ବୌଦ୍ଧ: ଜିଲ୍ଲା ପୌର ପରିଷଦ ଅଧିନରେ ରହିଛି କୋଭିଡ 19 କେନ୍ଦ୍ର । ରବିବାର ରାତିରେ ନେପାଳର ଜଣେ ଯୁବକଙ୍କୁ ସନ୍ଦିଗ୍ଧ ଭାବି ପୋଲିସ ଉଦ୍ଧାର କରି ସ୍ବାସ୍ଥ୍ୟ ବିଭାଗକୁ ଖବର ଦେଇଥିଲେ । କିନ୍ତୁ ଦୀର୍ଘ ସମୟ ଧରି ସ୍ବାସ୍ଥ୍ୟ ବିଭାଗର କୌଣସି ଗାଡି ନ ଆସିବାରୁ ଯୁବକଙ୍କୁ ଚାଲି ଚାଲି ନେଇ କ୍ବାରେଣ୍ଟାଇନ ଗୃହରେ ପହଞ୍ଚାଇ ଥିଲା ।
କିନ୍ତୁ ସେଠାରେ ରହିବା ସ୍ଥାନ ଅଭାବ ଦର୍ଶାଯାଇଥିଲା । ଫଳରେ ଯୁବକ ଜଣକ କ୍ବାରେଣ୍ଟାଇନ ଗୃହ ସମ୍ମୁଖରେ ଖୋଲା ଆକାଶ ତଳେ ରାତି କାଟିଥିଲେ । ସ୍ବାସ୍ଥ୍ୟ ବିଭାଗ ଓ କ୍ବାରେଣ୍ଟାଇନ ଗୃହ ଦାୟିତ୍ବରେ ଥିବା ଅଧିକାରୀମାନେ ସମସ୍ତ ପ୍ରକାର ବ୍ୟାପକ ପ୍ରସ୍ତୁତି କରିଥିବା ନେଇ ବାରମ୍ବାର ସୂଚନା ଦେଉଥିଲେ ମଧ୍ୟ ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