ETV Bharat / state

ଉପାନ୍ତ ଅଞ୍ଚଳରେ ବାଟ ଭୁଲିଛି ସରକାରୀ ଯୋଜନା

ଉପାନ୍ତ ଅଞ୍ଚଳରେ ଆଜିବି ଅପହଞ୍ଚ ସରକାରୀ ଯୋଜନା । ତେଇଶ ଗୋଟି ପଞ୍ଚାୟତକୁ ନେଇ ଗଠିତ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକର ବିଭିନ୍ନ ଉପାନ୍ତ ପଞ୍ଚାୟତରେ ମନରେଗା ଯୋଜନା ବାଟ ହୁଡିଛି । ଅଧିକ ପଢନ୍ତୁ

ଉପାନ୍ତ ଅଞ୍ଚଳରେ ବାଟ ଭୁଲିଛି ସରକାରୀ ଯୋଜନା
ଉପାନ୍ତ ଅଞ୍ଚଳରେ ବାଟ ଭୁଲିଛି ସରକାରୀ ଯୋଜନା
author img

By

Published : Apr 13, 2022, 8:06 PM IST

ବୌଦ୍ଧ: ଉପାନ୍ତ ଅଞ୍ଚଳରେ ଆଜିବି ଅପହଞ୍ଚ ସରକାରୀ ଯୋଜନା। ମନରେଗା ଠାରୁ ନେଇ ଆବାସ ଯୋଜନା ପର୍ଯ୍ୟନ୍ତ ସବୁକିଛି ଗରିବ ହିତାଧିକାରୀଙ୍କ ପାଇଁ ଅଲୋଡ଼ା ହୋଇପଡିଥିବାବେଳେ ଏଥିଯୋଗୁଁ ଦାଦନ ଖଟିବାକୁ ଲୋକେ ବାଧ୍ୟ ହେଉଛନ୍ତି ।

ଉପାନ୍ତ ଅଞ୍ଚଳରେ ବାଟ ଭୁଲିଛି ସରକାରୀ ଯୋଜନା
ତେଇଶ ଗୋଟି ପଞ୍ଚାୟତକୁ ନେଇ ଗଠିତ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକର ବିଭିନ୍ନ ଉପାନ୍ତ ପଞ୍ଚାୟତରେ ମନରେଗା ଯୋଜନା ବାଟ ହୁଡିଛି । ଫଳରେ କଣ୍ଟାମାଳ ବ୍ଲକର ବରଗାଁ, ନାରାୟଣପ୍ରସାଦ, ଉମା, ଲମ୍ବସରୀ, ଖମନମୁଣ୍ଡା ଭଳି ଅନେକ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଗରିବ ହିତାଧିକାରୀ ଆନ୍ଧ୍ର ମୁହାଁ ହେଉଛନ୍ତି । କେବଳ ଏତିକି ନୁହେଁ ଏସବୁ ପଞ୍ଚାୟତରେ ଆବାସ ଯୋଜନା ଫେଲ ମାରିଥିବା ଅଭିଯୋଗ ହୋଇଛି । ଅନେକ ଗ୍ରାମର ଗରିବ ଲୋକେ ଆଜି ମଧ୍ୟ ଚାଳ ଝୁପୁଡି ଘରେ ରହିବାକୁ ବାଧ୍ୟ ହେଉଛନ୍ତି ।

କଣ୍ଟାମାଳ ବ୍ଲକର ଅନେକ ପଞ୍ଚାୟତ ତେଲନଦୀ କୂଳରେ ଥାଇ ମଧ୍ୟ ଅନେକ ଅଞ୍ଚଳବାସୀ ପାଣି ମୁନ୍ଦାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମସ୍ୟା ଜର୍ଜରିତ ପଞ୍ଚାୟତର ଅକୁହା ଯନ୍ତ୍ରଣା ସମ୍ପର୍କରେ ଖୋଦ ଶାସକ ଦଳର କର୍ମୀମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.