ବୌଦ୍ଧ: ଦୂର ହେବ ହରଭଙ୍ଗା ବ୍ଲକବାସୀଙ୍କ ପାନୀୟ ସମସ୍ୟା । କାର୍ଯ୍ୟକ୍ଷମ ହେଉଛି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ । ଏନେଇ ଏଲଆଣ୍ଡଟି କମ୍ପାନୀ ପକ୍ଷରୁ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଓ ବୌଦ୍ଧ ବ୍ଲକରେ କାମ ଚାଲୁଛି । ପ୍ରାୟ 60 ପ୍ରତିଶତ କାମ ସରିଛି ।
ମହାନଦୀ କୂଳରେ ଥାଇ ମଧ୍ୟରେ ପାନୀଳ ଜଳ ଓ ଜଳସେଚିତ ପାଇଁ ସବୁବେଳେ ହରଭଙ୍ଗା ପଞ୍ଚାୟତ ସମିତି ହନ୍ତସନ୍ତ ହୋଇଆସୁଛନ୍ତି । ବୌଦ୍ଧ ଜିଲ୍ଲାର 22ଟି ଗୋଟି ପଞ୍ଚାୟତକୁ ନେଇ ଗଠିତ ହରଭଙ୍ଗା ବ୍ଲକ । ବର୍ଷ ବର୍ଷ ଧରି ଏହି ପଞ୍ଚାୟତ ପାଣି
ଠୋପା ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିଲେ ଷ। ଏପରିକି ପାନୀୟ ଜଳ ସମସ୍ୟା ଲାଗି ରହିଥିବା ଯୋଗୁଁ କିଡନୀ ଭଳି ମାରାତ୍ମକ ରୋଗର ଶିକାର ହେଉଛନ୍ତି ଶହ ଶହ ଲୋକେ ।
ସୋମବାର ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ପ୍ରାୟ 250 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପ ହରଭଙ୍ଗା ବ୍ଲକରେ ନିର୍ମାଣ ପାଇଁ ପ୍ରଶାସନିକ ମଞ୍ଜୁରୀ ମିଳିଛି । ମଙ୍ଗଳବାର ବୌଦ୍ଧ ଗସ୍ତରେ ଆସିଥିବା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଏନେଇ ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