ETV Bharat / state

ବୌଦ୍ଧ ପୋଲିସକୁ ସଫଳତା, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜବତ

ଜିଲ୍ଲା ପୋଲିସର ସଫଳତା । କେନ୍ଦୁପତ୍ର ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ । ବୌଦ୍ଧ ପୋଲିସ ଓ ବିନ ବିଭାଗର ମିଳିତ ଚଢ଼ାଉ ବେଳେ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜବତ ହୋଇଛି । ଅଧିକ ପଢ଼ନ୍ତୁ

author img

By

Published : May 25, 2022, 12:42 PM IST

tendu leafs seized in boudh
ବୌଦ୍ଧ ପୋଲିସକୁ ବଡ଼ ସଫଳତା: ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜବତ

ବୌଦ୍ଧ: ଜିଲ୍ଲା ପୋଲିସର ସଫଳତା । କେନ୍ଦୁପତ୍ର ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ । ବୌଦ୍ଧ ପୋଲିସ ଓ ବିନ ବିଭାଗର ମିଳିତ ଚଢ଼ାଉ ବେଳେ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜବତ ହୋଇଛି । ବୌଦ୍ଧ ଜିଲ୍ଲାର କେନ୍ଦୁପତ୍ର ରାଜ୍ୟ ସରକାରଙ୍କ ଅନ୍ୟତମ ରାଜସ୍ବ ଭାବରେ ପରିଗଣିତ । ତେବେ ଗତ କିଛି ବର୍ଷ ହେଲା ବୌଦ୍ଧ ଜିଲ୍ଲାର ବିଭିନ୍ନ ଫଡି ଓ ଗୋଦାମ ଗୃହରୁ କେନ୍ଦୁପତ୍ର ଚୋରି ନେଇ ଅଭିଯୋଗ ହୋଇଆସୁଥିଲା ।

ଗତକାଲି ରାତିରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବୌଦ୍ଧ ଏସପି ଓ କେନ୍ଦୁପତ୍ର ଡିଏଫଓଙ୍କ ନିର୍ଦ୍ଦେଶରେ ଉଭୟ ବିଭାଗର ମିଳିତ ଚଢ଼ାଉ କରାଯାଇଥିଲା । ଜହ୍ନାପଙ୍ଗ ଫାଣ୍ଡି ଅନ୍ତର୍ଗତ ଜଗତୀ ଗ୍ରାମ ନିକଟରୁ ଚୋରା ଚାଲାଣ ପ୍ରସ୍ତୁତି ଚାଲିଥିବା ବେଳେ 106 ବଣ୍ଡଲ ପ୍ରୋସେସ କେନ୍ଦୁପତ୍ର ଜବତ କରାଯାଇଥିଲା । ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି । ତେବେ ଏଥିରେ କେହି ଗିରଫ ହୋଇନଥିବା ଜଣାପଡ଼ିଛି । ସେପଟେ ଗତ କିଛି ଦିନ ହେଲା ବୌଦ୍ଧ ଓ କଣ୍ଟାମାଳ ଥାନା ଅଞ୍ଚଳରୁ ବ୍ୟାପକ ଗଞ୍ଜେଇ ଚୋରା ଚାଲାଣକୁ ରୋକାଯାଇଥିବା ବେଳେ ଆଜି ବୌଦ୍ଧ ଅବକାରୀ ବିଭାଗକୁ ଏନେଇ ସଫଳତା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.