ETV Bharat / bharat

ଚାଉଳରେ ପୋକ ଲାଗୁଛନ୍ତି କି ? ଆପଣାନ୍ତୁ ଏହି ଘରୋଇ ଉପାୟ - RICE STORAGE TIPS

ଚାଉଳ ପୋକ ଲାଗୁଥିଲେ ଆଦୌ ଚିନ୍ତା କରନ୍ତୁ ନାହିଁ । ଘରୋଇ ଏବଂ ସହଜ ଉପାୟ ଆପଣାଇଲେ ଚାଉଳ ବର୍ଷ ବର୍ଷ ଧରି ଭଲ ରହିବ ।

RICE STORAGE TIPS
RICE STORAGE TIPS (ETV Bharat)
author img

By ETV Bharat Odisha Team

Published : Nov 8, 2024, 2:52 PM IST

ହାଇଦ୍ରାବାଦ: ଆଉ କିଛି ଦିନ ପରେ ଧାନ ଅମଳ ହେବେ । ଧାନରୁ ଚାଉଳ କରି ବର୍ଷ ଯାକର ଖାଇବା ପାଇଁ ସଞ୍ଚୟ କରାଯିବ । ତେବେ ଚାଉଳ ବହୁତ ଦିନ ରହିବା ପରେ ଏଥିରେ ପୋକ ଲାଗି ଯାଆନ୍ତି । ପ୍ରତିଟି ରୋଷେଇ ଘରର ଓ ଘରଣୀଙ୍କ ବଡ଼ ଚିନ୍ତା ହେଉଛି ଚାଉଳ ଡ଼ବାରୁ କେମିତି ପୋକ ବାହାର କରିବେ ? । ଚାଉଳରୁ ଏହି ପୋକଙ୍କୁ ବାହାର କରିବା ବି କମ୍ କାଠିକର ପାଠ ନୁହେଁ । ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏଭଳି କିଛି ଘରୋଇ ଉପାୟ ଅଛି ଯାହା କରିବା ଦ୍ବାରା ଚାଉଳରେ ଆଦୌ ପୋକ ଲାଗିବେ ନାହିଁ । ବିନା କ୍ୟାମିକାଲ୍ ବଟିକା ପ୍ରୟୋଗ କରି ମଧ୍ୟ ପୋକ ବାହାର କରାଯାଇପାରିବ । ତେବେ ଆସନ୍ତୁ ଜାଣିବା ଚାଉଳକୁ କିପରି ବହୁଦିନ ଧରି ଭଲରେ ଷ୍ଟୋର କରି ରଖିପାରିବା ।

ହେଙ୍ଗୁ:

ପ୍ରାୟ ପ୍ରତ୍ୟେକଙ୍କ ଘରର ରୋଷେଇ ଘରେ ଖାଦ୍ୟ ରାନ୍ଧିବାରେ ହାଙ୍ଗୁ ବ୍ୟବହାର କରାଯାଏ । ଏହି ହେଙ୍ଗୁକୁ ବ୍ୟବହାର କରି ଚାଉଳକୁ ବର୍ଷ ବର୍ଷ ଧରି ସୁରକ୍ଷିତ ରଖିପାରବେ । ହେଙ୍ଗୁ ବାସ୍ନାରେ ଚାଉଳରେ ପୋକ ଲାଗନ୍ତି ନାହିଁ । ତେବେ ଚାଉଳ ଡବା କିମ୍ବା ବସ୍ତାରେ କିଛି ହେଙ୍ଗୁ ମିଳାଇ ଦିଅନ୍ତୁ । ବିଶେଷଜ୍ଞଙ୍କ କହିବା ଅନୁସାରେ, ହେଙ୍ଗୁ ଚାଉଳ ପୋକ ସହ ଆଦ୍ରତା ଫଳରେ ହେଉଥିବା ବ୍ୟାକ୍ଟେରିଆକୁ ମଧ୍ୟ ମାରି ଦେଇଥାଏ । ଫଳରେ ଚାଉଳ ଖରାପ ନହୋଇ ବର୍ଷ ବର୍ଷ ସୁରକ୍ଷିତ ରହିଥାଏ ।

ନିମ୍ବ:

ଚାଉଳକୁ ବହୁ ଦିନ ଧରି ସୁରକ୍ଷିତ ରଖିବା ପାଇଁ ନିମ୍ବ ପତ୍ରକୁ ମଧ୍ୟ ବ୍ୟବହାର କରିପାରିବେ । ଏହାର କୀଟନାଶକ ଗୁଣ ଚାଉଳକୁ ପୋକ ଦାଉରୁ ରକ୍ଷା କରିଥାଏ । ଏଥିପାଇଁ ପ୍ରଥମେ କିଛି ନିମ୍ବ ପତ୍ର ନିଅନ୍ତୁ । ଏହାକୁ ଭଲ ଭାବରେ ଶୁଖାଇ ଗୁଣ୍ଡ କରି ନିଅନ୍ତୁ । ପରେ ଏକ ସଫା କପଡ଼ାରେ ନିମ୍ବ ପତ୍ର ଗୁଣ୍ଡକୁ ବାନ୍ଧି ଚାଉଳ ଡବା ଭିତରେ ରଖି ଦିଅନ୍ତୁ । ଏହା କରିବା ଦ୍ବାରା ଚାଉଳ ବେଶୀ ଦିନ ରହିବା ସହ ଏଥିରେ ହେଉଥିବା ଧଳା ପୋକ ମଧ୍ୟ ହୁଅନ୍ତି ନାହିଁ ।

