ବୌଦ୍ଧ: ସାମାଜିକ ସୁରକ୍ଷା ବ୍ୟବସ୍ଥା ଠାରୁ ଅନେକ ଦୂରରେ ଦୁଇ ଅସହାୟ ଦିବ୍ୟାଙ୍ଗ ମହିଳା । ଏମାନଙ୍କ ପାଖରେ ଆଜିଯାଏଁ ଅପହଞ୍ଚ ସମସ୍ତ ସରକାରୀ ସହୟତା । ସେମାନେ ହେଲେ ବୌଦ୍ଧ ଜିଲ୍ଲା ଆମ୍ବଝରୀ ପଞ୍ଜାୟତ ସଦର ମହକୁମାରରେ ରହୁଥିବା ଦିବ୍ୟାଙ୍ଗ ମହିଳା ସୁବିଧା ସାହୁ ଓ ଉଷା ମାଝୀ ।
ଏମାନଙ୍କ ପାଖରେ ନା ଅଛି ଘର ନା ମିଳୁଛି ଦିବ୍ୟାଙ୍ଗ ଭତ୍ତା । ଏମାନଙ୍କୁ ଆଜିଯାଏଁ କୌଣସି ସରକାରୀ ସହୟତାରେ ସାମିଲ କରାଯାଇନାହିଁ । ଫଳରେ ଉଭୟେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି । ଅନ୍ୟପକ୍ଷେ ବୃଦ୍ଧା ସୁବିଧା ସାହୁ, ମୁକ ଓ ବଧିର ହୋଇଥିବାରୁ ନିଜ ଦୁଃଖ କାହାକୁ ଜଣାଇ ମଧ୍ୟ ପାରୁନାହାଁନ୍ତି। ଏହି ଦୁଇ ମହିଳାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି କରାଯାଉଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