ETV Bharat / state

ଆରଡ଼ି ବିଭାଗର ବିଭିନ୍ନ ରାସ୍ତାରେ ନିମ୍ନ ମାନର କାର୍ଯ୍ୟ ଅଭିଯୋଗ - ଆରଡ଼ି ବିଭାଗର ବିଭିନ୍ନ ରାସ୍ତାରେ ନିମ୍ନ ମାନର କାର୍ଯ୍ୟ

ଆରଡ଼ି ବିଭାଗର ବିଭିନ୍ନ ରାସ୍ତାରେ ବ୍ୟାପକ ନିମ୍ନ ମାନର କାର୍ଯ୍ୟ ଅଭିଯୋଗ । ନିମ୍ନ ମାନର କାମ ଓ ବ୍ୟାପକ ଦୁର୍ନୀତି ଯୋଗୁଁ ରାସ୍ତାର ପିଚୁ ଉଠିଯାଉଛି । ଅଧିକ ପଢନ୍ତୁ

ROAD PROBLEM IN BOUDH SUBSTANDARD WORK ALLEGATION BY PEOPLE
ଆରଡ଼ି ବିଭାଗର ବିଭିନ୍ନ ରାସ୍ତାରେ ନିମ୍ନ ମାନର କାର୍ଯ୍ୟ ଅଭିଯୋଗ
author img

By

Published : Aug 4, 2022, 11:47 AM IST

ବୌଦ୍ଧ: ଜିଲ୍ଲାର ବିଭିନ୍ନ ରାସ୍ତାରେ ବ୍ୟାପକ ଦୁର୍ନୀତି ଓ ନିମ୍ନ ମାନର କାର୍ଯ୍ୟ ହୋଇଥିବା ନେଇ ଅଭିଯୋଗ । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ସବୁଦିନିଆ ବିଜୁ ପକ୍କା ସଡକ ଓ ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ ହୋଇଛି । ମାତ୍ର ଅନେକ ରାସ୍ତାରେ ଅତ୍ୟନ୍ତ ନିମ୍ନମାନର କାମ ଯୋଗୁଁ ରାସ୍ତା ନିର୍ମାଣର ଅଳ୍ପ ଦିନ ପରେ ସେଥିରୁ ପୁଳା ପୁଳା ପିଚୁ ଉଠିଯାଉଛି । ଏପରିକି ହାତରେ ଗୋଡରେ ଆଡେଇଲେ ପିଚୁ ସବୁ ଛେଲା ଛେଲା ହୋଇ ବାହାରି ଆସୁଛି ।

ଆରଡ଼ି ବିଭାଗର ବିଭିନ୍ନ ରାସ୍ତାରେ ନିମ୍ନ ମାନର କାର୍ଯ୍ୟ ଅଭିଯୋଗ

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର, ତିଲେଶ୍ବର ପଞ୍ଚାୟତ ଓ ବୌଦ୍ଧ ବ୍ଲକ ଟିକରପଡା ଓ ବହିରା ପଞ୍ଚାୟତର ଅନେକ ସ୍ଥାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଆରଡ଼ି ବିଭାଗର ଏଭଳି ରାସ୍ତା ନିର୍ମାଣରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି । ଧଳପୁର ପଞ୍ଚାୟତର କଙ୍କଲା ଆରଡ଼ି ରାସ୍ତା ଓ ଟିକରପଡା ପଞ୍ଚାୟତ ବୁରଗୋରା ରାସ୍ତା ଏହାର ଜ୍ବଳନ୍ତ ଉଦାହରଣ । ଜିଲ୍ଲାର ଶତାଧିକ ଗ୍ରାମକୁ ସବୁଦିନିଆ ରାସ୍ତା ଖଣ୍ଡେ ନଥିବାରୁ ଆମ୍ବୁଲାନ୍ସ ସେବା ଓ ଛାତ୍ରଛାତ୍ରୀଙ୍କ ଶିକ୍ଷା ଦାନ ବାଧାପ୍ରାପ୍ତ ହେଉଛି ।

ଆରଡ଼ି ବିଭାଗର ରାସ୍ତାରେ ଏଭଳି ଦୁର୍ନୀତି ବର୍ତ୍ତମାନ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି । ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.