ଭୁବନେଶ୍ବର: ଓଡ଼ିଶାର ବିକାଶ ପାଇଁ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ୍ ସନ୍ମୁଗରତ୍ନମ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ସ୍ବାକ୍ଷର ହେଲା 8ଟି MoU । ଭୁବନେଶ୍ୱର ବିଶ୍ଵ ଦକ୍ଷତା କେନ୍ଦ୍ର ପରିସରରେ ଇଣ୍ଡଷ୍ଟ୍ରିଆଲ ପାର୍କ, ଗ୍ରିନ ହାଇଡ୍ରୋଜେନ କରିଡର, ପିସିପିଆର ,ନ୍ୟୁସିଟି ପ୍ଲାନ, ନ୍ୟୁ ଏନର୍ଜି, ଫିନଟେକ, ସେମିକଣ୍ଡକ୍ଟର, ସ୍କିଲିଂ ଅଫ ଫ୍ୟୁଚରକୁ ନେଇ ଏମଓୟୁ ସ୍ବାକ୍ଷର ହୋଇଛି । ଆଗାମୀ ଦିନରେ ଆମ ଓଡ଼ିଶାକୁ ଇନଭେସ୍ଟି ମେଣ୍ଟ ଆସିବ ଓ ଅନ୍ୟ ବିଭାଗରେ ମଧ୍ୟ ଚୁକ୍ତିନାମା ସ୍ବାକ୍ଷର ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
1. ଭବିଷ୍ୟତର ଦକ୍ଷତା ବିକାଶ ପାଇଁ ଓଡ଼ିଶା ଦକ୍ଷତା ବିକାଶ ଓ ବୈଷୟିକ ଜ୍ଞାନ କୌଶଳ ଶିକ୍ଷା ବିଭାଗ ଓ ସିଙ୍ଗାପୁରସ୍ଥିତ ଆଇଟିଇ ଏଜୁକେସନ ସର୍ଭିସେସ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷର ।

2. ଅକ୍ଷୟ ଶକ୍ତି ଜ୍ଞାନ କୌଶଳ ସଂପର୍କରେଅଧିକ ଗବେଷଣା ପାଇଁ ରାଜ୍ୟ ଶକ୍ତି ବିଭାଗ, IIT ଭୁବନେଶ୍ୱର ଓ ସିଙ୍ଗାପୁରର ନାନ୍ୟାଙ୍ଗ ଟେକ୍ନୋଲଜିକାଲ ୟୁନଭରସିଟି ମଧ୍ୟରେ ତ୍ରିପାକ୍ଷିକ MOU ସ୍ବାକ୍ଷର ।
3. ରାଜ୍ୟରେ ଇଣ୍ଡଷ୍ଟ୍ରିଆଲ ପାର୍କ ସ୍ଥାପନ ପାଇଁ ଇଡକୋ ସହ ସିଙ୍ଗାପୁରର ସେମ୍ବକର୍ପ ସହ MOU ହୋଇଛି । ଫଳରେ ଆଗକୁ ଆହୁରି କର୍ପୋରେଟ ହାଉସ ଓ ଇଣ୍ଡଷ୍ଟ୍ରି ମାନେ ପାର୍କ ଦେଖି ନିବେଶ ପାଇଁ ମନ ବଳାଇବେ ।

4. ଭୁବନେଶ୍ଵରରେ ନୂତନ ସହର ବିକାଶ ଲାଗି ବିଡିଏ ସହ ସିଙ୍ଗାପୁରର ସୁରବନ ଜୁରଙ୍ଗ ସହ ବୁଝାମଣା ପତ୍ର ସ୍ବାକ୍ଷର । ଫଳରେ ଅଧିକ ନୂଆ ସହର ଗଢି ଉଠିବ।
5. ସେମିକଣ୍ଡକ୍ଟର କ୍ଷେତ୍ରରେ ଦକ୍ଷତା ବିକାଶ ଲାଗି ରାଜ୍ୟ ଦକ୍ଷତା ବିକାଶ ବିଭାଗ ସହ ସିଙ୍ଗାପୁରସ୍ଥିତ ଆଇଟିଇ ଏଜୁକେସନ ସର୍ଭିସେସ ମଧ୍ୟରେ MOU ହୋଇଛି ।
