ETV Bharat / state

ସାର କଳାବଜାରୀ ଅଭିଯୋଗ; ମୁଣ୍ଡିପଦର ସମବାୟ ସମିତି ସମ୍ପାଦକ ବହିଷ୍କାର ଦାବି - ବୌଦ୍ଧ ଜିଲ୍ଲା

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ୟୁରିଆ ସାରର ବ୍ୟାପକ କଳାବଜାର ନେଇ ବାରମ୍ବାର ଇଟିଭି ଭାରତରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ କିଛି ଡିଲରଙ୍କ ଲାଇସେନ୍ସ ଋଦ୍ଦ ସହ ପାଞ୍ଚ ଜଣ ପ୍ୟାକ୍ସ ସମ୍ପାଦକଙ୍କୁ ନିଲମ୍ବିତ କରିଛନ୍ତି । ସେପଟେ ମୁଣ୍ଡିପଦର ସମବାୟ ସମିତିର ସମ୍ପାଦକଙ୍କୁ ବହିଷ୍କାର ପାଇଁ ଦାବି କରିଛନ୍ତି ଚାଷୀ । ଅଧିକ ପଢନ୍ତୁ...

urea black market in boudh, mundipadar
ସାର କଳାବଜାର, ମୁଣ୍ଡିପଦର ସମବାୟ ସମିତିର ସଂପାଦକଙ୍କ ବହିଷ୍କାର ପାଇଁ ଦାବି
author img

By

Published : Oct 6, 2020, 8:47 AM IST

ବୌଦ୍ଧ: ଚାଷ ପାଇଁ ଆବଶ୍ୟକ ଥିବା ସାରର ବ୍ୟାପକ କଳାବଜାରୀ ହେଉଥିବା ଅଭିଯୋଗ ହେଉଛି । ବୌଦ୍ଧରେ ଚାଷୀ ମାନଙ୍କୁ ସରକାରୀ ଧାର୍ଯ୍ୟ ଦର ଅନୁଯାୟୀ ସାର, ଔଷଧ ଓ ଅଣୁସାର ମିଳୁ ନ ଥିବାବେଳେ ମୁନାଫାଖୋର ବ୍ୟବସାୟୀମାନେ ଅଧିକ ଦାମରେ ବିକ୍ରୟ କରୁଛନ୍ତି। ଏପଟେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ୟୁରିଆ ସାରର ବ୍ୟାପକ କଳାବଜାରୀ ନେଇ ବାରମ୍ବାର ଇଟିଭି ଭାରତରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ କିଛି ଡିଲରଙ୍କ ଲାଇସେନ୍ସ ଋଦ୍ଦ ସହ ପାଞ୍ଚ ଜଣ ପ୍ୟାକ୍ସ ସଂପାଦକଙ୍କୁ ନିଲମ୍ବିତ କରିଛନ୍ତି ।

ସାର କଳାବଜାର, ମୁଣ୍ଡିପଦର ସମବାୟ ସମିତିର ସଂପାଦକଙ୍କ ବହିଷ୍କାର ପାଇଁ ଦାବି

ତେବେ ଜିଲ୍ଲାର ସବୁଠାରୁ ଅଧିକ ସାର ଯୋଗାଇ ଦିଆଯାଇଥିବା ମୁଣ୍ଡିପଦର ସମବାୟ ସମିତିର ସଂପାଦକଙ୍କୁ ବହିଷ୍କାର ପାଇଁ ଏବେ ଦାବି ହୋଇଛି । ସୂଚନା ମୁତାବକ ବୌଦ୍ଧ ଜିଲ୍ଲାର ମୁଣ୍ଡିପଦର ସମବାୟ ସମିତିକୁ ପାଞ୍ଚ ହଜାର ପାଞ୍ଚ ଶହ ବସ୍ତା ୟୁରିଆ ସାର ଯୋଗାଇ ଦିଆଯାଇଥିଲା । କିନ୍ତୁ ସମ୍ପାଦକ ଉକ୍ତ ସାରକୁ ଚାଷୀଙ୍କ ବଦଳରେ ଅଧିକାଂଶ ଉଚ୍ଚ ଦରରେ ଗଞ୍ଜେଇ ବେପାରୀ ଓ କପା ବେପାରୀଙ୍କୁ ବିକ୍ରି କରିଥିବା ଅଭିଯୋଗ ହୋଇଛି ।

ତେଣୁ ଉକ୍ତ କର୍ମଚାରୀଙ୍କୁ ବହିଷ୍କାର ପାଇଁ ମୁଣ୍ଡିପଦର ଅଞ୍ଚଳର ଚାଷୀ ଆଜି ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ତେବେ ଆଗାମୀ ଦିନରେ କୃଷି ଅଧିକାରୀଙ୍କୁ ଏନେଇ ଚାଷୀ ସଂଗଠନ ଘେରାଉ କରିବାକୁ ସଜବାଜ ହେଉଥିବା ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.