କର୍ପୂର:

ଘରେ ପୂଜାପାଠରେ କର୍ପୂର ବ୍ୟବହାର କରାଯାଏ । ଏହାକୁ ବ୍ୟବହାର କରି ଚାଉଳକୁ ମଧ୍ୟ ସୁରକ୍ଷିତ ରଖିପାରିବେ । କର୍ପୂରର ସୁଗନ୍ଧିତ ବାସ୍ନା ହେତୁ ଚାଉଳରେ ପୋକ ଲାଗନ୍ତି ନାହିଁ । ଏଥିପାଇଁ ପ୍ରଥମେ ୧୦ଟି କର୍ପୂର ଗୋଲି ନେଇ ଏହାକୁ ଭଲ ଭାବେ ଗୁଣ୍ଡ କରନ୍ତୁ । ଏହାକୁ ଏକ ମୋଟା କପଡ଼ାରେ ଭଲ ଭାବରେ ଜୋର କରି ବାନ୍ଧି ଏହାକୁ ଚାଉଳ ଡବା ବା ବସ୍ତାରେ ରଖନ୍ତୁ । ଏହାଦ୍ବାରା ଚାଉଳ ଏଧିକ ଦିନଧରି ସୁରକ୍ଷିତ ରହିଥାଏ ।

ବୋରିକ୍ ​​ପାଉଡର:

ଚାଉଳରେ ପୋକ ବୃଦ୍ଧି ପାଇଁ ଆଦ୍ରତା ମଧ୍ୟ ଏକ ପ୍ରମୁଖ କାରଣ । ବିଭିନ୍ନ କାରଣରୁ ଚାଉଳ ବେଳେବେଳେ ଓଦା ହୋଇଯାଏ । ଫଳସ୍ୱରୂପ, ଚାଉଳରେ ପୋକ ଲାଗି ଯାଆନ୍ତି । ବିଶେଷଜ୍ଞମାନେ କହିଛନ୍ତି ଯେ, ଚାଉଳ ଓଦା ହେବା ଉଚିତ ନୁହେଁ । ଏଥିପାଇଁ ଚାଉଳରେ କିଛି ବୋରିକ୍ ​​ପାଉଡର ମିଶାନ୍ତୁ । ବୋରିକ୍ ​​ପାଉଡର ଚାଉଳରୁ ଆଦ୍ରତା ଗ୍ରହଣ କରେ । ଏହାସହ କୀଟମାନଙ୍କୁ ଚାଉଳରେ ପ୍ରବେଶ କରିବା ଦେଇନଥାଏ ।

ଲବଙ୍ଗ ଓ ଲଙ୍କା:

ଚାଉଳକୁ ପୋକ ଦାଉରୁ ରକ୍ଷା କରିବା ପାଇଁ ଲବଙ୍ଗ ଓ ଲଙ୍କା ବହୁତ ଉପଯୋଗୀ । କିଛି ଲଙ୍କା ନଚେତ ଲବଙ୍ଗକୁ ନେଇ ଏକ କପଡାରେ ହାଲୁକା ଭାବରେ ବାନ୍ଧି ଚାଉଳ ଡବା ଭିତରେ ରଖିନିଅନ୍ତୁ । ଏହା ଚାଉଳରେ ଆଦୌ ପୋକ ଲାଗିବାକୁ ଦେବନାହିଁ ।

ଗୋଲମରିଚ ଓ ଅନ୍ନପୂର୍ଣ୍ଣା ପତ୍ର:

ବିଶେଷଜ୍ଞଙ୍କ କହିବା ଅନୁସାରେ, ପୋକଠାରୁ ଚାଉଳକୁ ରକ୍ଷା କରିବା ପାଇଁ ଗୋଲ ମରିଚ ଓ ଅନ୍ନପୂର୍ଣ୍ଣା ପତ୍ରର ମଧ୍ୟ ବ୍ୟବହାର କରାଯାଇପାରିବ ।

ଏହା ମଧ୍ୟ ପଢ଼ନ୍ତୁ...ଶୀତ ଦିନିଆ ଡ୍ରାଏ ସ୍କିନ ନେଇ ଚିନ୍ତିତ ? ଏହି ଘରୋଇ ଉପାୟ ଆପଣଙ୍କ ପାଇଁ...

ଏହା ମଧ୍ୟ ପଢ଼ନ୍ତୁ...ଆସିଲାଣି ଶୀତ ଦିନ, ଏହିସବୁ ରୋଗରୁ ରକ୍ଷା ପାଇଁ ପ୍ରତିଦିନ ଖାଆନ୍ତୁ ମହୁ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.