ETV Bharat / state

ବୌଦ୍ଧ ପ୍ରାଣୀ ଚିକିତ୍ସାଳୟରେ ତାଲା - ପ୍ରାଣୀ ଚିକିତ୍ସାଳୟରେ ତାଲା ବୌଦ୍ଧ

ବୌଦ୍ଧରେ ବିଭିନ୍ନ ଦାବି ନେଇ ଶନିବାରରୁ କାର୍ଯ୍ୟବନ୍ଦ କରିବେ ପ୍ରାଣୀ ଚିକିତ୍ସକ । ଅଧିକ ପଢନ୍ତୁ...

କୋରୋନା ସମୟରେ ପ୍ରାଣୀ ଚିକିତ୍ସାଳୟରେ ତାଲା
କୋରୋନା ସମୟରେ ପ୍ରାଣୀ ଚିକିକୋରୋନା ସମୟରେ ପ୍ରାଣୀ ଚିକିତ୍ସାଳୟରେ ତାଲାତ୍ସାଳୟରେ ତାଲା
author img

By

Published : May 14, 2021, 2:14 PM IST

ବୌଦ୍ଧ: କୋରୋନା ମହାମାରୀ ସମୟରେ ବିଭିନ୍ନ ପ୍ରାଣୀଧନ ଚିକିତ୍ସାଳୟରେ ଡାକ୍ତର ଓ କର୍ମଚାରୀ ଅଭାବରୁ ପଶୁପକ୍ଷୀଙ୍କ ଚିକିତ୍ସାରେ ବାଧା ସୃଷ୍ଟି ହୋଇଛି ।ସେପଟେ ଆସନ୍ତାକାଲି(ଶନିବାର) ଠାରୁ ପ୍ରାଣୀଧନ ଚିକିତ୍ସକମାନେ ବିଭିନ୍ନ ଦାବି ନେଇ ସମୂହ ଛୁଟିରେ ଯିବେ ବୋଲି ଜଣାପଡିଛି ।

ବୌଦ୍ଧ ପ୍ରାଣୀ ଚିକିତ୍ସାଳୟରେ ତାଲା
କୋରୋନା ମହାମାରୀ ସମୟରେ ବିଶେଷ କଷ୍ଟ ପାଉଛନ୍ତି ବିଭିନ୍ନ ପଶୁପକ୍ଷୀ । ଗୋଟିଏ ପଟେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଅନ୍ୟପଟରେ ପ୍ରାଣୀ ଚିକିତ୍ସାଳୟ ବନ୍ଦ ଯୋଗୁଁ ଗାଈଗୋରୁ, ମହିଷି, ଛେଳି, ମେଣ୍ଢା, କୁକୁଡ଼ା ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବୌଦ୍ଧ ଜିଲ୍ଲାର ହରଭଙ୍ଗା ଓ ପୁରୁଣାକଟକ ପ୍ରାଣୀଧନ ଚିକିତ୍ସାଳୟରେ ଦୀର୍ଘ ବର୍ଷ ହେଲା ଚିକିତ୍ସକ ନଥିବାରୁ ଗୋପାଳକ ଓ ଅନ୍ୟାନ୍ୟ ଚାଷୀ ଅସୁବିଧାରେ ପଡୁଛନ୍ତି । ସେପଟେ କର୍ମଚାରୀ ଅଭାବରୁ ଜଣେ ଜଣେ ଏଲଆଇ 8 10 ଟି ପଞ୍ଚାୟତ ଦାୟିତ୍ୱରେ ଥିବା ଜଣାପଡିଛି ।

ବୌଦ୍ଧ ଜିଲ୍ଲାର ଶଗଡା, ତେଲିବନ୍ଧ, ବୀରନରସିଂହପୁର ଭଳି ସ୍ଥାନରେ ପ୍ରାଣୀଧନ ଚିକିତ୍ସାଳୟ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଉଦଘାଟନ ଦିନ ଠାରୁ ସେଗୁଡିକରେ ତାଲା ଝୁଲୁଛି । ଉକ୍ତ ସ୍ଥାନରେ କର୍ମଚାରୀ ନିଯୁକ୍ତି ହୋଇନଥିବାରୁ ସେଗୁଡିକ ଅସାମାଜିକ ବ୍ୟକ୍ତି ଓ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି ।ସେପଟେ ଆସନ୍ତାକାଲି ଠାରୁ ପ୍ରାଣୀଧନ ଚିକିତ୍ସକମାନେ ସେମାନଙ୍କ ବିଭିନ୍ନ ଦାବି ନେଇ ସମୂହ ଛୁଟିରେ ରହିବେ ବୋଲି । ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦେଇ ସେମାନଙ୍କ ଦାବି ପୂରଣ ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.