ETV Bharat / state

ନିର୍ମାଣଧୀନ ସେତୁରୁ ଖସି ତିନି ଶ୍ରମିକ ମୃତ୍ୟୁ ମାମଲା, ତିନି ଗିରଫ - ନିର୍ମାଣଧିନ ସେତୁରୁ ଖସି ମୃତ୍ୟୁ

ଧଳପୁର ଠାରେ ନିର୍ମାଣଧୀନ ସେତୁ ଉପରୁ ଖସିପଡି ତିନିଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣା । ଘଟଣାରେ ଠିକାସଂସ୍ଥାର ତିନି ଜଣ ଗିରଫ । ଅଧିକ ପଢନ୍ତୁ...

ନିର୍ମାଣଧୀନ ସେତୁରୁ ଖସି ତିନି ଶ୍ରମିକ ମୃତ୍ୟୁ ମାମଲା, ତିନି ଗିରଫ

author img

By

Published : Apr 2, 2021, 4:44 PM IST

ବୌଦ୍ଧ: ଗତ ଦେଢ ମାସ ମଧ୍ୟରେ ଧଳପୁର ଠାରେ ନିର୍ମାଣଧୀନ ସେତୁ ଉପରୁ ଖସିପଡି ତିନିଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣା । ଏହି ଘଟଣାରେ ଠିକାସଂସ୍ଥାର ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ମାମଲାରେ ଜଣେ ଆକାଉଣ୍ଟାଣ୍ଟଙ୍କ ଗିରଫଦାରି ନେଇ ତାଙ୍କ ପରିବାର ପକ୍ଷରୁ ତୀବ୍ର ବିରୋଧ କରାଯାଇଛି ।

ନିର୍ମାଣଧୀନ ସେତୁରୁ ଖସି ତିନି ଶ୍ରମିକ ମୃତ୍ୟୁ ମାମଲା, ତିନି ଗିରଫ
ଗୁଜୁରାଟ ଠିକାସଂସ୍ଥାର ସେତୁ ଦାୟିତ୍ୱରେ ଥିବା ପ୍ରୋଜେକ୍ଟ ମ୍ୟାନେଜର, ସୁରକ୍ଷା ଅଧିକାରୀ ଓ ଆକାଉଣ୍ଟାଣ୍ଟକୁ ଗୁରୁବାର ଦିନ ହରଭଙ୍ଗା ପୋଲିସ ଗିରଫ କରିଛି । ତେବେ ଏହି ଘଟଣା ସହ କୌଣସି ସମ୍ପୃକ୍ତି ନଥିବା ଆକାଉଣ୍ଟାଣ୍ଟଙ୍କ ଗିରଫକୁ ନେଇ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେଉଁ କାରଣରୁ ଆକାଉଣ୍ଟାଣ୍ଟକୁ ଗିରଫ କରାଗଲା ସେନେଇ ପରିବାର ପକ୍ଷରୁ ପ୍ରଶ୍ନ କରାଯିବା ସହ ପାଲଟା ଅଭିଯୋଗ କରାଯାଇଛି ।

ଏଭଳି ଦୁଃଖଦ ଘଟଣା ପଛରେ ଠିକାସଂସ୍ଥା ରଣଜିତ ବିଲ୍ଡକନର ବଡ ବଡ ହସ୍ତୀ, ମାଲିକ, ପୂର୍ତ୍ତ ବିଭାଗ, ଶ୍ରମ ବିଭାଗ ନିଜ ଦୋଷ ଲୁଚାଇବାକୁ ଯାଇ ମାର ମାର ଭଣ୍ଡାରିଆକୁ ମାର ନ୍ୟାୟରେ ନୀରୀହ ଲୋକଙ୍କୁ ଫସାଉଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଧଳପୁର ସେତୁ ଭଳି ବୌଦ୍ଧର ମର୍ଜାକୁଦ ସେତୁ ଓ ଅନ୍ୟାନ୍ୟ ନିର୍ମାଣଧୀନ ପ୍ରକଳ୍ପରେ ଅସୁରକ୍ଷିତ ଅବସ୍ଥାରେ ଶ୍ରମିକମାନେ କାର୍ଯ୍ୟ କରୁଥିଲେ ମଧ୍ୟ ପ୍ରଶାସନ ନିଦା ବିଷ୍ଣୁ ସାଜିଛି ।ସେପଟେ ଧଳପୁର ସେତୁର ସମ୍ପୃର୍ଣ୍ଣ ନିର୍ମାଣ ଅବଧି ବାରମ୍ବାର ଘୁଞ୍ଚି ଯାଉଥିଲେ ମଧ୍ୟ କାହିଁକି ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉନାହିଁ ସେନେଇ ମଧ୍ୟ ଉଠିଛି ପ୍ରଶ୍ନବାଚୀ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.