ETV Bharat / state

ଜିଲ୍ଲାରେ ଉଦ୍‌ବେଗ ସ୍ଥିତିରେ ସଡକ ଦୁର୍ଘଟଣା, ଆଖି ବୁଜିଲେ ଦୁଇ - ବୌଦ୍ଧ ସଡକ ଦୁର୍ଘଟଣା

ବୌଦ୍ଧ ଜିଲ୍ଲାରେ ପ୍ରତ୍ୟେକ ଦିନ ଘଟୁଛି ଛୋଟ ବଡ ସଡକ ଦୁର୍ଘଟଣା । ଆଉ ଏଥିରେ ପ୍ରତ୍ୟେକ ଦିନ ଧନଜୀବନ କ୍ଷୟକ୍ଷତି ହେବାରେ ଲାଗିଛି । ଅଧିକ ପଢନ୍ତୁ

ଜିଲ୍ଲାରେ ଉଦ୍‌ବେଗ ସ୍ଥିତିରେ ସଡକ ଦୁର୍ଘଟଣା: ଆଖି ବୁଜିଲେ ଦୁଇ

author img

By

Published : Dec 10, 2021, 10:37 PM IST

ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତ୍ୟେକ ଦିନ ଘଟୁଛି ଛୋଟ ବଡ ସଡକ ଦୁର୍ଘଟଣା । ଆଉ ଏଥିରେ ପ୍ରତ୍ୟେକ ଦିନ ଧନଜୀବନ କ୍ଷୟକ୍ଷତି ହେବାରେ ଲାଗିଛି । ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା 57 ନମ୍ବର ଜାତୀୟ ରାଜପଥ ବର୍ତ୍ତମାନ ମୃତ୍ୟୁର ପଥ ପାଲଟିଥିବା ଅଭିଯୋଗ ହୋଇ ଆସୁଛି । ପ୍ରାୟ 128 କିଲୋମିଟର ଲମ୍ବିଥିବା ଏହି ରାଜପଥ ସମେତ ଜିଲ୍ଲାର ବିଭିନ୍ନ ରାଜ୍ୟ ରାଜପଥରେ ପ୍ରତ୍ୟେକ ଦିନ ସଡକ ଦୁର୍ଘଟଣା ଘଟୁଛି । ଅନେକ ସମୟରେ ଜନସଚେତନତାକୁ ଏଥିପାଇଁ ଦାୟୀ କରାଯାଉଥିବା ବେଳେ କେତେକ ସ୍ଥାନରେ ରାସ୍ତାର ସମସ୍ୟା ଯୋଗୁଁ ମଧ୍ୟ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି ।

ଜିଲ୍ଲାରେ ଉଦ୍‌ବେଗ ସ୍ଥିତିରେ ସଡକ ଦୁର୍ଘଟଣା: ଆଖି ବୁଜିଲେ ଦୁଇ

ଜିଲ୍ଲାର ଏଭଳି ୧୧ଟି ଦୁର୍ଘଟଣା ପ୍ରବଣ ଅଞ୍ଚଳକୁ ଆରଟିଓ ବିଭାଗ ପକ୍ଷରୁ ବ୍ଲାକସ୍ପଟ ଭାବରେ ଚିହ୍ନଟ କରାଯାଇଛି । ସରକାରୀ ରିପୋର୍ଟ ମୁତାବକ ପ୍ରାୟ ପ୍ରତ୍ୟେକ ସପ୍ତାହରେ ଦୁଇ ଜଣଙ୍କ ଏହି ସଡକ ଦୁର୍ଘଟଣା ଯୋଗୁଁ ମୃତ୍ୟୁ ଘଟୁଛି । ଗତକାଲି(ଗୁରୁବାର) ଗୋଟିଏ ଦିନରେ ଦୁଇଟି ପୃଥକ ସଡକ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ବର୍ତ୍ତମାନ ଜିଲ୍ଲାରେ ରକ୍ଷକ ଯୋଜନା ଓ ଗୋଲଡେନ ଆଓ୍ବାର ବା ଦୁର୍ଘଟଣାର ଏକ ଘଣ୍ଟାର ମହତ୍ତ୍ଵ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଉଥିବା ନେଇ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.