ETV Bharat / state

ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ବିରୋଧ, ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଫେରାଦ ହେଲେ ଗ୍ରାମବାସୀ

author img

By

Published : Nov 11, 2020, 9:59 PM IST

ବିଦ୍ୟାଳୟ ବନ୍ଦ କରିବା ନିଷ୍ପତ୍ତି ବିରୋଧରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ବୌଦ୍ଧ ଜିଲ୍ଲାର ନାରାୟଣପ୍ରସାଦ ପଞ୍ଚାୟତବାସୀ। ନିଷ୍ପତ୍ତି ପ୍ରତ୍ୟାହାର ନହେଲେ ଆନ୍ଦୋଳନ କରିବାକୁ ଚେତବନୀ ଦେଇଛନ୍ତି ଖେମୁଣ୍ଡିଗଡ଼ ଗ୍ରାମବାସୀ। ଅଧିକ ପଢ଼ନ୍ତୁ...

ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ବିରୋଧ, ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଫେରାଦ ହେଲେ ଗ୍ରାମବାସୀ
ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ବିରୋଧ, ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଫେରାଦ ହେଲେ ଗ୍ରାମବାସୀ

ବୌଦ୍ଧ: ବିଦ୍ୟାଳୟ ବନ୍ଦ କରିବା ନିଷ୍ପତ୍ତି ବିରୋଧରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ବୌଦ୍ଧ ଜିଲ୍ଲାର ନାରାୟଣପ୍ରସାଦ ପଞ୍ଚାୟତବାସୀ। ନାରାୟଣପ୍ରସାଦ ପଞ୍ଚାୟତରେ ଥିବା ଖେମୁଣ୍ଡିଗଡ ଗ୍ରାମରେ ଦୀର୍ଘ ବର୍ଷ ଧରି ଏକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ପରବର୍ତ୍ତୀ ସମୟରେ ପୁନଃ ଆଉ ଏକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ତେବେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଉଭୟ ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାକୁ ଦୃଢ଼ ବିରୋଧ କରିଛନ୍ତି ଖେମୁଣ୍ଡିଗଡ ଗ୍ରାମବାସୀ।

ଜିଲ୍ଲା ଅତ୍ୟନ୍ତ ଉପାନ୍ତ ଅଞ୍ଚଳରେ ଏହି ନାରାୟଣପ୍ରସାଦ ପଞ୍ଚାୟତ ରହିଛି। ଏହି ଅଞ୍ଚଳରେ ଶିକ୍ଷାର ଉନ୍ନତି ପାଇଁ 1966 ମସିହାରେ ରାଜ୍ୟ ସରକାର ଏକ ପ୍ରାଥମିକ ବିଦ୍ୟାଳୟ ଖୋଲିଥିଲେ। ଏହାସହ ଗ୍ରାମ ନିକଟରେ ଅବହେଳିତ ଅଞ୍ଚଳର ବିକାଶର ପାଇଁ ଆଉ ଏକ ବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା ହୋଇଥିଲା। ତେବେ ବର୍ତ୍ତମାନ ଏହି ଦୁଇଟି ଯାକ ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାକୁ ଦୃଢ଼ ବିରୋଧ କରିଛନ୍ତି ଗ୍ରାମବାସୀ।

ଏହି ବିଦ୍ୟାଳୟ ବନ୍ଦ ହେଲେ ଉପାନ୍ତ ଅଞ୍ଚଳର ଛୋଟ ଛୋଟ ଶିଶୁଙ୍କୁ ଜଙ୍ଗଲ ରାସ୍ତା ଦେଇ ପ୍ରାୟ ପାଞ୍ଚ କିଲୋମିଟର ଦୂରରେ ଥିବା ସିଲଟପଡ଼ା ବିଦ୍ୟାଳୟ ଉପରେ ନିର୍ଭର କରିବାକୁ ପଡିବ। ପ୍ରତିଦିନ ଏତେ ଦୂରକୁ ଛୋଟଛୋଟ ଶିଶୁଙ୍କୁ ନେଇ ସ୍କୁଲ ଯିବା ସମ୍ଭବ ହେବନାହିଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏହି ଦୁଇ ବିଦ୍ୟାଳୟ ବନ୍ଦକୁ ଅଞ୍ଚଳବାସୀ ତୀବ୍ର ବିରୋଧ କରିବା ସହ ଏନେଇ ପୁନଃର୍ବିଚାର କରିବାକୁ ଦାବି କରିଛନ୍ତି। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି ଖେମୁଣ୍ଡିଗଡ଼ ଗ୍ରାମବାସୀ। ଏନେଇ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ଦେଇଛନ୍ତି ଗ୍ରାମବାସୀ। ଏହି ନିଷ୍ପତ୍ତି ପ୍ରତ୍ୟାହାର ନହେଲେ ଆନ୍ଦୋଳନ କରିବାକୁ ଚେତବନୀ ଦେଇଛନ୍ତି ଖେମୁଣ୍ଡିଗଡ଼ ଗ୍ରାମବାସୀ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.