ETV Bharat / state

ଉପାନ୍ତ ଅଞ୍ଚଳରେ ପହଞ୍ଚିପାରୁନି ବିକାଶ, ପଞ୍ଚାୟତ ଭୋଟ ବର୍ଜନ ଚେତାବନୀ - ସରକାରଙ୍କ ବିରୋଧରେ ତେଜିଲେ ଲୋକେ ବୌଦ୍ଧ

ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା । ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ । ଅଧିକ ପଢନ୍ତୁ

ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରୁନି ବିକାଶ, ପଞ୍ଚାୟତ ଭୋଟ ବର୍ଜନ ଚେତାବନୀ

author img

By

Published : Jan 9, 2022, 10:29 PM IST

ବୌଦ୍ଧ: ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, ଆବାସ, ଏମଜିଏନଆରଇଜିଏସ ଭଳି ଯୋଜନା ଅନେକ ଗ୍ରାମରେ ସାତ ସପନ ହୋଇଥିବାରୁ ଆଗାମୀ ପଞ୍ଚାୟତ ଭୋଟ ବର୍ଜନ ପାଇଁ ଅଞ୍ଚଳବାସୀଙ୍କ ଚେତାବନୀ ।

ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରୁନି ବିକାଶ, ପଞ୍ଚାୟତ ଭୋଟ ବର୍ଜନ ଚେତାବନୀ
ବଣପାହାଡ ଘେରା ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରୁନି ସରକାରଙ୍କ ବିକାଶର ଗାଡି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର କୁଶଙ୍ଗ, ମହାଲିକପଡା, ତଳଗାଁ, ଛତରଙ୍ଗ, ଆଢେଣୀଗଡ ଭଳି ପଞ୍ଚାୟତର ଅନେକ ଗ୍ରାମରେ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ସାତ ସପନ ହୋଇରହିଛି । ଅନେକ ଗ୍ରାମ ସାତକୋଶିଆ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଲାଗି ରହିଥିବାବେଳେ ଏସବୁ ଅଞ୍ଚଳରେ ସରକାରୀ ଯୋଜନା ଠିକରେ ରୂପାୟନ ହେଉନଥିବାରୁ ସ୍ଥାନୀୟ ଅଧିବାସୀ ବଣ ମଣିଷ ଭଳି ରହୁଥିବା ଅଭିଯୋଗ ହୋଇଛି ।

ଏସବୁ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, ଜଳସେଚନ, ଆବାସ ଓ ଏମଜିଏନଆର ଇଜିଏସ ଅପହଞ୍ଚ ହୋଇ ରହିଛି । ଅନେକ ସ୍ଥାନକୁ ଆଜି ପର୍ଯ୍ୟନ୍ତ କେବଳ ପାଦଚଲା ରାସ୍ତା ରହିଛି । ଏପରିକି ଅନେକ ସ୍ଥାନରେ ଅଙ୍ଗନବାଡି କେନ୍ଦ୍ରଟିଏ ମଧ୍ୟ ନାହିଁ । ତେଣୁ ଏସବୁ ସମସ୍ୟାର ସମାଧାନ ନହେଲେ ପଞ୍ଚାୟତ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.