ETV Bharat / state

ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରା ସାଉଣ୍ଡ ମେସିନ ଅଚଳ, ରୋଗୀ ହନ୍ତସନ୍ତ - ରୋଗୀ ହନ୍ତସନ୍ତ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଥିବା ସରକାରୀ ଅଲଟ୍ରା ସାଉଣ୍ଡ ମେସିନ ଅଚଳ ହୋଇ ପଡିଛି । ଫଳରେ ରୋଗୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି ।

boudh hospital
ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରା ସାଉଣ୍ଡ ମେସିନ ଅଚଳ, ରୋଗୀ ହନ୍ତସନ୍ତ
author img

By

Published : Jan 19, 2020, 3:18 PM IST

ବୌଦ୍ଧ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଥିବା ସରକାରୀ ଅଲଟ୍ରା ସାଉଣ୍ଡ ମେସିନ ଅଚଳ ହୋଇ ପଡିଛି । କେବଳ ବୌଦ୍ଧ ସହରରେ ଥିବା ଦୁଇଟି ପ୍ରାଇଭେଟ ଅଲଟ୍ରାସାଉଣ୍ଡ ମେସିନରେ ପରୀକ୍ଷା କରି ଲୋକେ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ କରିଛନ୍ତି ।

ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରା ସାଉଣ୍ଡ ମେସିନ ଅଚଳ, ରୋଗୀ ହନ୍ତସନ୍ତ

କିଛି ବର୍ଷ ପୂର୍ବରୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଏକ ଅଲଟ୍ରାସାଉଣ୍ଡ ମେସିନ ପଶ୍ଚିମ ଓଡିଶା ବିକାଶ ପରିଷଦର ପକ୍ଷରୁ ସ୍ଥାପନ ହୋଇଥିଲା । ୫ ଲକ୍ଷ ୮୬ ହଜାର ଟଙ୍କା ଅନୁଦାନରେ ଏହି ମେସିନ କିନ୍ତୁ ଦୀର୍ଘ ବର୍ଷ ହେଲା ଏହା ଅକାମୀ ହୋଇ ପଡି ରହିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଡାକ୍ତରଖାନା ପରିସରରେ ଏକ ଅଲଟ୍ରା ସାଉଣ୍ଡ ମେସିନ ସ୍ଥାପନ ପାଇଁ ସାଧାରଣରେ ଦାବି ହୋଇଛି । ରାଜ୍ୟ ମହିଳା କମିଶନ ବୌଦ୍ଧ ଡାକ୍ତରଖାନାକୁ ଗସ୍ତ କରିଥିବା ବେଳେ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ତୁରନ୍ତ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲାରେ ନାହିଁ ସରକାରୀ ଅଲଟ୍ରା ସାଉଣ୍ଡ ମେସିନ ।ଫଳରେ ଏନେଇ ରୋଗୀ ଓ ରୋଗୀ ଙ୍କ ସମ୍ପର୍କିୟ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ବର୍ତ୍ତମାନ ସେବା ଓ ସ୍ବଛତା ର ଚିତ୍ର ସମ୍ପୂର୍ଣ୍ଣ ବଦଳିଥିବା ବେଳେ ରୋଗୀ ଓ ରୋଗୀଙ୍କ ସମ୍ପର୍କିୟ ଙ୍କ ନିମନ୍ତେ ନୂତନ ପଦକ୍ଷେପ ଗ୍ରହଣ କରାଯାଉଛି ।କିନ୍ତୁ ବୌଦ୍ଧ ଜିଲ୍ଲାରେ ସରକାରୀ ଭାବେ ଅଲଟ୍ରା ସାଉଣ୍ଡ ମେସିନ ନଥିବାରୁ ଗର୍ଭବତୀ ମହିଳାମାନଙ୍କ ପରୀକ୍ଷା ପାଇଁ ବହୁ ଅସୁବିଧା ସୃଷ୍ଟି ହେଉଛି ।ଅବଶ୍ୟ ଦୀର୍ଘ ବର୍ଷ ପୂର୍ବରୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଏକ ଅଲଟ୍ରା ସାଉଣ୍ଡ ମେସିନ ପଶ୍ଚିମ ଓଡିଶା ବିକାଶ ପରିଷଦର ୫ ଲକ୍ଷ ୮୬ ହଜାର ଟଙ୍କା ଅନୁଦାନରେ ସ୍ଥାପନ ହୋଇଥିଲା ।କିନ୍ତୁ ଦୀର୍ଘ ବର୍ଷ ହେଲା ଏହା ଅକାମୀ ହୋଇ ପଡି ରହିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।କେବଳ ବୌଦ୍ଧ ସହରରେ ଥିବା ଦୁଇଟି ପ୍ରାଇଭେଟ ଅଲଟ୍ରା ସାଉଣ୍ଡ ମେସିନରେ ପରୀକ୍ଷା କରି ଲୋକେ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହୋଇଛି ।ଏଣୁ ଡାକ୍ତରଖାନା ପରିସରରେ ଏକ ଅଲଟ୍ରା ସାଉଣ୍ଡ ମେସିନ ସ୍ଥାପନ ପାଇଁ ସାଧାରଣରେ ଦାବୀ ହୋଇଛି ।ରାଜ୍ୟ ମହିଳା କମିଶନ ବୌଦ୍ଧ ଡାକ୍ତରଖାନାକୁ ଗସ୍ତ କରିଥିବା ବେଳେ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ତୁରନ୍ତ ଏଦିଗରେ ଆଵଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ।

Body:ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଅକାମୀ ହୋଇ ପଡିରହିଛି ଅଲଟ୍ରା ସାଉଣ୍ଡ ମେସିନ ।

Conclusion:ବାଇଟ-୧-ବିଷ୍ଣୁ ବନଛୋର,ଗର୍ଭବତୀ ମହିଳାଙ୍କ ସ୍ବାମୀ
ବାଇଟ-୨-ଡ଼ ମିନତୀ ବେହେରା, ଅଧ୍ୟକ୍ଷା,ରାଜ୍ୟ ମହିଳା କମିଶନ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.