ETV Bharat / state

ବୌଦ୍ଧରେ ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ ମୃତ

ପାର୍ବଣରେ ଘଟିଲା ବଡ ଅଘଟଣ । ବୌଦ୍ଧରେ ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ ମୃତ । ଅଧିକ ପଢନ୍ତୁ

author img

By

Published : Oct 5, 2022, 1:59 PM IST

ବୌଦ୍ଧରେ ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ ମୃତ
ବୌଦ୍ଧରେ ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ ମୃତ

ବୌଦ୍ଧ: ବିଜୟା ଦଶମୀରେ ଅଘଟଣ । ବିଦ୍ୟୁତ ଆଘାତରେ ଆଖି ବୁଜିଲେ ଗୋଟିଏ ପରିବାରର ୩ ସଦସ୍ୟ । ଆଜି ଶାରଦୀୟ ଦୁର୍ଗାପୂଜାର ଶେଷ ଦିନ ହୋଇଥିବାରୁ ଚାରିଆଡେ ଖୁସିର ମାହୋଲ ଥିବାବେଳେ ବୌଦ୍ଧ ଜିଲ୍ଲାରୁ ଆସିଛି ଏଭଳି ଦୁଃଖଦ ଖବର । ବୌଦ୍ଧ ଜିଲ୍ଲା ଧଳପୁର ପଞ୍ଚାୟତ ଜବଲପୁର ଗ୍ରାମର ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି(Three Of Family Die Of Electrocution) । ମୃତକ ସମ୍ପର୍କରେ ମାଆ, ପୁଅ ଏବଂ ଦିଅର ହୋଇଥିବା ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ: ଅଟୋ-ଟ୍ରକ ମୁହାମୁହିଁ ଧକ୍କା , ଜଣେ ମୃତ ୮ ଗୁରୁତର

ସୂଚନା ଅନୁଯାୟୀ, ଜବଲପୁର ଗ୍ରାମର ସୁକାନ୍ତି ବେହେରା ଗାଧୋଇ ସାରି ଲୁଗା ଶୁଖାଇବା ସମୟରେ ଘରର ବିଦ୍ୟୁତ ମିଟର ତାର ସଂସ୍ପର୍ଶରେ ଆସିଯାଇଥିଲେ । ଏହାଦେଖି ପୁଅ ସୋହନ ବେହେରା ମାଆକୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ବିଦ୍ୟୁତ ତାରରେ ଲାଗିଯାଇଥିଲେ । ପରେ ସେ ଦୁହିଁଙ୍କୁ ବଞ୍ଚାଇବାକୁ ଦିଅର ସୁଶୀଳ ବେହେରା ଚେଷ୍ଟା କରିବା ସମୟରେ ସେ ମଧ୍ୟ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଏହାପରେ ଗ୍ରାମବାସୀମାନେ ବିଦ୍ୟୁତ୍‌ ସଂଯୋଗ ବିଛିନ୍ନ କରି ଉକ୍ତ ତିନି ଜଣଙ୍କୁ ଉଦ୍ଧାର କରି ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳେ ତିନି ଜଣଙ୍କ ମୃତ୍ୟୁ ହୋଇସାରିଥିଲା । ଆଜି ଭଳି ପବିତ୍ର ବିଜୟା ଦଶମୀରେ ଏହି ବଡ ଅଘଟଣ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.