି ପଞ୍ଚାୟତ ମଧ୍ୟରୁ ଅନେକ ଉପାନ୍ତ ପଞ୍ଚାୟତରେ ଏଭଳି ସମସ୍ୟା ରହିଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ବିଶେଷ ଭାବରେ ଜିଲ୍ଲାର ତଳଗାଁ, ମହାଲିକପଡା, କୁଶଙ୍ଗ, ଆଢେଣୀଗଡ, ଟିକରପଡା, ଆମ୍ବଝରୀ, ଗୁନ୍ଦୁଳିଆ, ଶଗଡା, ଲମ୍ବସରୀ, ବରଗାଁ, ଉମା, ନାରାୟଣ ପ୍ରସାଦ, ଖୁଣ୍ଟିଗୋରା ଭଳି ଅନେକ ଉପାନ୍ତ ପଞ୍ଚାୟତରେ ବିଭିନ୍ନ ସମସ୍ୟା ସହିତ ସାମାଜିକ ସୁରକ୍ଷାର ବିକଳ ଚିତ୍ର ଦେଖିବାକୁ ମିଳିଥାଏ । ଏନେଇ ବୌଦ୍ଧ ଜିଲ୍ଲା ପ୍ରଶାସନ ବିଭିନ୍ନ ସମୟରେ ତ୍ବରିତ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ସମସ୍ୟା ଲାଗିରହୁଛି ।

ଏହା ମଧ୍ୟ ପଢନ୍ତୁ: ଚାଲିଥିଲା ସତ୍‌ସଙ୍ଗ, ହରେ କୃଷ୍ଣ ଗାଉ ଗାଉ ଉଡିଗଲା ପ୍ରାଣବାୟୁ

ବୁଧବାର ଉମା ପଞ୍ଚାୟତର କେତେକ ଗରିବ ହିତାଧିକାରୀ ବାରମ୍ବାର ପଞ୍ଚାୟତ ଓ ବ୍ଲକ ପ୍ରଶାସନ ଠାରେ ଗୁହାରି ପରେ ସାମାଜିକ ସୁରକ୍ଷା ବ୍ୟବସ୍ଥା ରେ ସେମାନଙ୍କୁ କୌଣସି ସହାୟତା ନମିଳିବାରୁ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ସମୟ ଧରି ଧାରଣାରେ ବସିରହିଥିଲେ । ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ଏନେଇ ଜଣେ ସ୍ବେଚ୍ଛାସେବୀ କହିଛନ୍ତି, "ଉମା ପଞ୍ଚାୟତର ଅଧିକାଂଶ ଲୋକ ଚାଉଳ ମୁଠାଏ ମଧ୍ୟ ପାଇପାରୁ ନାହାନ୍ତି । ଯେଉଁମାନେ ଉପଯୁକ୍ତ ହକଦାର ସମାନେ ଭତ୍ତା ପାଉନାହାନ୍ତି । ଯେଉଣମାନେ ହକଦାର ନୁହନ୍ତି ସେମାନେ ଭତ୍ତା ପାଉଛନ୍ତି । ଏନେଇ ଆମେ ବାରମ୍ବାର ଅଭିଯୋଗ କରିଛୁ । କିନ୍ତୁ କୌଣସି ସୁଫଳ ମିଳିପାରୁନାହିଁ । ଏଥିପାଇଁ ଆମେ ଜିଲ୍ଲାପାଲଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛୁ ।"

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.