ETV Bharat / state

ଭୋକର ବିକଳ ଚିତ୍ର, ଆଠବର୍ଷର ନାବାଳିକା ପିଠିରେ ପରିବାରର ବୋଝ - burden of the family on the back of an eight-year-old minor

ଗୋଟିଏ ଅସହାୟ ପରିବାରର କରୁଣ କାହାଣୀ । ଜଣେ ମାତ୍ର ଆଠ ବର୍ଷ ବୟସର ନାବାଳିକା ମୁଣ୍ଡାଇଛି ପରିବାରର ବୋଝ । ପରିବାର ନିକଟରେ ନା ଅଛି ନାଗରିକ ପ୍ରମାଣ ପତ୍ର ନା ଅନ୍ୟ କୌଣସି ଚିହ୍ନଟ। ଫଳରେ ଭୋକର ଏଭଳି ବିକଳ ଚିତ୍ର ଆପଣଙ୍କୁ ବିଚଳିତ କରିପାରେ ।

ଭୋକର ବିକଳ ଚିତ୍ର, ଆଠବର୍ଷର ନାବାଳିକା ପିଠିରେ ପରିବାରର ବୋଝ

author img

By

Published : Sep 12, 2020, 10:31 AM IST

Updated : Sep 14, 2020, 9:03 AM IST

ବୌଦ୍ଧ: କେଉଁଠୁ ଆସିଲେ, କେଉଁଠିକି ଯିବେ ଜାଣି ନାହାଁନ୍ତି । କାଲି କଣ ଖାଇବେ କେଉଁଠୁ ଆଣିବେ କିଛି ଜାଣି ନାହାନ୍ତି । କେବଳ ନାହିଁ ନାହିଁର ଏକ ଅଦ୍ଭୁତ ସଂସାର । ପାଖରେ ନା ଅଛି ଭୋଟର କାର୍ଡ ନା ଅଛି ଆଧାର କିମ୍ବା ରାସନ କାର୍ଡ । ଦିନ ଦିନ ଧରି ଭୋକ ଉପାସରେ ଦିନ କଟିଯାଉଛି । କିନ୍ତୁ କୋହରେ ଦାବି କରିବାକୁ କିମ୍ବା ଦୁଃଖ କରିବା ଜାଣି ନାହାଁନ୍ତି ।ଏଭଳି ମଧ୍ୟ ମଣିଷ ସଂସାରରେ ଅଛନ୍ତି ଜାଣିଲେ ଛାତି ଥରି ଉଠିବ ।

ଭୋକର ବିକଳ ଚିତ୍ର, ଆଠବର୍ଷର ନାବାଳିକା ପିଠିରେ ପରିବାରର ବୋଝ
ଭୋକର ବିକଳ ଚିତ୍ର, ଆଠବର୍ଷର ନାବାଳିକା ପିଠିରେ ପରିବାରର ବୋଝ

