ETV Bharat / state

ସରକାରୀ ଜବରଦଖଲ ଜମି ଫେରାଇବାକୁ ନିଷ୍ପତ୍ତି ନେଲେ ଗ୍ରାମବାସୀ - boudha news

ଗ୍ରାମବାସୀ ସରକାରୀ ଜମି ଜବରଦଖଲ କରିବାକୁ ନୁହେଁ ବରଂ ଜବରଦଖଲ କରିଥିବା ସରକାରୀ ଜମିକୁ ଫେରାଇବାକୁ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଲେ । ଗ୍ରାମବାସୀଙ୍କ ଏଭଳି ନିଷ୍ପତ୍ତି ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି ।

ସରକାରୀ ଜବରଦଖଲ ଜମି ଫେରାଇବାକୁ ନିଷ୍ପତ୍ତି ନେଲେ ଗ୍ରାମବାସୀ

author img

By

Published : Sep 15, 2020, 7:38 AM IST

Updated : Sep 16, 2020, 5:41 PM IST

ବୌଦ୍ଧ: ଗ୍ରାମବାସୀ ସରକାରୀ ଜମି ଜବରଦଖଲ କରିବାକୁ ନୁହେଁ ବରଂ ଜବରଦଖଲ କରିଥିବା ସରକାରୀ ଜମିକୁ ଫେରାଇବାକୁ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଲେ । ଗ୍ରାମବାସୀଙ୍କ ଏଭଳି ନିଷ୍ପତ୍ତି ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି ।

ସରକାରୀ ଜବରଦଖଲ ଜମି ଫେରାଇବାକୁ ନିଷ୍ପତ୍ତି ନେଲେ ଗ୍ରାମବାସୀ
ସରକାରୀ ଜବରଦଖଲ ଜମି ଫେରାଇବାକୁ ନିଷ୍ପତ୍ତି ନେଲେ ଗ୍ରାମବାସୀ

ବୌଦ୍ଧ ଜିଲ୍ଲାର ବିଭିନ୍ନ ରାଜସ୍ୱ ମଣ୍ଡଳରେ ଜବରଦଖଲ ସମସ୍ୟା ସବୁଠାରୁ ବଡ଼ ସମସ୍ୟା ହୋଇପଡିଛି । ସାଧାରଣ ଲୋକ ଗୋଟିଏ ଗୋଟିଏ ଇଞ୍ଚ ପାଇଁ ରକ୍ତ ବୁହାଉଥିବା ସମୟରେ ଆସିଛି ଏକ ଭଲ ଖବର। ଜିଲ୍ଲାର ହରଭଙ୍ଗା ତହସିଲ ଅନ୍ତର୍ଗତ ସରସରା ରାଜସ୍ୱ ମଣ୍ଡଳ ଅଧିନରେ ଥିବା ବାଲିଅନ୍ତା ଗ୍ରାମର ସମସ୍ତ ଗ୍ରାମବାସୀ ମିଳିତ ହୋଇ ସମସ୍ତ ସରକାରୀ ଜବରଦଖଲ ଜମି ସରକାରଙ୍କୁ ଫେରାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ସୋମବାର ଗ୍ରାମବାସୀ ମିଳିତ ଭାବେ ବୌଦ୍ଧ ଜିଲ୍ଲାପାଳ ଓ ହରଭଙ୍ଗା ତହସିଲଦାର ଙ୍କୁ ଏନେଇ ଅବଗତ କରାଇଛନ୍ତି । ଗ୍ରାମବାସୀଙ୍କ ମତରେ କୌଣସି ସରକାରୀ ଉନ୍ନୟନ ମୂଳକ କାର୍ଯ୍ୟ, ଗାଇଗୋରୁ ଙ୍କ ଜମି ତଥା ଭବିଷ୍ୟତ ପାଇଁ ସରକାରୀ ଜମିର ଆବଶ୍ୟକତାକୁ ଉପଲବ୍ଧି କରି ସେମାନେ ସରକାରୀ ଜମି ନେବାକୁ ନୁହେଁ ବରଂ ସରକାରଙ୍କୁ ଫେରାଇବାକୁ ଆସିଛନ୍ତି ବୋଲି କହିଛନ୍ତି । ଜିଲ୍ଲାର ବିଭିନ୍ନ ରାଜସ୍ୱ ମଣ୍ଡଳ ରେ ବ୍ୟାପକ ସରକାରୀ ଜମି ଜବରଦଖଲ ତଥା ହଡପ କରାଯାଉଥିବା ବେଳେ ବାଲିଅନ୍ତା ଗ୍ରାମବାସୀଙ୍କ ଏଭଳି ପଦକ୍ଷେପ କୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Sep 16, 2020, 5:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.