ETV Bharat / state

ମତଦାନରୁ ବଞ୍ଚିତ ହେଲେ ଆଦିବାସୀ ଉପାନ୍ତ ଅଞ୍ଚଳ

author img

By

Published : Feb 21, 2022, 12:59 PM IST

ବୌଦ୍ଧ ଜିଲ୍ଲାରେ ତିନୋଟି ପର୍ଯ୍ୟାୟରେ ସରିଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । କେତେକ ଭୋଟରଙ୍କ ତାଲିକାରେ ନାଁ ନଥିବାରୁ ମତଦାନରୁ ବଞ୍ଚିତ ହୋଇଥିବାବେଳେ ବୁଥରେ ଉତ୍ତେଜନା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଅଧିକ ପଢ଼ନ୍ତୁ

ମତଦାନରୁ ବଞ୍ଚିତ ହେଲେ ଆଦିବାସୀ ଉପାନ୍ତ ଅଞ୍ଚଳ
ମତଦାନରୁ ବଞ୍ଚିତ ହେଲେ ଆଦିବାସୀ ଉପାନ୍ତ ଅଞ୍ଚଳ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ତିନୋଟି ପର୍ଯ୍ୟାୟରେ ସରିଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଜିଲ୍ଲାର ହରଭଙ୍ଗା ବ୍ଲକର ସମସ୍ତ 22ଗୋଟି ପଞ୍ଚାୟତରେ ରବିବାର ମତଦାନ ଅନୁଷ୍ଠିତ ହୋଇଥିଲା । ହରଭଙ୍ଗା ବ୍ଲକରେ ସମୁଦାୟ 81.7 ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। କେତେକ ଭୋଟର ତାଲିକାରେ ନାଁ ନଥିବାରୁ ମତଦାନରୁ ବଞ୍ଚିତ ହୋଇଥିବାବେଳେ ବୁଥରେ ଉତ୍ତେଜନା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଆଢେଣୀଗଡ଼ ପଞ୍ଚାୟତ ଅନ୍ତର୍ଗତ ଗୋଛାବାରୀ ଅଞ୍ଚଳରେ ବସବାସ କରୁଥିବା ମଲହାର ଆଦିବାସୀ ସମ୍ପ୍ରଦାୟର କେତେକ ଲୋକଙ୍କ ଭୋଟର କାର୍ଡ ନଥିବାରୁ ମତଦାନରୁ ବଞ୍ଚିତ ହୋଇଥିଲେ । ଅନ୍ୟପଟେ ସେହି ପଞ୍ଚାୟତର କଣ୍ଡରା, କାଚପାଜୁ, ସୁଲକେଟି ଭଳି ପାଞ୍ଚ ଖଣ୍ଡ ଗ୍ରାମର ଅଧିବାସୀ ବିଭିନ୍ନ ଦାବି ନେଇ ଭୋଟ ବର୍ଜନ କରିଥିଲେ। ମହାଲିକପଡ଼ା ପଞ୍ଚାୟତ ଭାବପୁର ଗ୍ରାମର 45 ଜଣ ଭୋଟରଙ୍କ ଲିଷ୍ଟରେ ନାଁ ନଥିବା କାରଣରୁ ସେମାନେ ମତଦାନରୁ ବଞ୍ଚିତ ହୋଇଥିବା ଅଭିଯୋଗ ରହିଛି ।

ତେବେ ଏ ସମ୍ପର୍କରେ ସେମାନେ ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ଆନ୍ଦୋଳନ କରିବା ନେଇ ନିଷ୍ପତ୍ତି ନେଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.