6. ଗ୍ରୀନ ହାଇଡ୍ରୋଜେନ୍ କରିଡ଼ର ସ୍ଥାପନ ଲାଗି ଇପିକଲ ଓ ସିଙ୍ଗାପୁରର ସେମ୍ୱକର୍ପ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ।
7. ପାରାଦୀପରେ ପେଟ୍ରୋଲିୟମ, କେମିକାଲ ଓ ପେଟ୍ରୋ କେମିକାଲ ନିବେଶ କ୍ଷେତ୍ର ଲାଗି ଇଡକୋ ସହ ସିଙ୍ଗାପୁରର ସୁରବନ ଜୁରଙ୍ଗ ମଧ୍ୟରେ MOU ।
8. ଓଡ଼ିଶାରେ ଆର୍ଥିକ ଓ ପ୍ରଯୁକ୍ତିଗତ ପରିଚାଳନାର ସୁଦୃଢ଼ୀକରଣ ପାଇଁ ରାଜ୍ୟ ବିଜ୍ଞାନ ତଥା ସୂଚନା ଓ ପ୍ରଯୁକ୍ତି ବିଭାଗ ସହ ସିଙ୍ଗାପୁରରେ GFTN ସହ MOU ।

ଆଗାମୀ ଦିନରେ ଆମ ଓଡ଼ିଶାକୁ ଇନଭେସ୍ଟିମେଣ୍ଟ ଆସିବ:
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, '' ସିଙ୍ଗାପୁର ସହ କୋଲାବରେସନ ହେଲେ ବିଭିନ୍ନ ବିଭାଗରେ ଆମର ଉନ୍ନତି ହୋଇପାରିବ । ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ୍ ସନ୍ମୁଗରତ୍ନମ ଭାରତକୁ ଆସିଛନ୍ତି, ଓଡ଼ିଶାକୁ ସ୍ବତନ୍ତ୍ର ଭାବେ ସେ ଆସିଛନ୍ତି । ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ତାଙ୍କ ସରକାର ସହ 8ଟି ପ୍ରୋଜେକ୍ଟ ଉପରେ ଏମଓୟୁ ସ୍ବାକ୍ଷର କରାଯାଇଛି । ଇଣ୍ଡଷ୍ଟ୍ରିଆଲ ପାର୍କ, ଗ୍ରିନ ହାଇଡ୍ରୋଜେନ କରିଡର, ପିସିପିଆର ଏବଂ ନ୍ୟୁସିଟି ପ୍ଲାନ, ନ୍ୟୁ ଅନର୍ଜି, କ୍ଲିନଟେ, ସେମିକଣ୍ଡକ୍ଟର । ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସହ ପ୍ରଥମେ ଦ୍ବିପାକ୍ଷିକ ଆଲୋଚନା ହେଲା । ଆମେ କଣ କରିବାକୁ ଚାହୁଁଛୁ ଓ କେଉଁ ସ୍ଥିତିରେ ଅଛୁ, ତାଙ୍କ ସରକାର ଆମକୁ କିପରି ସହଯୋଗ କଲେ ଆମେ ଆଗକୁ ଯାଇପାରିବୁ, ଏଥରେ ତାଙ୍କ ଦେଶ ଓ ଆମ ରାଜ୍ୟର କଣ ଉନ୍ନତି ହେବ ସେନେଇ ଆଲୋଚନା ହୋଇଥିଲା । ତାପରେ ସ୍କିଲ ସେଣ୍ଟର ବୁଲି ପିଲା ମାନଙ୍କୁ ଭେଟିଥିଲେ ସିଙ୍ଗାପୁର ରାଷ୍ଟ୍ରପତି । ଏହି କାର୍ଯ୍ୟକ୍ରମରେ ଆମ ବହୁତ ଖୁସି । 