ETV Bharat / state

ଆରମ୍ଭ ହେଲା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ, ଶପଥ ନେଲେ ଜିଲ୍ଲାପାଳଙ୍କ ସମେତ କର୍ମଚାରୀ

author img

By

Published : Oct 27, 2021, 7:18 AM IST

ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେଲା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ । ଏହି ଅବସରରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସମସ୍ତ କର୍ମଚାରୀଙ୍କୁ ଦୁର୍ନୀତି ବିରୋଧରେ ଲଢେଇ ପାଇଁ ଆହ୍ବାନ ଦେବା ସହ ଶପଥ ପାଠ କରାଇଛନ୍ତି । ଅଧିକ ପଢନ୍ତୁ...

ଆରମ୍ଭ ହେଲା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ, ଶପଥ ନେଲେ ଜିଲ୍ଲାପାଳଙ୍କ ସମେତ କର୍ମଚାରୀ
ଆରମ୍ଭ ହେଲା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ, ଶପଥ ନେଲେ ଜିଲ୍ଲାପାଳଙ୍କ ସମେତ କର୍ମଚାରୀ

ବୌଦ୍ଧ: ଜିଲ୍ଲାରେ ଆରମ୍ଭ ହେଲା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ । ଏହି ଅବସରରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସମସ୍ତ କର୍ମଚାରୀଙ୍କୁ ଦୁର୍ନୀତି ବିରୋଧରେ ଲଢେଇ ପାଇଁ ଆହ୍ବାନ ଦେବା ସହ ଶପଥ ପାଠ କରାଇଛନ୍ତି । ତେବେ ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଦୁର୍ନୀତି ଚରମ ଶିଖରରେ ପହଞ୍ଚି ଥିବା ଅଭିଯୋଗ ହୋଇଛି । ଜିଲ୍ଲାର ତଳଗାଁ, ଆଢେଣୀଗଡଠାରୁ ନେଇ ବଘିଆପଡା, ଟିକରପଡା, ବରଗାଁ, ଖୁଣ୍ଟିଗୋରା ପର୍ଯ୍ୟନ୍ତ ବିଭିନ୍ନ ପଞ୍ଚାୟତରେ ଆବାସ ଦୁର୍ନୀତି, ରାସ୍ତା ,ଏନଆରଇଜିଏସ, ଜଳଛାୟା, ଜଳସେଚନ, ଶ୍ରମ କାର୍ଡ ଓ ରାସନ କାର୍ଡ ଦୁର୍ନୀତିର ଲମ୍ବା ଫର୍ଦ୍ଦ ରହିଛି । ଏନେଇ ହିତାଧିକାରୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।

ବିଭିନ୍ନ ବିଭାଗରେ ବ୍ୟାପକ ଦୁର୍ନୀତି ହେଉଥିଲେ ମଧ୍ୟ ବିଭାଗ ହାତ ଉପରେ ହାତ ଦେଇ ବସିଛି । ଏପରିକି ଜଳଛାୟା ପ୍ରକଳ୍ପର ଅଧିକାରୀ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ନେଇ ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିବା ବେଳେ ବିଭାଗକୁ ଚକମା ଦେଇ ଜଳଛାୟାର ଉକ୍ତ କର୍ମଚାରୀ ବାବୁ ବଦଳି ହୋଇ ଫେରାର ମାରିଲେ । ଫଳରେ ଭିଜିଲାନ୍ସ ତଦନ୍ତ ଦିଗହରା ହୋଇଗଲା ।

ଏଭଳି ଭାବରେ ବଘିଆପଡା, ବ୍ରାହ୍ମଣୀପାଲି, ବରଗାଁ, ତଳଗାଁ ପଞ୍ଚାୟତର ଦୁର୍ନୀତି ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ନାମକୁ ମାତ୍ର ହେଉଥିବା ଅଭିଯୋଗ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.