ETV Bharat / state

ଜନଶୁଣାଣୀ ପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

author img

By

Published : Jan 31, 2023, 12:07 PM IST

ଜନଶୁଣାଣୀ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତିର ପିତା ମହାତ୍ମାଗାନ୍ଧୀ ଓ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି । ଅଧିକ ପଢନ୍ତୁ

tribute to Health Minister in public hearing

ବୌଦ୍ଧ: ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଯୁଗ୍ମ ଜନଶୁଣାଣୀ କାର୍ଯ୍ୟକ୍ରମ । ସୋମବାର ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ବାମଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜନଶୁଣାଣୀ ହୋଇଥିଲା। ଏହା ପୂର୍ବରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ଓ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଅକାଳ ବିୟୋଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀ ନୀରବ ପ୍ରାର୍ଥନା କରିଥିଲେ।

ଯୁଗ୍ମ ଜନଶୁଣାଣୀରେ ଶତାଧିକ ଅସହାୟ ଗରିବ ହିତାଧିକାରୀ ନିଜ ଦୁଃଖ ଜଣାଇବାକୁ ବାମଣ୍ଡାଠାରେ ପହଞ୍ଚି ଥିବା ବେଳେ ଆବାସ ଯୋଜନାରେ ବ୍ୟାପକ ସମସ୍ୟା କୁନେଇ ହିତାଧିକାରୀମାନେ ଅଭିଯୋଗ କରିଥିଲେ । ବାମଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ସୁମିତ୍ରା ମହାକୁଡ଼ଙ୍କ ସ୍ବାମୀ କ୍ୟାନସର ପିଡୀତ ସ୍ବାମୀ ଙ୍କୁ ନେଇ ଏକ ଭଙ୍ଗା ଦଦରା ଘରେ ରହୁଥିବା ବେଳେ ସେମାନଙ୍କୁ ଘର ମିଳିନଥିବା ଅଭିଯୋଗ କରିଥିଲେ।

ସେହିପରି ରତନପୁର ଗ୍ରାମର ଗରିବ ଜମିଭୂମିହୀନ ମନ୍ଦୋଦରୀ କହଁରଙ୍କ ସ୍ବାମୀ ଓ ପୁଅର ମୃତ୍ୟୁ ପରେ ସେ ଏକାକୀ ଅତ୍ୟନ୍ତ ଅସହାୟ ଭାବରେ ଦିନ କାଟୁଛନ୍ତି । ତାଙ୍କର ଘର ଖଣ୍ଡେ ନଥିବାରୁ ସେ ସରସରା ପଞ୍ଚାୟତର ଏକ ଅସ୍ଥାୟୀ ଗୃହରେ ଆଶ୍ରୟ ନେଉଥିବା କହିଥିଲେ । ସେପଟେ ଜଣେ ଭିନ୍ନକ୍ଷମ ଯୁବତୀଙ୍କ ଆବାସ ଗୃହ ପାଇଁ ପ୍ରଶାସନ ନିକଟରେ ଗୁହାରୀ କରିଥିଲା । ତୁରନ୍ତ ବୌଦ୍ଧ ଜିଲ୍ଲା ପ୍ରଶାସନ ଗରିବ ହିତାଧିକାରୀଙ୍କ ଦୁଃଖ ଶୁଣି ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଅଞ୍ଚଳବାସୀ ନିବେଦନ କରିଥିଲେ ।

ଗତ ବର୍ଷ ଡିସେମ୍ବର 6 ତାରିଖ ଦିନ ଜିଲ୍ଲାପାଳ ଓ ଏସପିଙ୍କ ଜନଶୁଣାଣୀ ହୋଇଥିଲା। ଏଥିରେ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା । ଜିଲ୍ଲାପାଳ ଖୋଦ ମାଣ୍ଡିଆ କେକ୍ ଖାଇବା ସହିତ ନିଜ ସହକର୍ମୀଙ୍କୁ ଖୁଆଇଲେ । ମାଣ୍ଡିଆ ମିଶନ ମାଧ୍ୟମରେ ବିଭିନ୍ନ ବର୍ଗର ହିତାଧିକାରୀଙ୍କୁ ଯୋଡ଼ିବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ବିଶେଷ ଭାବରେ ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକରେ ଏହି ମାଣ୍ଡିଆ ଚାଷ ପାଇଁ ଗତ ବର୍ଷ ଚାଷୀଙ୍କୁ ସ୍ବତନ୍ତ୍ର ତାଲିମ ତଥା ସରକାରୀ ସହାୟତା ଯୋଗାଇ ଦିଆଯାଇଛି । ଜିଲ୍ଲାପାଳ ଓ ଏସପିଙ୍କ ବୌଦ୍ଧ ବ୍ଲକଠାରେ ଜନଶୁଣାଣୀ ଥିବାବେଳେ ମିଶନ ଶକ୍ତି ଓ ମିଲେଟ ମିଶନ ମିଳିତ ଭାବରେ ପ୍ରଥମଥର ପାଇଁ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀର ପ୍ରଦର୍ଶନ କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.