ETV Bharat / state

ହରଭଙ୍ଗା ଜେଏମଏଫସି କୋର୍ଟ ଉଦଘାଟନ କଲେ ମୁଖ୍ୟ ବିଚାରପତି

author img

By

Published : Jan 30, 2021, 9:59 PM IST

ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ବ୍ଲକ କାର୍ଯ୍ୟାଳୟ ପରିସରରେ ଉଦଘାଟିତ ହେଲା ବହୁ ପ୍ରତିକ୍ଷିତ ଜେଏମଏଫସି କୋର୍ଟ । ପଢନ୍ତୁ ଅଧିକ .....

ହରଭଙ୍ଗା ଜେଏମଏଫସି କୋର୍ଟକୁ ଉଦଘାଟନ କଲେ ମୁଖ୍ୟ ବିଚାରପତି

ବୌଦ୍ଧ: ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ବ୍ଲକ କାର୍ଯ୍ୟାଳୟ ପରିସରରେ ଉଦଘାଟିତ ହେଲା ବହୁ ପ୍ରତିକ୍ଷିତ ଜେଏମ ଏଫସି କୋର୍ଟ । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ଼ ଏସ ମୂରଲୀଧର, ବିଚାରପତି ବି ଆର ଷଡଙ୍ଗୀ ଓ ବିଚାରପତି ସାବିତ୍ରୀ ରଥ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ଉଦଘାଟନ କରିଥିଲେ ।

ଏହି ଅବସରରେ ମୁଖ୍ୟ ବିଚାରପତି ଏହି ନ୍ୟାୟାଳୟ ଅଞ୍ଚଳର ଜନସାଧାରଣ ବିଶେଷ ଭାବରେ ଅବହେଳିତ, ନିଷ୍ପେସିତ ତଥା ଆଦିବାସୀଙ୍କୁ ନ୍ୟାୟ ପ୍ରଦାନରେ ଯଥେଷ୍ଟ ସହାୟକ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ । ଏହି ନ୍ୟାୟାଳୟର ପରିସର ବୌଦ୍ଧ ଜିଲ୍ଲାର ଉଭୟ ହରଭଙ୍ଗା ଓ ପୁରୁଣାକଟକ ଥାନା ଅଞ୍ଚଳରେ ବ୍ୟାପ୍ତ ରହିବ ବୋଲି ସୂଚନା ମିଳିଛି ।

ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ମାନ୍ୟବର ଜିଲ୍ଲା ଜର୍ଜ ଅରବିନ୍ଦ ଗୁରୁ ଓ ହରଭଙ୍ଗା ବାର ଆସୋସିଏସନ ସଭାପତି ଅକ୍ଷୟ କୁମାର ସାହୁ ସଫଳତା ଦିଗରେ ସହାୟକ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ବାରର ଓକିଲ ମାନେ ଯୋଗ ଦେଇଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.