ETV Bharat / state

ବୌଦ୍ଧରେ ଖୋଲିବ ରାଜ୍ୟର ପ୍ରଥମ ପରିବେଶଭିତ୍ତିକ ଜଙ୍ଗଲ ସଫାରୀ - forest safari

ବୌଦ୍ଧ ଜିଲ୍ଲାରେ ରାଜ୍ୟର ପ୍ରଥମ ପରିବେଶ ଭିତ୍ତିକ ଜଙ୍ଗଲ ସଫାରୀ ଖୋଲିବାକୁ ଯାଉଛି । ଅଧିକ ପଢନ୍ତୁ...

ବୌଦ୍ଧରେ ଖୋଲିବ ରାଜ୍ୟର ପ୍ରଥମ ପରିବେଶଭିତ୍ତିକ ଜଙ୍ଗଲ ସଫାରୀ

author img

By

Published : May 4, 2021, 8:00 AM IST

ବୌଦ୍ଧ: ଜିଲ୍ଲାର ବୀରନରସିଂପୁରଠାରେ ହେବାକୁ ଯାଉଛି ପ୍ରଥମ ପରିବେଶ ଭିତ୍ତିକ ଜଙ୍ଗଲ ସଫାରୀ । ଏନେଇ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ଜଙ୍ଗଲ ବିଭାଗ ସମସ୍ତ ପୂର୍ବ ପ୍ରସ୍ତୁତି ଆରମ୍ଭ କରିସାରିଛି । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଟ୍ବିଟ କରି ଖୁସିବ୍ୟକ୍ତ କରିଛନ୍ତି ।

ଘଞ୍ଚ ଜଙ୍ଗଲ, ପାହାଡି ନଦୀନାଳରେ ଭରପୁର ବୌଦ୍ଧ ଜିଲ୍ଲାର କୋଣ ଅନୁକୋଣରେ ପ୍ରକୃତି ତାର ଅପରୂପ ସୌନ୍ଦର୍ଯ୍ୟକୁ ବିଛାଇ ଦେଇଛି । ଜିଲ୍ଲାର ବୀରନରସିଂପୁର ପଞ୍ଚାୟତରେ ଜିଲ୍ଲା ପ୍ରଶାସନ ରାଜ୍ୟର ପ୍ରଥମ ପରିବେଶ ଭିତ୍ତିକ ସଫାରୀ ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ କରିଛି । ଏଥିପାଇଁ ଏଠାରେ 1500 ଏକର ସରକାରୀ ଜମିକୁ ଚିହ୍ନଟ କରାଯାଇଥିବାବେଳେ ଏହାକୁ ନନ୍ଦନବନ ନାମରେ ନାମିତ କରିବାର ଯୋଜନା ରହିଛି । ବୀରନରସିଂପୁର ପଞ୍ଚାୟତର ନୂଆପଡା ଡ୍ୟାମ ଭଳି ତିନୋଟି ବୃହତ ପୁଷ୍କରିଣୀ, ମାଇନର ଇରିଗେସନ ପ୍ରୋଜେକ୍ଟ ଭଳି ପ୍ରାୟ ଦଶ କିଲୋମିଟର ବ୍ୟାପ୍ତ ଅଞ୍ଚଳରେ ଏହି ନନ୍ଦନବନ ପ୍ରତିଷ୍ଠା ହେବ ।

ବୌଦ୍ଧରେ ଖୋଲିବ ରାଜ୍ୟର ପ୍ରଥମ ପରିବେଶଭିତ୍ତିକ ଜଙ୍ଗଲ ସଫାରୀ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ନୂଆପଡା ଡ୍ୟାମ ବର୍ଷ ତମାମ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ ଏହି ନନ୍ଦନବନ ଯୋଜନାରେ ଏଠାରେ ପର୍ଯ୍ୟଟକଙ୍କ ପାଇଁ ଈକୋ ରିଟ୍ରିଟ ଭିଲେଜ ପ୍ରତିଷ୍ଠା ହେବ । ବର୍ତ୍ତମାନ ମଧ୍ୟ ଏହି ଅଞ୍ଚଳରେ ଭାଲୁ, ମାଙ୍କଡ, ସମ୍ବର, କୁଟୁରା ଓ ବିଭିନ୍ନ ପ୍ରଜାତିର ସାପ, ମୟୂର, ଚିତାବାଘ, ବିଦେଶୀ ପକ୍ଷୀ, ଗୟଳ, ବାରହା ଭଳି ବନ୍ୟଜନ୍ତୁ ବିଭିନ୍ନ ସମୟରେ ଦେଖିବାକୁ ମିଳୁଥିବା ସ୍ଥାନୀୟ ଜନସାଧାରଣ ସୂଚନା ଦେଇଛନ୍ତି । ରାଜ୍ୟର ଏହି ପ୍ରଥମ ପରିବେଶ ସଫାରୀରେ ବିଭିନ୍ନ ସ୍ଥାନରୁ ଅନ୍ୟାନ୍ୟ ବନ୍ୟଜନ୍ତୁ ଅଣାଯାଇ ଏଠାରେ ମୁକ୍ତରେ ଛଡାଯିବାର ପ୍ରସ୍ତାବ ରହିଛି ।

1500 ଏକରର ଏହି ବିସ୍ତୃତ ଅଞ୍ଚଳକୁ ଭିନ୍ନ ଭିନ୍ନ ଭାଗରେ ବିଭକ୍ତ କରାଯାଇ ବିଭିନ୍ନ ପକ୍ଷୀ ଉଦ୍ୟାନ, ଉଦ୍ଭିଦ ଉଦ୍ୟାନ, ସରୀସୃପ ଉଦ୍ୟାନ, ଇଭୋଲ୍ୟୁସନ ପାର୍କ, ଫିସ ଫିଡିଂ ସରୋବର, ଆକ୍ବାଟିକ ଆନିମଲ ଜୋନ, କୁମ୍ଭୀର ଉଦ୍ୟାନ ଭଳି ଅନେକ ସ୍ବତନ୍ତ୍ର ସ୍ଥାନ ମୁକ୍ତରେ ରହିବ । ଯାହାକୁ ପର୍ଯ୍ୟଟକମାନେ ବୋଟିଂ ଓ ସ୍ବତନ୍ତ୍ର ଯାନରେ ବୁଲି ଦେଖିପାରିବେ । ଏଥିରେ ବିଶେଷ ଭାବରେ ପରିବେଶ ପର୍ଯ୍ୟଟନକୁ ଅଧିକ ଗୁରୁତ୍ବ ଦିଆଯିବ ବୋଲି ସୂଚନା ମିଳିଛି । ଏଭଳି ଯୋଜନା ସାରା ରାଜ୍ୟରେ ପ୍ରଥମ ଥର ହୋଇଥିବାବେଳେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସ୍ବାଗତ କରିବା ସହ ଟ୍ବିଟ ମାଧ୍ୟମରେ ଖୁସି ପ୍ରକାଶ କରିଛନ୍ତି । ଏଭଳି ଏକ ନିଆରା ଯୋଜନାକୁ ନେଇ ଜିଲ୍ଲାବାସୀ ଓ ବୀରନରସିଂପୁର ପଞ୍ଚାୟତବାସୀ ବେଶ ଆନନ୍ଦ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.