ବୌଦ୍ଧ: ଜିଲ୍ଲା ଭାରତୀୟ କିଷାନ ସଂଘ ପକ୍ଷରୁ ଶନିବାର ବିଭିନ୍ନ ଦାବି ନେଇ ହରଭଙ୍ଗା ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇଛି । ହରଭଙ୍ଗା ତହସିଲ ଅନ୍ତର୍ଗତ ଧଳପୁର ରାଜସ୍ବ କାର୍ଯ୍ୟାଳୟରେ ବ୍ୟାପକ ଅନିୟମିତତା ହୋଇଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ।
ବିଶେଷ ଭାବରେ ଜିଲ୍ଲାର ଅନ୍ୟ ସ୍ଥାନରେ "ପେଥେଇ" ବାତ୍ୟାର କ୍ଷୟକ୍ଷତି ଅର୍ଥ ପ୍ରଦାନ କରାଯାଇଥିବା ବେଳେ ଧଳପୁରରେ ଜନୈକ ଆର ଆଇ ଏ ନେଇ ବ୍ୟାପକ ଅନିୟମିତତା କରିଥିବା ଅଭିଯୋଗ ହୋଇଛି ।
ଏଥି ସହିତ ବିଭିନ୍ନ ଧାନ ମଣ୍ଡିର ଅବ୍ୟବସ୍ଥା ଓ ମହାନଦୀରୁ ଜଳସେଚନ ପାଇଁ ସରକାରଙ୍କ ମେଗା ପ୍ରକଳ୍ପକୁ ନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛି । ଏନେଇ ଯଦି କୌଣସି ସୁଫଳ ନ ମିଳେ ତେବେ ସଂଘ ପକ୍ଷରୁ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