ETV Bharat / state

ବୌଦ୍ଧ ଜିଲ୍ଲାରେ ଧଳା ସାରର ବ୍ୟାପକ କଳାବଜାରୀ, ଚାଷୀ ହନ୍ତସନ୍ତ - farmer facing many problems

କୃଷି ଓ କୃଷକର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି । କିନ୍ତୁ ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ଚାଷୀ ଏହାର ସୁଫଳ ପାଇପାରୁନାହିଁ । ଫଳ ସ୍ବରୂପ ଜିଲ୍ଲାର ଚାଷୀ ଏବେ ସାର ପ୍ରାୟ ଦୁଇଗୁଣ ଦରରେ କିଣୁଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ବୌଦ୍ଧ ଜିଲ୍ଲାରେ ଧଳା ସାରର ବ୍ୟାପକ କଳା ବଜାରୀ, ଚାଷୀ ହନ୍ତସନ୍ତ

author img

By

Published : Aug 6, 2020, 11:40 AM IST

ବୌଦ୍ଧ: ଜିଲ୍ଲାରେ ଧଳା ସାରର ବ୍ୟାପକ କଳାବଜାରୀ। ଗତ ଦୁଇ ଦିନ ବର୍ଷା ଚାଷୀଙ୍କ ପାଇଁ ଖୁସି ଆଣିଥିବା ବେଳେ ସାରକୁ ନେଇ ଚିନ୍ତାରେ ଚାଷୀ । କାରଣ ସରକାରୀ ଦର ୨୬୬ ଟଙ୍କା ୫୦ ପଇସା ଥିବା ସ୍ଥଳେ ସାର ଡିଲର ଏହାକୁ ୪୦୦ ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ସାରର କଳାବଜାରୀକୁ ଖୋଦ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସ୍ବୀକାର କରିବା ସହ ସ୍କ୍ବାର୍ଡ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଥିବା ସୂଚନା ଦେଇଛନ୍ତି।

ବୌଦ୍ଧ ଜିଲ୍ଲାରେ ଧଳା ସାରର ବ୍ୟାପକ କଳା ବଜାରୀ, ଚାଷୀ ହନ୍ତସନ୍ତ

ସେପଟେ କୃଷି ବିଭାଗ ଓ ଏଆରସିଏସଙ୍କ କାର୍ଯ୍ୟ ଦକ୍ଷତା କୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ । ଜିଲ୍ଲାରେ ସମୁଦାୟ 5 ହଜାର ମେଟ୍ରିକ ଟନ ସାରର ଆବଶ୍ୟକତା ରହିଥିବା ବେଳେ ସାର ଯୋଗାଣ ଠିକରେ ହୋଇ ନପାରିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ଜଣାପଡିଛି।

ସେହିପରି କୃଷି ବିଭାଗ ଓ ଏଆରସିଏସ କିଭଳି ଚାଷୀର ଏହି କଷ୍ଟ ବୁଝିନପାରି ଓଲଟା ବ୍ୟାପକ ଦୁର୍ନୀତିରେ ଲିପ୍ତ ରହୁଛନ୍ତି ସେନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.