ବୌଦ୍ଧ ଜିଲ୍ଲା ରାଧାନଗର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ହାଟପଦାର ଏକ ପରିତ୍ୟକ୍ତ ଭଙ୍ଗା ଘର ଏମାନଙ୍କ ଆଶ୍ରୟସ୍ଥଳୀ । ପିତା ଅରକ୍ଷିତ କାଲିଗର ଗାଇ ଚରାଇ କିମ୍ବା କେଉଁଠି ମୂଲ ଲାଗି ପତ୍ନୀ ଓ ତିନି ଛୁଆଙ୍କୁ ଚଳାଇ ନେଉଥିଲା। ତେବେ କିଛି ମାସ ତଳେ ସ୍ତ୍ରୀ ମାନସିକ ଭାରସାମ୍ୟ ହରାଇ କେଉଁ ଆଡେ ବୁଲୁଛି । ଲକଡାଉନ ସମୟରେ କରିଥିବା କାମର ବକେୟା ପ୍ରାପ୍ୟ ଆଣିବାକୁ ଯାଇ ଅରକ୍ଷିତ ଦୁର୍ଘଟଣା ଗ୍ରସ୍ତ ହୋଇ ଏବେ ସମ୍ପୂର୍ଣ୍ଣ ଅଚଳ। ଡାକ୍ତରଖାନାରେ ମାତ୍ର ଆଠ ବର୍ଷର ନାବାଳିକା ଝିଅ ନିଜେ ନଖାଇ ବାପାକୁ ଖାଇବାକୁ ଦେଇ ବଞ୍ଚାଇଲା ସତ । ହେଲେ ବର୍ତ୍ତମାନ କିଭଳି ଉକ୍ତ ପରିବାର ଚଳୁଛି ତାହା ଜାଣିବାକୁ ଆମେ ଯେତେବେଳେ ପହଞ୍ଚିଲୁ ସେତେବେଳେ ସେହି କୁନି ଝିଅଟି ପାଠପଢା ତ ବହୁ ଦୂରର କଥା, ସେ ଯେଉଁ କାର୍ଯ୍ୟ କରୁଥିଲା ତାହା ଦେଖିଲେ ଯାହା ଆଖିରେ ମଧ୍ୟ ଲୁହ ଆସିଯିବ ।

ମା’ କୁଆଡେ ଯାଇଛି, ଗୁରୁତର ଅସୁସ୍ଥ ପିତାଙ୍କ ସେବା ଠାରୁ ଆରମ୍ଭ କରି ନିଜ ସାନ ଦୁଇ ଭାଇଙ୍କ ପାଇଁ ଆହାର ସନ୍ଧାନରେ ଏହି କୁନି ଝିଅ । କିନ୍ତୁ କରିବ ବା କଣ । ତା ପାଖରେ ନା ଅଛି, କୌଣସି ସରକାରୀ ପ୍ରମାଣପତ୍ର, ନା ଟଙ୍କା ନା ଅନ୍ୟ କୌଣସି ଉପାୟ । ବାଧ୍ୟ ହୋଇ ମାଗିଯାଚି କିମ୍ବା କେହି ଦୟା ପରବଶ ହେଲେ ଚୁଲି ଜଳୁଛି । ଆମ ବ୍ୟବସ୍ଥା ଭିତରେ ଏମାନେ ସତେ ଯେପରି ଅଲୋଡା ତଥା ଅଜଣା ମୂଲକର ଅଧିବାସୀ।

ଏନେଇ ଆମ ଇଟିଭି ଭାରତ ପ୍ରତିନିଧି ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ ଏଭଳି ଅଭାବନୀୟ ଖବର ସମ୍ପର୍କରେ ଅବଗତ ଥିବା କହିବା ସହ ଲକଡାଉନ ସମୟରେ ଉକ୍ତ ଅସହାୟଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଥିଲା ଓ ବିନା କାଗଜପତ୍ରରେ ମଧ୍ୟ ସାଧ୍ୟ ମୁତାବକ ଅଳ୍ପ କିଛି ସହଯୋଗ କରାଯାଉଛି ।

କିନ୍ତୁ କୌଣସି ପରିଚୟ ପତ୍ର ନଥିବାରୁ ସରକାରୀ ସ୍ତରରେ ଏମାନଙ୍କୁ ବିଶେଷ କୌଣସି ସହାୟତା କରାଯାଇପାରୁ ନାହିଁ । ପ୍ରକୃତରେ ସରକାରଙ୍କ ଏତେ ସବୁ ଯୋଜନା ରହିଥିବା ବେଳେ ଏହି ଅସହାୟ ପରିବାରକୁ ଜିଲ୍ଲା ପ୍ରଶାସନ କୌଣସି ପ୍ରକାର ସହାୟତା ଯୋଗାଇ ଦେଲେ ଏମାନେ ଅନ୍ତତଃ ବଞ୍ଚିବାର ରାହା ଟିକକ ପାଇ ପାରନ୍ତେ ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Sep 14, 2020, 9:03 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.