8 ବିଭାଗର ଏମଓୟୁ ସାଇନ ହୋଇଛି । ଆଗାମୀ ଦିନରେ ଆମ ଓଡ଼ିଶାକୁ ଇନଭେସ୍ଟି ମେଣ୍ଟ ଆସିବ । ତା ସହ ଆମେ କିଭଳି ଭାବେ ଟେକ୍ନେଲୋଜି, ସେମିକଣ୍ଡକ୍ଟର, କୋର୍ଟ ଏବଂ ନ୍ୟୁଏନର୍ଜି ଉପରେ ଆମେ ଆଗକୁ ବଢିବା ସେଥି ପାଇଁ ତାଙ୍କ ସରକାର ସହ ଚୁକ୍ତିନାମା ସ୍ବାକ୍ଷର କରିବା ଆମେ ନୂଆ ଓଡ଼ିଶାର ଯେଉଁ ପରିକଳ୍ପନା କରିଛୁ, ସମୃଦ୍ଧ ଓଡ଼ଶା କରିବା ପାଇଁ ତା ସହ ପ୍ରଧାନମନ୍ତ୍ରୀ ସମ୍ଭାବନା ରାଜ୍ୟକୁ ନେଇ ଯାହା କହିଥିଲେ ଏହା ହେଉଛି ତାର ପ୍ରକୃତ ଚିତ୍ର । ଆଗାମୀ ଦିନରେ ବହୁ ବିଭାଗରେ ଏମଓୟୁ ମଧ୍ୟ ହେବ । ''
ଇଣ୍ଡଷ୍ଟ୍ରି ଓ ସ୍କିଲ ଡେଭଲପମେଣ୍ଟ ବିଭାଗରେ 5ଟି ଏମଓୟୁ:

ଶିଳ୍ପ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ଵାଇଁ କହିଛନ୍ତି ''ସିଙ୍ଗାପୁର ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ 8ଟି ଚୁକ୍ତିନାମା ସ୍ବାକ୍ଷର ହୋଇଛି । ସିଙ୍ଗାପୁରିଆନ ଏନଟିଟି ସହିତ ଏମଓୟୁ ସ୍ବାକ୍ଷର ହୋଇଛି । ବିଶେଷ କରି ଇଣ୍ଡଷ୍ଟ୍ରି ଓ ସ୍କିଲ ଡେଭଲପମେଣ୍ଟ ବିଭାଗରେ 5ଟି ଏମଓୟୁ ହୋଇଛି । ''
ଗଢି ଉଠିବ ନୂଆ ସହର:
ନଗର ଉନ୍ନୟନ ମନ୍ତ୍ରୀ କୃଷ୍ନ ଚନ୍ଦ୍ର ମହାପାତ୍ର କହିଛନ୍ତି, '' ଓଡ଼ିଶା ଏକ ସମ୍ଭାବନାର ରାଷ୍ଟ୍ର । ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି । କେବଳ ଭୁବନେଶ୍ୱର କଟକ ଓ ପୁରୀ ଟ୍ରାଇ ସିଟି ନୁହେଁ । ଏଭଳି ଓଡ଼ିଶାର ଅନେକ ସହରରେ ପ୍ରତିଷ୍ଠା ହେବ ନୂଆ ସିଟି । ଯେଉଁଠି ଉନ୍ନତ ସହର ଢାଞ୍ଚାରେ ନୂଆ ନୂଆ ସହର ଭଳି ସୁବିଧା ସୁଯୋଇ ମିଳିବ । ନୂଆ ନୂଆ ସହର ଗଢି ଉଠିଲେ ବିକାଶର ଢାଞ୍ଚି କିଛି ନିର୍ଦ୍ଧିଷ୍ଟ ସହର କୈନ୍ଦ୍ରିକ ନ ହୋଇ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସହରରେ ସୁବିଧା ସୁଯୋଗ ମିଳିବ। କର୍ମନିଯୁକ୍ତି ଓ ଜିବନ ଶୈଳୀର ସୁବିଧା ସୁଯୋଗ ଉପଲବ୍ଧି ହେବ। ସିଙ୍ଗାପୁର କେଉଁ ଢାଞ୍ଚାରେ ହୋଇଛି । ତାଙ୍କ ପାଖରେ କଣ ନୂଆ ଜ୍ଞାନ କୌଶଳ ବ୍ୟବହାର ହୋଇଛି । ସେହିଭଳି ଢାଞ୍ଚାରେ ମଧ୍ୟ ପରିକଳ୍ପନା ହୋଇଛି । ଆମେ ଟିପି ସ୍କିମ ଜରିଆରେ ଆହୁରି ନୂଆ ସହର ପାଇଁ ଯୋଜନା କରିଛୁ। ''
କୃଷ୍ଣଚନ୍ଦ୍ର ମହାପାତ୍ର
ଇଟିଭି ଭାରତ, ଭୁବନେଶ୍ବର