ETV Bharat / state

ଅଭୟାରଣ୍ୟ ମଧ୍ୟରେ ଅକୁହା ଯନ୍ତ୍ରଣାରେ ଛଟପଟ ଆଦିବାସୀ ପରିବାର

ବୌଦ୍ଧର ବନ୍ୟପ୍ରାଣୀ ଅଭୟାରଣ୍ୟର ମହାଲିକପଡା ଅଞ୍ଚଳବାସୀଙ୍କ ନିକଟରେ ପହଞ୍ଚିପାରୁନି ଯୋଜନା । ଫଳରେ ଦୁର୍ବିସହରେ ଛଟପଟ ଆଦିବାସୀ ପରିବାର । ଅଧିକ ପଢନ୍ତୁ...

ଅଭୟାରଣ୍ୟ ମଧ୍ୟରେ ଅକୁହା ଯନ୍ତ୍ରଣାରେ ଛଟପଟ ଆଦିବାସୀ ପରିବାର
ଅଭୟାରଣ୍ୟ ମଧ୍ୟରେ ଅକୁହା ଯନ୍ତ୍ରଣାରେ ଛଟପଟ ଆଦିବାସୀ ପରିବାର
author img

By

Published : Aug 21, 2021, 2:50 PM IST

ବୌଦ୍ଧ: ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ଥିବା ମହାଲିକପଡା ପଞ୍ଚାୟତର ଗେରେଡିସାହି, ତୈଳାସାହି ଓ ଶ୍ରୀପାଜୁ ଭଳି ଗ୍ରାମରେ ପହଞ୍ଚି ପାରୁନି ସରକାରଙ୍କ କଲ୍ୟାଣକାରୀ ଯୋଜନା । ଫଳରେ ଆଜି ମଧ୍ୟ ସେଠାକାର ବାସିନ୍ଦା ଅତ୍ୟନ୍ତ ଦୁର୍ବିସହ ଜୀବନ କାଟୁଥିବା ଦେଖିବାକୁ ମିଳିଛି ।

ଅଭୟାରଣ୍ୟ ମଧ୍ୟରେ ଅକୁହା ଯନ୍ତ୍ରଣାରେ ଛଟପଟ ଆଦିବାସୀ ପରିବାର
ଅଭୟାରଣ୍ୟ ମଧ୍ୟରେ ଅକୁହା ଯନ୍ତ୍ରଣାରେ ଛଟପଟ ଆଦିବାସୀ ପରିବାର
ଅଭୟାରଣ୍ୟ ମଧ୍ୟରେ ଅକୁହା ଯନ୍ତ୍ରଣାରେ ଛଟପଟ ଆଦିବାସୀ ପରିବାର

ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରୁନି ସରକାରଙ୍କ ବିକାଶର ଗାଡି । ଅନେକ ଦିନରୁ ଏଠାକାର ଅଧିବାସୀମାନେ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର କୁଶଙ୍ଗ, ମହାଲିକପଡା ଓ ତଳଗାଁ ପଞ୍ଚାୟତର ଅନେକ ଅଞ୍ଚଳକୁ ଲାଗି ରହିଛି ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ । ଆଉ ଏହି ଅଭୟାରଣ୍ୟ ମଧ୍ୟରେ ଆଜି ବି ଗେରେଡିସାହି, ଶ୍ରୀପାଜୁ, ତୈଳାସାହି ଭଳି କେତେକ ଆଦିବାସୀ ଅଧ୍ୟୁଷିତ ଗ୍ରାମ ରହିଛି । ତେବେ ଏସବୁ ଅଞ୍ଚଳକୁ ସବୁଦିନିଆ ରାସ୍ତା ଖଣ୍ଡେ ନଥିବାରୁ ଏସବୁ ଅଞ୍ଚଳରେ ଆମ୍ବୁଲାନ୍ସ ସେବା ଓ ସ୍ବାସ୍ଥ୍ୟ ସେବା ଠିକରେ ପହଞ୍ଚି ପାରିନଥାଏ ।

ଜିଲ୍ଲାର ଶେଷ ସୀମାନ୍ତ ଅଞ୍ଚଳରେ ଏସବୁ ଗ୍ରାମ ଥିବା ହେତୁ ଏଠାରେ ଜଳସେଚନର ଆଦୌ ବ୍ୟବସ୍ଥା ନାହିଁ । ଫଳରେ ପ୍ରାୟ ସମୟରେ ଏଠାକାର ଅଧିବାସୀ ମରୁଡିର ସମ୍ମୁଖୀନ ହୋଇଥାନ୍ତି । ଏପରିକି ଏଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା NREGS ଭଳି ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ କାମ ମଧ୍ୟ ମିଳୁନଥିବା ଅଭିଯୋଗ ହୋଇଛି । ଅନୁନ୍ନତ ଅଞ୍ଚଳ ହେତୁ ଏଠାରେ ମନରେଗା କାମ ଜେସିବି ଓ ଟ୍ରାକ୍ଟର ସାହାଯ୍ୟରେ କରାଯାଉଥିବା ନେଇ ଶ୍ରମ ବିଭାଗ ନିକଟରେ ଅଭିଯୋଗ କଲେ ମଧ୍ୟ ବିଭାଗ ଚୁପ ବସିଛି ।

ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଏହି ଅନୁନ୍ନତ ଅଞ୍ଚଳରେ ମରୁଡିର ଆଶଙ୍କା ସୃଷ୍ଟି ହୋଇଥିବାରୁ ତଥା ସ୍ଥାନୀୟ ଲୋକଙ୍କୁ କାମ ଯୋଗାଇ ଦେବାକୁ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ନିକଟରେ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଶେଷରେ ଅଞ୍ଚଳବାସୀ ନିରୁପାୟ ହୋଇ ବୌଦ୍ଧ ଜିଲ୍ଲାପାଳଙ୍କୁ ସହାୟତା ପାଇଁ ଗୁହାରି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.