ETV Bharat / state

ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ - ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ

କେନ୍ଦୁପତ୍ର ବିଭାଗର ଫରେଷ୍ଟର ଜଗବନ୍ଧୁ ପାତ୍ରଙ୍କ ଘରେ ଭିଜିଲାନ୍ସ ବିଭାଗ ଅତର୍କିତ ଚଢାଉ କରିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Sep 26, 2019, 2:15 PM IST

ବୌଦ୍ଧ: କେନ୍ଦୁପତ୍ର ବିଭାଗର ଫରେଷ୍ଟର ଜଗବନ୍ଧୁ ପାତ୍ରଙ୍କ ଘରେ ଭିଜିଲାନ୍ସ ବିଭାଗ ଅତର୍କିତ ଚଢାଉ କରିଛି । ବୌଦ୍ଧ, କନ୍ଧମାଳ ଓ ବ୍ରହ୍ମପୁର ଭିଜିଲାନ୍ସର ସ୍ବତନ୍ତ୍ର ଟିମ ଏହି ଚଢାଉ କରିଛନ୍ତି । ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ଘର, ଅଳଙ୍କାର, ଟଙ୍କା, ବ୍ୟାଙ୍କ ଆକାଉଣ୍ଟ ଓ ଅନ୍ୟାନ୍ୟ ଦାମୀ ସାମଗ୍ରୀର ଆକଳନ ଜାରି ରଖିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସ୍ବଳ୍ପ ଚାକିରୀ କାଳ ମଧ୍ୟରେ କିଭଳି ଏତେ ଅମାପ ସମ୍ପତ୍ତିର ମାଲିକ ହେଲେ ତାର ପୁରା ଖୋଳତାଡ ଭିଜିଲାନ୍ସ କରିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ବୌଦ୍ଧ ନିକଟସ୍ଥ ରଇଠାଣୀ ଗ୍ରାମରେ ବାସ କରୁଥିବା ଜଗବନ୍ଧୁ ପାତ୍ର ସାଧାରଣ ଫରେଷ୍ଟ ଗାର୍ଡରୁ କାମ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ଫରେଷ୍ଟର ଭାବରେ କାର୍ଯ୍ୟକରୁଛନ୍ତି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଏହି ଚଢାଉ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:କୋଟିପତି ଜଙ୍ଗଲୀ ବାବୁ ଭିଜିଲାନ୍ସ ହାବୁଡରେ ପଡିଗଲେ ।ଫରେଷ୍ଟ ଗାର୍ଡ ରୁ ଫରେଷ୍ଟର ହୋଇଥିବା ସରକାରୀ କର୍ମଚାରୀଙ୍କ ସମ୍ପତ୍ତିକୁ ଦେଖି ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ମଧ୍ୟ ଚକିତ ହୋଇଛନ୍ତି ।
ବୌଦ୍ଧ ନିକଟସ୍ଥ ରଇଠାଣୀ ଗ୍ରାମରେ ବାସ କରୁଥିବା କେନ୍ଦୁପତ୍ର ବିଭାଗର ଫରେଷ୍ଟର ଜଗବନ୍ଧୁ ପାତ୍ରଙ୍କ ଘରେ ଭିଜିଲାନ୍ସ ବିଭାଗର ଅତର୍କିତ ଚଢାଉ ।ଏତେ ସମ୍ପତ୍ତିକୁ ଅଭିଯୁକ୍ତ କେଉଁ ସୂତ୍ରରୁ ସଂଗ୍ରହ କରିଛନ୍ତି ତାର ଖୋଳତାଡ କରୁଛି ଭିଜିଲାନ୍ସ ।ଗୁରୁବାର ବୌଦ୍ଧ କନ୍ଧମାଳ ଓ ବ୍ରହ୍ମପୁର ଭିଜିଲାନ୍ସ ର ସ୍ବତନ୍ତ୍ର ତଦନ୍ତକାରୀ ଦଳ ଶ୍ରୀ ପାତ୍ରଙ୍କ ବାସଭବନରେ ଚଢାଉ କରି କୋଠା, ଅଳଙ୍କାର, ଟଙ୍କା,ବ୍ୟାଙ୍କ ଆକାଉଣ୍ଟ ଓ ଅନ୍ୟାନ୍ୟ ଦାମୀ ସାମଗ୍ରୀର ଆକଳନ କରିଛନ୍ତି ।ଜଣେ ସାଧାରଣ ଫରେଷ୍ଟ ଗାର୍ଡ ରୁ ଫରେଷ୍ଟର ହୋଇ ଏତେ ଅଳ୍ପ ଚାକିରୀ କାଳ ମଧ୍ୟରେ ଏତେ ଅମାପ ସମ୍ପତ୍ତିର ମାଲିକ କିଭଳି ହେଲେ ତାର ପୁରା ଖୋଳତାଡ ଭିଜିଲାନ୍ସ କରିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।ଅଭିଯୁକ୍ତଙ୍କ ପଲିଟିକାଲ ନେଟୱାର୍କ ଖୁବ ଅଧିକ ବୋଲି ଆଲୋଚନା ହେଉଥିବାରୁ ତାର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାର ମଧ୍ୟ ତଦନ୍ତ ହେବା ଆବଶ୍ୟକ ବୋଲି ଚର୍ଚ୍ଚା ହେଉଛି ।

Body:ଯୁବ ଫରେଷ୍ଟର ଙ୍କ ବାସଭବନରେ ଭିଜିଲାନ୍ସ ରେଡ ।

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.