ETV Bharat / state

ପ୍ରାକୃତିକ ସୌନ୍ଦର୍ଯ୍ୟମୟ ଶଗଡା ଅଞ୍ଚଳକୁ ଅବହେଳା, ମୁହଁ ଫେରାଉଛନ୍ତି ପର୍ଯ୍ୟଟକ - tourist place Shagda area is not being developed

ବୌଦ୍ଧ ଜିଲ୍ଲାର ଅନ୍ୟତମ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ବାଘ ସେଚ ପ୍ରକଳ୍ପ ବା ବାଘ ବ୍ୟାରେଜ ପ୍ରକଳ୍ପର ହୋଇପାରୁନି ବିକାଶ । ପର୍ଯ୍ୟଟକଙ୍କ ପାଇଁ ରହିବାଠାରୁ ନେଇ ସର୍ବନିମ୍ନ ସୁବିଧା ନଥିବା ହେତୁ ପର୍ଯ୍ୟଟନମାନେ ମୁହଁ ଫେରାଉଥିବା ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ...

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଶଗଡା ଅଞ୍ଚଳର ହୋଇପାରୁନି ବିକାଶ, ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

author img

By

Published : Oct 31, 2021, 11:53 AM IST

ବୌଦ୍ଧ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପର୍ଯ୍ୟଟନ ସ୍ଥଳୀର ହୋଇପାରୁନି ବିକାଶ । ଯୋଗାଯୋଗଠାରୁ ଆରମ୍ଭ କରି ପର୍ଯ୍ୟଟକଙ୍କ ଅସୁବିଧାର ରହିଛି ଲମ୍ବା ତାଲିକା । ଆମେ କହୁଛୁ ବୌଦ୍ଧ ଜିଲ୍ଲାର ଅନ୍ୟତମ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ବାଘ ସେଚ ପ୍ରକଳ୍ପ ବା ବାଘ ବ୍ୟାରେଜ ପ୍ରକଳ୍ପ କଥା । ଯେଉଁ ସ୍ଥାନ ବର୍ଷ ତମାମ ପର୍ଯ୍ୟଟକଙ୍କୁ ଆକର୍ଷଣ କରିଥାଏ । କିନ୍ତୁ ଏଠାରେ ପର୍ଯ୍ୟଟକଙ୍କ ସର୍ବନିମ୍ନ ସୁବିଧା ନଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର ଶଗଡା ପଞ୍ଚାୟତ ସଦର ମହକୁମାଠାରେ ରହିଛି ବାଘ ସେଚ ପ୍ରକଳ୍ପ ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଶଗଡା ଅଞ୍ଚଳର ହୋଇପାରୁନି ବିକାଶ, ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

କନପାଠାରୁ ବ୍ୟାରେଜ ପର୍ଯ୍ୟନ୍ତ ଅଞ୍ଚଳ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ରହିଥିବା ବେଳେ ଏଠାକୁ ବର୍ଷ ସାରା ରାଜ୍ୟର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ଆସିଥାନ୍ତି । ଏଠାକାର ସ୍ବଚ୍ଛ ପରିବେଶ ଓ ସବୁଜିମାରେ ଭରପୁର ମନୋରମ ସ୍ଥାନ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ରହି ଆସିଛି । କିନ୍ତୁ ବିଗତ କିଛି ବର୍ଷ ହେଲା ଏହି ଅଞ୍ଚଳକୁ ଗମନାଗମନର ଅବ୍ୟବସ୍ଥା, ପର୍ଯ୍ୟଟକଙ୍କ ପାଇଁ ରହିବାଠାରୁ ନେଇ ସର୍ବନିମ୍ନ ସୁବିଧା ନଥିବା ହେତୁ ପର୍ଯ୍ୟଟନମାନେ ମୁହଁ ଫେରାଉଛନ୍ତି ।

ଅଞ୍ଚଳର ଅସୁବିଧା କୁନେଇ ସ୍ଥାନୀୟ ବୁଦ୍ଧିଜୀବୀମାନେ ଅଭିଯୋଗ କରିଥିବା ବେଳେ ଏହାର ବିକାଶ ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିବା ବୌଦ୍ଧ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.