ETV Bharat / state

ଗାଁରେ ହୋଇନି ବିକାଶ, ଭୋଟର ମଧ୍ୟରେ ନାହିଁ ଉତ୍ସାହ

author img

By

Published : Feb 19, 2022, 10:09 PM IST

ରାତି ପାହିଲେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । କିନ୍ତୁ ବ୍ଲକ ସଦର ମହକୁମା ନିକଟରେ ଏଭଳି ଏକ ଗାଁ ରହିଛି ଯେଉଁଠି ବିକାଶ ବାଟ ହୁଡିଥିବା କାରଣରୁ ଭୋଟର ଆଦୌ ଉତ୍ସାହିତ ନାହାନ୍ତି । ଅଧିକ ପଢନ୍ତୁ

ଗାଁରେ ହୋଇନି ବିକାଶ, ଭୋଟର ମଧ୍ୟରେ ନାହିଁ ଉତ୍ସାହ
ଗାଁରେ ହୋଇନି ବିକାଶ, ଭୋଟର ମଧ୍ୟରେ ନାହିଁ ଉତ୍ସାହ

ବୌଦ୍ଧ: ରାତି ପାହିଲେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ଭୋଟକୁ ନେଇ ଉତ୍ସାହିତ ଜନସାଧାରଣ । କିନ୍ତୁ ବ୍ଲକ ସଦର ମହକୁମା ନିକଟରେ ଏଭଳି ଏକ ଗାଁ ରହିଛି ଯେଉଁଠି ବିକାଶ ବାଟ ହୁଡିଥିବା କାରଣରୁ ଭୋଟର ଆଦୌ ଉତ୍ସାହିତ ନାହାନ୍ତି । ଏଠାରେ ବିକାଶର ବାଟ ଓଗାଳିଛି ଗମନାଗମନର ବ୍ୟବସ୍ଥା । ତେଣୁ ପଞ୍ଚାୟତ ଭୋଟ ପାଇଁ ଆଉ ଅଳ୍ପ ସମୟ ଥିବା ବେଳେ ସ୍ଥାନୀୟ ଭୋଟରଙ୍କ ମଧ୍ୟରେ ଆଦୌ ଉତ୍ସାହ ନାହିଁ ।

ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକରେ ରବିବାର ତୃତୀୟ ପର୍ଯ୍ୟାୟ ତଥା ଜିଲ୍ଲାର ଶେଷ ପଞ୍ଚାୟତ ନିର୍ବାଚନ ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ, ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ସହିତ ପୋଲିଂ ପାର୍ଟି ମାନେ ଗାଁର ବୁଥଘରେ ପହଞ୍ଚି ସାରିଲେଣି । ତେବେ ହରଭଙ୍ଗା ବ୍ଲକ ସଦର ମହକୁମା ବାଣୀଭୂଷଣପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଅଳ୍ପ କିଛି ଦୂରରେ ଥିବା ଘୋଡାଡିଆଁ ଗ୍ରାମରେ ମତଦାନକୁ ନେଇ ଆଦୌ ଉତ୍ସାହ ନାହିଁ ।

କାରଣ ଏଠାରେ ସ୍ଥାନୀୟ ଲୋକଙ୍କୁ ନିର୍ବାଚନ ଆସିଲେ କେବଳ ପ୍ରତିଶୃତି ଦିଆଯାଏ । କିନ୍ତୁ ତାହା କାର୍ଯ୍ୟକାରି ହେଉନାହିଁ । ଘୋଡାଡିଆଁ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ଠାରୁ ନେଇ ଆବାସ ପର୍ଯ୍ୟନ୍ତ ସବୁକିଛି ଅପହଞ୍ଚ ହୋଇ ରହିଛି । ଆଜି ମଧ୍ୟ ଏଠାକାର ଅଧିବାସୀ ପାହାଡି ଝରଣାର ଶୁଖିଲା ଶଯ୍ୟାରୁ ଚୂଆ ଖୋଳି ପାନୀୟଜଳ ସଂଗ୍ରହ କରି ଜୀବିକା ପରିପୋଷଣ କରନ୍ତି ।

ବ୍ଲକ କାର୍ଯ୍ୟାଳୟ ନିକଟରେ ଥାଇ ମଧ୍ୟ ଏଠାରେ ବିକାଶର ଧାରା ଠିକରେ ପହଞ୍ଚି ପାରିନଥିବାରୁ ଏହି ଗ୍ରାମ ଦୀପ ତଳ ଅନ୍ଧାର ଭଳି ରହିଯାଇଛି । ଆସନ୍ତାକାଲି(ରବିବାର) ଏଠାରେ ନିର୍ବାଚନ ଥିଲେ ମଧ୍ୟ ଭୋଟରଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇନାହିଁ ।

ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.