ETV Bharat / state

ଅପହଞ୍ଚ ଅଞ୍ଚଳରେ ମ୍ୟାଲେରିଆର ପାଦ, ସ୍ଥିତି ଅନୁଧ୍ୟାନ କଲେ ସିଡିଏମଓ

କୋରୋନା ଭୟାବହତା ସମୟରେ ଡରାଇଲା ମ୍ୟାଲେରିଆ । ଏନେଇ ଅଭିଯୋଗ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଭିନ୍ନ ଅପହଞ୍ଚ ଗାଁ ଗୁଡିକରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଅପହଞ୍ଚ ଅଞ୍ଚଳରେ ମ୍ୟାଲେରିଆର ପାଦ, ସ୍ଥିତି ଅନୁଧ୍ୟାନ କଲେ ସିଡିଏମଓ
ଅପହଞ୍ଚ ଅଞ୍ଚଳରେ ମ୍ୟାଲେରିଆର ପାଦ, ସ୍ଥିତି ଅନୁଧ୍ୟାନ କଲେ ସିଡିଏମଓ
author img

By

Published : May 26, 2020, 9:50 AM IST

Updated : May 26, 2020, 11:05 AM IST

ବୌଦ୍ଧ: କୋରୋନା ଭୟାବହତା ସମୟରେ ଡରାଇଲା ମ୍ୟାଲେରିଆ । ଏନେଇ ଅଭିଯୋଗ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଭିନ୍ନ ଅପହଞ୍ଚ ଗାଁ ଗୁଡିକରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଅପହଞ୍ଚ ଅଞ୍ଚଳରେ ମ୍ୟାଲେରିଆର ପାଦ, ସ୍ଥିତି ଅନୁଧ୍ୟାନ କଲେ ସିଡିଏମଓ
ଅପହଞ୍ଚ ଅଞ୍ଚଳରେ ମ୍ୟାଲେରିଆର ପାଦ, ସ୍ଥିତି ଅନୁଧ୍ୟାନ କଲେ ସିଡିଏମଓ

ବିଶ୍ବ ମହାମାରୀ କୋରୋନା ସମସ୍ତଙ୍କୁ ଆତଙ୍କିତ କରିଥିବା ବେଳେ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକରେ କିଡନୀ ଓ ମ୍ୟାଲେରିଆ ଯୋଗୁଁ ସାଧାରଣ ଲୋକ ଆତଙ୍କିତ ହୋଇ ପଡିଛନ୍ତି । ହରଭଙ୍ଗା ବ୍ଲକରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଶତାଧିକ ଲୋକ ମୃତ୍ୟୁବରଣ କରିଥିବାବେଳେ ଏବେ ପୁଣି ଦୀର୍ଘ ଦିନ ପରେ ମ୍ୟାଲେରିଆର ପଦଧ୍ବନୀ ଦେଖିବାକୁ ମିଳିଛି।

ଗତ ତିନି ଦିନ ପୂର୍ବରୁ ଛତରଙ୍ଗ ପଞ୍ଚାୟତର ଅପହଞ୍ଚ ଗାଁ ସରାଡିଖୋଲରେ ଏହି ମ୍ୟାଲେରିଆ ଯୋଗୁଁ ଜଣଙ୍କ ମୃତ୍ୟୁ ତଥା ଅନ୍ୟ କେତେକ ପ୍ରପୀଡ଼ିତ ଥିବା ଅଭିଯୋଗ ପରେ ବୌଦ୍ଧ ସିଡିଏମଓ ସମ୍ପୃକ୍ତ ଗାଁ ସହିତ ହରଭଙ୍ଗା ବ୍ଲକର ଅନ୍ୟ କେତେକ ଅପହଞ୍ଚ ଗାଁ ଗୁଡିକରେ ପହଞ୍ଚି ସ୍ଥିତି ପରଖିଛନ୍ତି ।

ସ୍ବାସ୍ଥ୍ୟ ବିଭାଗର ଦମନ କାର୍ଯ୍ୟକ୍ରମ ଅଧିନରେ ମ୍ୟାଲେରିଆ ମୁକ୍ତ ବୌଦ୍ଧ ପାଇଁ ସମସ୍ତ ଚେଷ୍ଟା କରାଯାଇଥିବା ବେଳେ ଏବେ ମ୍ୟାଲେରିଆର ପାଦ ସମସ୍ତଙ୍କୁ ଆତଙ୍କିତ କରିଛି । ତେବେ ଏଥିରେ ଆତଙ୍କିତ ହେବାରେ କିଛି ନାହିଁ ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ବୌଦ୍ଧ ସିଡିଏମଓ କହିବା ସହ ଏ ସମ୍ପର୍କରେ ଇଟିଭି ଭାରତକୁ ବିସ୍ତୃତ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : May 26, 2020, 11:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.