ETV Bharat / state

ଅଶୁଭ ଶୁକ୍ରବାର: ଲକଡାଉନରେ 3ଟି ପୃଥକ ଘଟଣାରେ 3 ମୃତ

author img

By

Published : Apr 3, 2020, 10:39 PM IST

ବୌଦ୍ଧ ଜିଲ୍ଲାରେ ଲକଡାଉନ ପାଳିତ ହେଉଛି । ଏହି ସମୟରେ 3ଟି ପୃଥକ ଅଘଟଣ ସମସ୍ତଙ୍କୁ ଦୁଃଖିତ କରିଛି । ଅଧିକ ପଢନ୍ତୁ...

ଅଶୁଭ ଶୁକ୍ରବାର: ଲକଡାଉନରେ 3ଟି ପୃଥକ ଘଟଣାରେ 3 ମୃତ
ଅଶୁଭ ଶୁକ୍ରବାର: ଲକଡାଉନରେ 3ଟି ପୃଥକ ଘଟଣାରେ 3 ମୃତ

ବୌଦ୍ଧ: ଜିଲ୍ଲା ପାଇଁ ଶୁକ୍ରବାର ପାଲଟିଥିଲା ଅଶୁଭ । 3ଟି ଅଘଟଣ ସମସ୍ତଙ୍କୁ ବିଚଳିତ କରିଥିଲା । ସମ୍ପୂର୍ଣ୍ଣ ଲକଡାଉନ ସମୟରେ 3ଟି ପୃଥକ ଘଟଣାରେ 3ଟି ମୃତ୍ୟୁ ସମସ୍ତଙ୍କୁ ବ୍ୟଥିତ କରିଛି ।

ପ୍ରଥମେ କୋରୋନା ସଂକ୍ରମଣ ଭୟରେ ବିଦ୍ୟାଳୟରୁ ଗତ ସପ୍ତାହରେ ଘରକୁ ଛୁଟିରେ ଆସିଥିବା ସପ୍ତମ ଶ୍ରେଣୀର ଛାତ୍ରୀଙ୍କ ସର୍ପାଘାତରେ ମୃତ୍ୟୁ ହୋଇଥିଲା । ସେହିପରି ଗାଈଙ୍କୁ ଗରମରୁ ରକ୍ଷା ପାଇଁ ନଦୀରେ ଗାଧୋଇବା ସମୟରେ ନିଜେ ବୁଡିଗଲେ ଯୁବକ । ଆଉ ଜଣେ ଢାବା କର୍ମଚାରୀଙ୍କ ମୃତଦେହକୁ ସନ୍ଦେହଜନକ ଭାବେ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ।

ହରଭଙ୍ଗା ଥାନା ଅନ୍ତର୍ଗତ ପଲସାକୁଟୁଣୀ ଗ୍ରାମର 13 ବର୍ଷୀୟା ପାୟଲ ବାରିକ ପୁରୁଣାକଟକ ସ୍ଥିତ କସ୍ତୁରବା ଗାନ୍ଧୀ ସରକାରୀ ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀର ଛାତ୍ରୀ । ଗତ ସପ୍ତାହରେ କୋରୋନାକୁ ନେଇ ବିଦ୍ୟାଳୟ ଛୁଟି ହେବାରୁ ନିଜ ଘରକୁ ଆସିଥିଲେ । ଗୁରୁବାର ଏକ ସର୍ପାଘାତରେ ତାଙ୍କ ମୃତ୍ୟୁ ହୋଇଯାଇଛି ।

ସେହିପରି ବୌଦ୍ଧ ଥାନା ଅନ୍ତର୍ଗତ ମୁର୍ଷୁଣ୍ଢି ଗାଁର 30 ବର୍ଷୀୟ ସୁଶୀଲ ବାଘ ମହାନଦୀରେ ଗାଈଙ୍କୁ ଗାଧୋଇବା ସମୟରେ ବାଲିଚର ଯୋଗୁଁ ନିଜେ ପାଣି ଭିତରକୁ ଟାଣି ହୋଇଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଖୁଣ୍ଟବନ୍ଧ ଛକ ନିକଟରେ ଘଟିଛି ତୃତୀୟ ଘଟଣା । ଢାବାରେ କାମ କରୁଥିବା ଜଣେ ଯୁବକର ମୃତଦେହ ଝୁଲନ୍ତା ତଥା ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି । ପୋଲିସ ସମସ୍ତ ଅଘଟଣର ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.