ETV Bharat / state

ଖସୁଛି ସଂକ୍ରମଣ ହାର, ଜିଲ୍ଲାରେ ଜୋରଦାର ଟୀକାକରଣ - ପ୍ରେସକ୍ଲବ ସଦସ୍ୟ

ଜିଲ୍ଲାରେ ଦିନକୁ ଦିନ ଖସିବାରେ ଲାଗିଛି କୋରୋନା ସଂକ୍ରମଣ । 45 ବର୍ଷରୁ ଊର୍ଦ୍ଧ୍ବଙ୍କ ପାଇଁ ଟିକାଦାନ କାର୍ଯ୍ୟ ଚାଲିଥିବା ବେଳେ ବୌଦ୍ଧ ଟୀକାଦାନ କେନ୍ଦ୍ରରେ ପ୍ରବଳ ଭିଡ ପରିଲକ୍ଷିତ ହୋଉଛି । ଅଧିକ ପଢନ୍ତୁ...

ଖସୁଛି ସଂକ୍ରମଣ ହାର, ଜିଲ୍ଲାରେ ଜୋରଦାର ହେଉଛି ଟୀକାକରଣ

author img

By

Published : Jun 30, 2021, 6:02 AM IST

ବୌଦ୍ଧ: ଜିଲ୍ଲାରେ ବିଗତ କିଛି ଦିନ ହେବ ସଂକ୍ରମଣର ତଳମୁହାଁ ହେବାରେ ଲାଗିଛି । ଆଉ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମଙ୍ଗଳବାର ମାତ୍ର 19 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଯୋଗୁଁ ସାଧାରଣରେ ଆଶ୍ବସ୍ଥି ପ୍ରକାଶ ପାଇଛି । ସେପଟେ ଜିଲ୍ଲାରେ ସଂକ୍ରମଣ ହାର କମୁଥିବା ବେଳେ ଟୀକାକରଣକୁ ଯୋରଦାର କରାଯାଇଛି ।

ଖସୁଛି ସଂକ୍ରମଣ ହାର, ଜିଲ୍ଲାରେ ଜୋରଦାର ହେଉଛି ଟୀକାକରଣ

45 ବର୍ଷରୁ ଊର୍ଦ୍ଧ୍ବଙ୍କ ପାଇଁ ଟିକାଦାନ କାର୍ଯ୍ୟ ଜାରି ରହିଥିବା ବେଳେ ବୌଦ୍ଧ ଟିକାଦାନ କେନ୍ଦ୍ରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ଆଜି(ମଙ୍ଗଳବାର) ସୁଦ୍ଧା ବୌଦ୍ଧ ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ସରକାରୀ ଭାବରେ 80 ଥିବା ବେଳେ ଜିଲ୍ଲାରେ ସମୁଦାୟ 325 ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

ମଙ୍ଗଳବାର ଠାରୁ ଜିଲ୍ଲାର ଏକମାତ୍ର ପୌରାଞ୍ଚଳର ସଫେଇ କର୍ମଚାରୀଙ୍କୁ ରେଡକ୍ରସ ସୋସାଇଟି ପକ୍ଷରୁ ସ୍ବଚ୍ଛତା ସାମଗ୍ରୀ ଯୋଗାଇବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସେପଟେ କୋରୋନା ଯୋଦ୍ଧା ସାମ୍ବାଦିକ ସ୍ବର୍ଗତ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରଙ୍କ ନିକଟରେ ଜିଲ୍ଲା ପ୍ରେସକ୍ଲବର ସଦସ୍ୟ ପହଞ୍ଚି ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.