ETV Bharat / state

ଶିକାରୀ ଓ ମାଫିଆଙ୍କ ଟାର୍ଗେଟରେ ବୌଦ୍ଧର ବିଭିନ୍ନ ଜଙ୍ଗଲ - boudh district news

ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଉପରେ ମାଫିଆ ଓ ଶିକାରୀଙ୍କ ଲୋଲୁପ ଦୃଷ୍ଟି ପଡିଛି । ଅଧିକ ପଢନ୍ତୁ...

ଶିକାରୀ ଓ ମାଫିଆଙ୍କ ଟାର୍ଗେଟରେ ବୌଦ୍ଧର ବିଭିନ୍ନ ଜଙ୍ଗଲ

author img

By

Published : Mar 29, 2021, 11:03 PM IST

ବୌଦ୍ଧ: ବିଭିନ୍ନ ଜଙ୍ଗଲ ଉପରେ ମାଫିଆ ଓ ଶିକାରୀଙ୍କ ଲୋଲୁପ ଦୃଷ୍ଟି ପଡିଛି । ବୌଦ୍ଧ ବନଖଣ୍ଡ ଅଧିନରେ ଥିବା 5ଟି ରେଞ୍ଜର ବିଭିନ୍ନ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ଓ କେନ୍ଦୁପତ୍ର ପାଇଁ ନିଆଁ ଲଗାଇ ଦିଆଯାଉଥିବା ଅଭିଯୋଗ ହୋଇଛି । ଶିକାରୀମାନେ ଜଙ୍ଗଲର ଉପର ମୁଣ୍ଡରେ ନିଆଁଲଗାଇ ତଳ ମୁଣ୍ଡରେ ଶିକାର ପାଇଁ ଛକି ରହୁଛନ୍ତି ।

ଶିକାରୀ ଓ ମାଫିଆଙ୍କ ଟାର୍ଗେଟରେ ବୌଦ୍ଧର ବିଭିନ୍ନ ଜଙ୍ଗଲଶିକାରୀ ଓ ମାଫିଆଙ୍କ ଟାର୍ଗେଟରେ ବୌଦ୍ଧର ବିଭିନ୍ନ ଜଙ୍ଗଲ

ମିଳିଥିବା ସୂଚନା ଅନୁସାରେ ଗତ ପ୍ରାୟ 15 ଦିନ ତଳେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ବନାଞ୍ଚଳରେ ଜଙ୍ଗଲ ବିଭାଗ ଏଭଳି 2 ଜଣ ଶିକାରୀଙ୍କ ସହ ବନ୍ଧୁକ ଓ ଗୁଳିଗୋଳା ଧରିବାରେ ସଫଳ ହୋଇଥିବାବେଳେ ଗତ ସପ୍ତାହରେ କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଏକ ଶିକାର କରାଯାଇଥିବା ବାରହାର ମୃତ ଦେହକୁ ଜବତ କରାଯାଇଥିଲା । ଗତକାଲି ପୁଣିଥରେ କଣ୍ଟାମାଳ ବନାଞ୍ଚଳର ସାନଛପାପାଲି ଗ୍ରାମରେ ଜଙ୍ଗଲ ବିଭାଗ ଚଢ଼ାଉ କରି ବାରହା ମାଂସ ଜବତ କରିବା ସହ ଦୁଇ ବାପ,ପୁଅଙ୍କୁ ଗିରଫ କରିଛି । ସେପଟେ ବିଭିନ୍ନ ଜଙ୍ଗଲରୁ ମାଫିଆମାନେ ବ୍ୟାପକ ଗଛ କାଟି ନେଉଛନ୍ତି। ବୌଦ୍ଧ ବନାଞ୍ଚଳର ବୀରନରସିଂପୁର ଓ ବଘିଆପଡା ନିକଟସ୍ଥ ମେନିଆପାଜୁ ଜଙ୍ଗଲ ଅଞ୍ଚଳରୁ ବ୍ୟାପକ ଶାଗୁଆନ ଗଛ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି । ତୁରନ୍ତ ବନଖଣ୍ଡ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.