ETV Bharat / state

ଅବହେଳିତ ହରଭଙ୍ଗା ଗାଁ, ପହଞ୍ଚି ପାରୁନି ମୌଳିକ ସୁବିଧା

author img

By

Published : Feb 20, 2023, 1:59 PM IST

ହରଭଙ୍ଗା ବ୍ଲକର ଅନେକ ଗାଁରେ ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ । ଗମନାଗମନର ସୁବିଧା ନଥିବା ବେଳେ ପାନୀୟଜଳ ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

villagers allegedly not getting basic facilities t
villagers allegedly not getting basic facilities

ବୌଦ୍ଧ: ଅବହେଳିତ ଅବସ୍ଥାରେ ମହାନଦୀ କୂଳରେ ଅବସ୍ଥିତ ପ୍ରାଚୀନ ବାଣିଜ୍ୟିକ ପେଣ୍ଠସ୍ଥଳ ହରଭଙ୍ଗା ବ୍ଲକ। ମହାନଦୀ କୂଳରେ ଥାଇ ମଧ୍ୟ ଏହି ଅଞ୍ଚଳରେ ପାନୀୟଜଳ, ଜଳସେଚନ, ଗମନାଗମନ, ସ୍ବାସ୍ଥ୍ୟ ଓ ଶିକ୍ଷା ନେଇ ଅନେକ ସମସ୍ୟା ରହିଥିବା ଅଭିଯୋଗ ହୋଇଛି। ଏଠାରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରହିଥିବା ବେଳେ ପ୍ରାୟ ଆଠଟି ପଞ୍ଚାୟତ ବାସୀ ଏହା ଉପରେ ନିର୍ଭରଶୀଳ । ତେଣୁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବାକୁ ଦାବି ହୋଇଛି ।

ସେହିପରି ମହାନଦୀ କୂଳରେ ଏହି ଗ୍ରାମ ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ପାନୀୟଜଳ ଓ ଜଳସେଚନ ପାଇଁ ପ୍ରାୟ ସମୟରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଥିସହ ଯାତାୟତ ପାଇଁ ରାସ୍ତା ନଥିବାରୁ ଶିକ୍ଷା, ସ୍ବାସ୍ଥ୍ୟ, ଆବାସ, ରାସନ ଭଳି ମୌଳିକ ସୁବିଧା ମଧ୍ୟ ଏହି ଗ୍ରାମରେ ଅପହଞ୍ଚ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତୁରନ୍ତ ଏ ଦିଗରେ ବୌଦ୍ଧ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ବୌଦ୍ଧ ଜିଲ୍ଲାର ବାଇଶ ଗୋଟି ପଞ୍ଚାୟତକୁ ନେଇ ଗଠିତ ହୋଇଛି ହରଭଙ୍ଗା ବ୍ଲକ । ଏହା ସଦର ମହକୁମା ଚାରିଛକ ଠାରେ ରହିଥିବା ବେଳେ ବର୍ତ୍ତମାନ ଅନେକ କ୍ଷେତ୍ରରେ ପଛୁଆ ହୋଇ ରହିଛି । ହରଭଙ୍ଗା ବ୍ଲକର ଛତରଙ୍ଗ, କୁଶଙ୍ଗ, ମହାଲିକପଡା, ତଳଗାଁ, ଆଢେଣୀଗଡ ଭଳି ଉପାନ୍ତ ଅଞ୍ଚଳ ଗମନାଗମନ କ୍ଷେତ୍ରରେ ଅବହେଳିତ ହୋଇ ରହିଛି । ଏଥିସହ ଖାସ ବ୍ଲକ ସଞ୍ଜର ମହକୁମାର ଚତୁର୍ଦ୍ଦିଗରେ ଥିବା ଗ୍ରାମ ଗୁଡିକ ପାହାଡି ଝରଣା ଯୋଗୁଁ ବର୍ଷ ତମାମ ବିଚ୍ଛିନ୍ନ ହୋଇ ରହିଥାଏ । ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର କିଛି ଦୂରରେ ଥିବା ଡିଗସିରା, ଘୋଡାଡିଆଁ, କାଲିମାଟି, ବାହାଲି ଭଳି ଅନେକ ଗ୍ରାମବାସୀ ପାହାଡିଆ ନାଳ ଝରଣା ଯୋଗୁଁ ବିଚ୍ଛିନ୍ନାଞ୍ଚଳରେ ବସବାସ କରୁଛନ୍ତି । ଗମନାଗମନର ସମସ୍ୟା ହେତୁ ଏସବୁ ସ୍ଥାନରେ ଅଙ୍ଗନବାଡି, ବିଦ୍ୟାଳୟ ଓ ସ୍ବାସ୍ଥ୍ୟ ସେବାକୁ ନେଇ ପ୍ରାୟ ସମୟରେ ସମସ୍ୟା ଦେଖାଯାଇଥାଏ ।

ଏନେଇ ଅଶୋକ କୁମାର ଦେହୁରୀ କହିଛନ୍ତି ଯେ, ''ହରଭଙ୍ଗା ବ୍ଲକକୁ ଘେରି ରହିଛି ଜଙ୍ଗଲ । ଫଳରେ ବ୍ଲକର ଅତି ନିକଟରେ ଥିବା କିଛି ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯଦି ପ୍ରଶାସନର ଗମନାଗମନର ସୁବିଧା କରନ୍ତେ ତେବେ ଲୋକେ ବହୁ ସୁବିଧା ପାଇପାରନ୍ତେ । ଶିକ୍ଷାଠୁ ଆରମ୍ଭ କରି ସ୍ବାସ୍ଥ୍ୟ ସେବା ହାତ ପାହାନ୍ତାରେ ପାଇପାରନ୍ତେ ଅଞ୍ଚଳବାସୀ । ତେଣୁ ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ହୋଇପଡିଛି। ''

ଇଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.