ETV Bharat / state

ଅବ୍ୟବସ୍ଥା ଘେରରେ ବୌଦ୍ଧ ପୌରାଞ୍ଚଳର ଦୈନିକ ବଜାର - boudha market issue

ବୌଦ୍ଧ ଏକମାତ୍ର NAC ଅଧିନରେ ଥିବା ସର୍ବ ପୁରାତନ ପରିବା ବଜାରରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ । ପରିସ୍ରାଗାର ଠାରୁ ଆରମ୍ଭ କରି ପାନୀୟ ଜଳ ଯାଏଁ ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧା ଭୋଗୁଛନ୍ତି ବ୍ୟବସାୟୀ । ଅଧିକ ପଢନ୍ତୁ...

ଅବ୍ୟବସ୍ଥା ଘେରରେ ବୌଦ୍ଧ ପୌରାଞ୍ଚଳର ଦୈନିକ ବଜାର

author img

By

Published : Oct 28, 2021, 11:23 AM IST

ବୌଦ୍ଧ: ସମସ୍ୟା ଘେରରେ ଦୈନିକ ବଜାର । ବୌଦ୍ଧ ଜିଲ୍ଲାର ଏକମାତ୍ର ଏନଏସି ଅଧିନରେ ଥିବା ସର୍ବ ପୁରାତନ ମାର୍କେଟ ବର୍ତ୍ତମାନ ବ୍ୟାପକ ଅବ୍ୟବସ୍ଥା ଘେରରେ ରହିଛି । ପରିସ୍ରାଗାର ଠାରୁ ନେଇ ଟିକସ ବୃଦ୍ଧି ଭଳି ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି ଏଠାକାର ବ୍ୟବସାୟୀ ।

ଅବ୍ୟବସ୍ଥା ଘେରରେ ବୌଦ୍ଧ ପୌରାଞ୍ଚଳର ଦୈନିକ ବଜାର

ଗତ ଦୁଇ ବର୍ଷ ପୂର୍ବରୁ କୋରୋନା କଟକଣା ଯୋଗୁଁ ବଜାରକୁ ଗଣେଶ ମାର୍କେଟ ଠାରୁ ଉଠାଇ ନେଇ ବୁଦ୍ଧଦେବ ପଡିଆରେ ଖୋଲା ଯାଇଥିଲା । ଏବେ ଉକ୍ତ ଦୈନିକ ବଜାରରେ ପାନୀୟ ଜଳ, ପରିସ୍ରାଗାର, ସାଇକେଲ ଷ୍ଟାଣ୍ଡ, ଟିକସ ବୃଦ୍ଧି ଭଳି ବିଭିନ୍ନ ସମସ୍ୟା ଲାଗିରହିଛି । ଗୋଟିଏପଟେ ଜିଲ୍ଲାରେ ପନିପରିବା ଦର ଆକାଶ ଛୁଆଁ ହେଉଥିବା ବେଳେ ବଟି ବା ଟିକସ ବୃଦ୍ଧି ଯୋଗୁଁ ଉଭୟ ଚାଷୀ ଓ ଖାଉଟି ହଇରାଣ ହେଉଛନ୍ତି ।

ଏପରିକି କିଛି ବ୍ୟବସାୟୀ ବଜାରକୁ ନିଜ ଅକ୍ତିଆରରେ ରଖି ପରିବା ଦର ବୃଦ୍ଧି କରି ଚାନ୍ଦା ଅସୁଲି କରୁଥିବା ଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ଚାଷୀ । ତେବେ ପୌର ପ୍ରଶାସନର ନିୟନ୍ତ୍ରଣରେ ପରିବା ବଜାର ରହୁନଥିବା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଉଛି । ତେବେ ଏନେଇ ଅଭିଯୋଗ ପରେ ସମସ୍ୟାର ସମାଧାନ ପାଇଁ ବୌଦ୍ଧ ଜିଲ୍ଲାପାଳ ପୌର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.